Ayodhya Ram Mandir: ପ୍ରଭୁରାମଙ୍କ ମନ୍ଦିର ପାଇଁ ନିଜ କୁମ୍ପି ଭାଙ୍ଗିଲେ ୧୦୮ ଶିଶୁ
Advertisement
Article Detail0/zeeodisha/odisha845334

Ayodhya Ram Mandir: ପ୍ରଭୁରାମଙ୍କ ମନ୍ଦିର ପାଇଁ ନିଜ କୁମ୍ପି ଭାଙ୍ଗିଲେ ୧୦୮ ଶିଶୁ

ଉତ୍ତର ପ୍ରଦେଶର ବରେଲି ଅଞ୍ଚଳର ପ୍ରାୟ ୧୦୮ ଜଣ ଶିଶୁ ମର୍ଯ୍ୟାଦା ପୁରୁଷ ଭଗବାନ ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ନିଜର ସଞ୍ଚିତ କରିଥିବା ଧନ ଅର୍ଥାତ୍ କୁମ୍ପି ଭାଙ୍ଗିଦେଇଥିବା ଜଣାପଡ଼ିଛି ।

Ayodhya Ram Mandir: ପ୍ରଭୁରାମଙ୍କ ମନ୍ଦିର ପାଇଁ ନିଜ କୁମ୍ପି ଭାଙ୍ଗିଲେ ୧୦୮ ଶିଶୁ

ବରେଲୀ:  ଧର୍ମ ନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିର। ଶ୍ରୀରାମ ଜନ୍ମଭୂମିରେ ରାମ ମନ୍ଦିର ନିର୍ମାଣ ଅବସରରେ ଆରମ୍ଭ ହୋଇଛି ନିଧି ସଂଗ୍ରହ ଅଭିଯାନ । ଏହି ଅଭିଯାନ ମାଧ୍ୟମରେ ରାମଲଲାଙ୍କ ପବିତ୍ର ମନ୍ଦିର ନିର୍ମାଣ ପାଇଁ ଦେଶର କୋଣ ଅନୁକୋଣରୁ ଦାନ ସଂଗ୍ରହ କରାଯାଉଛି । ତେବେ ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶର ବରେଲି ଅଞ୍ଚଳର ପ୍ରାୟ ୧୦୮ ଜଣ ଶିଶୁ ମର୍ଯ୍ୟାଦା ପୁରୁଷ ଭଗବାନ ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ନିଜର ସଞ୍ଚିତ କରିଥିବା ଧନ ଅର୍ଥାତ୍ କୁମ୍ପି ଭାଙ୍ଗିଦେଇଥିବା ଜଣାପଡ଼ିଛି ।

ଅଯୋଧ୍ଯା (Ayodhya)ରେ ନିର୍ମାଣ ହେବାକୁ ଯାଉଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର (Ram Mandir) ପାଇଁ ନିଜର ଆସ୍ଥାନୁଯାୟୀ ଓ ସକ୍ଷମ ଅନୁଯାୟୀ ଧନରାଶି ପ୍ରଦାନ କରୁଛନ୍ତି । କେବଳ ଏତିକି ନୁହେଁ ଭାରତର ପ୍ରଥମ ନାଗରିକ ଭାବେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ (President Ram Nath Kovind) ମଧ୍ୟ ରାମମନ୍ଦିର ନିର୍ମାଣ ପାଇଁ ଦାନ କରିଛନ୍ତି । ସେହିପରି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ (State Chief Minister) ମାନେ ବି ବହୁ ମାତ୍ରାରେ ଦାନ କରିଛନ୍ତି । 

Also Read: Whatsapp New Update: ଭିଡିଓରେ ଯୋଡି଼ହେଲା ଆଉ ଏକ ନୂଆ ଫିଚର୍

ମାତ୍ର ଭବ୍ୟ ରାମମନ୍ଦିର ନିର୍ମାଣ ନେଇ ଆସିଥିବା ଏହି ଖବରକୁ ନେଇ ଖୁବ ଚର୍ଚ୍ଚା ଲାଗିରହିଛି । ସୂଚନାନୁସାରେ, ନିଧି ସଂଗ୍ରହ ଅଭିଯାନ (Nidhi Sangrah Campaign) ରେ ବରେଲି ଅଞ୍ଚଳର କୃଷ୍ଣଲୀଳା କମ୍ପଲେକ୍ସ ଆଖପାଖ ଅଞ୍ଚଳର ପ୍ରାୟ ୧୦୮ ଶିଶୁ ନିଜର କୁମ୍ପିରେ ସଞ୍ଚିତ କରିରଖିଥିବା ଧନରାଶିକୁ ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରି ଦେଇଛନ୍ତି । ଏହି କୁନି କୁନି ନିଷ୍ପାପ ଶିଶୁ ମାନେ ନିଜର ସଞ୍ଚିତ ଧନକୁ ବିଶ୍ୱ ହିନ୍ଦୁ ପରିଷଦ (Vishva Hindu Parishad) ସଂଗଠନର ସଦସ୍ୟ ରମାଶଙ୍କରଙ୍କୁ ପ୍ରଦାନ କରିଛନ୍ତି । ଏହି ଖବର ପ୍ରଚାର ହେବା ପରେ ଚାରିଆଡୁ ଶିଶୁଙ୍କ ଏଭଳି ଉଦ୍ୟମକୁ ନେଇ ବେଶ ପ୍ରଶଂସା କରାଯାଉଛି।

Also Read: ଦୂତି ସ୍ପୋର୍ଟସ ଓ୍ୱି ମ୍ୟାନ ଅଫ ଦ ଇୟର ପାଇଁ ମନୋନୀତ

ଏହି ଶିଶୁଙ୍କ ଇଶ୍ୱରଙ୍କ ପ୍ରତି ଭଲପାଇବା ଓ ଆତ୍ମୀୟତା ଦେଖି ନିଧି ସଂଗ୍ରହ କ୍ୟାମ୍ପର ଅଧିକାରୀ ମାନେ ଶିଶୁଙ୍କୁ ଓ ତାଙ୍କ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି । ଧର୍ମ ପ୍ରତି ଶିଶୁଙ୍କ ମନରେ ଜାଗରଣ ସୃଷ୍ଟି କରିବାକୁ ପଡୁଥିବା ବେଳେ ଏହି ଶିଶୁଙ୍କ ଦାନ ଏହା ସୂଚାଇ ଦେଉଛି ଯେ, ଏମାନେ ହିଁ ପ୍ରକୃତରେ ଭାରତ (India) ର ପରିଚୟ ।