ଚୀନରେ ଚାଞ୍ଚଲ୍ୟ! ଏହି ଦେଶରୁ ଚିଠିରେ ଆସିଲା Omicron
Advertisement
Article Detail0/zeeodisha/odisha1073368

ଚୀନରେ ଚାଞ୍ଚଲ୍ୟ! ଏହି ଦେଶରୁ ଚିଠିରେ ଆସିଲା Omicron

ଚୀନ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, କାନାଡାରୁ ସଂକ୍ରମିତ ଚିଠି ବେଜିଂରେ କୋରୋନାର ଓମିକ୍ରନ୍ ଭ୍ୟାରିଆଣ୍ଟ ବିସ୍ତାର କରିଥିବା ଆଶଙ୍କା କରାଯାଉଛି।

ଡିଜାଇନ୍ ଫଟୋ

ବେଜିଂ: କୋରୋନା ମାମଲା ବୃଦ୍ଧି ଏବେ ଚୀନର ନିଦ ହଜେଇ ଦେଇଛି। ଏହି ସମୟରେ ସ୍ଥାନୀୟ ଗଣମାଧ୍ୟମ ଏକ ବଡ ଦାବି କରିଛି। କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଚିଠି ମାଧ୍ୟମରେ ରାଜଧାନୀ ବେଜିଂକୁ ଆସିଛି। ଆଉ ସେହି ଚିଠି କାନାଡାରୁ ଆସିଥିବା ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।

ଚୀନ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, କାନାଡାରୁ ସଂକ୍ରମିତ ଚିଠି ବେଜିଂରେ କୋରୋନାର ଓମିକ୍ରନ୍ ଭ୍ୟାରିଆଣ୍ଟ ବିସ୍ତାର କରିଥିବା ଆଶଙ୍କା କରାଯାଉଛି। ଜାନୁଆରୀ ୧୫ରେ ସ୍ଥାନୀୟ ଭାବରେ ସଂକ୍ରମିତ ଓମିକ୍ରନର ପ୍ରଥମ ମାମଲା ବେଜିଂରେ ପଞ୍ଜିକୃତ ହୋଇଥିଲା। ସଂକ୍ରମିତ ବ୍ୟକ୍ତିଙ୍କ ଘର ଓ କାର୍ଯ୍ୟାଳୟକୁ ପ୍ରଶାସନ ସିଲ୍ କରିଛି।

Also Read: ବଡ଼ ଖବର: ୧୨ ରୁ ୧୫ ବର୍ଷୀୟ ପିଲାଙ୍କୁ ଏହିଦିନଠୁ ଦିଆଯିବ କୋରୋନା ଟିକା

WIONରେ ପ୍ରକାଶିତ ଖବର ଅନୁଯାୟୀ, ବେଜିଂ ରୋଗ ନିରାକରଣ ଏବଂ ନିୟନ୍ତ୍ରଣ କେନ୍ଦ୍ରର ଉପ ନିର୍ଦ୍ଦେଶକ ପାଙ୍ଗ ଜିଙ୍ଗହୁ କହିଛନ୍ତି ଯେ, ସଂକ୍ରମିତ ବ୍ୟକ୍ତି ଜାନୁଆରୀ ୭ରେ କାନାଡାରୁ ଏକ ଚିଠି ପାଇଛନ୍ତି। ବିଦେଶରୁ ଆସିଥିବା ସେହି ଚିଠିକୁ ନେଇ ଆଶଙ୍କା ବଢୁଥିବା ବେଳେ ପ୍ରଶାସନ ପକ୍ଷରୁ ତାର ଯାଞ୍ଚ ମଧ୍ୟ କରାଯାଉଛି। ଏହି ବିବୃତ୍ତି ଆଧାରରେ ଚୀନ ଗଣମାଧ୍ୟମ ଦାବି କରୁଛି ଯେ, ବ୍ୟକ୍ତି ଜଣକ କାନାଡାରୁ ଆସିଥିବା ଚିଠି ଦ୍ୱାରା ସଂକ୍ରମିତ ହୋଇଥିବେ। 

ପାଙ୍ଗ କହିଛନ୍ତି ଯେ, ସେହି ଚିଠିର ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କ୍ୱାରେଣ୍ଟାଇନ କରାଯାଇଛି। ଏପର୍ଯ୍ୟନ୍ତ ୮ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ସେପଟେ ଚୀନ ଗଣମାଧ୍ୟମର ଦାବିକୁ କେତେକ ଗବେଷକ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ ଖାରଜ କରିଛନ୍ତି। ସେମାନେ କହିଛନ୍ତି ଯେ, ଭୂତାଣୁ ଭୂପୃଷ୍ଠରେ ଅଧିକ ଦିନ ବଞ୍ଚିପାରିବ ନାହିଁ, ତେଣୁ କାନାଡାର ଏକ ଚିଠି ମାଧ୍ୟମରେ ଏହା ଚୀନରେ ପ୍ରବେଶ କରିବା ସମ୍ଭବ ନୁହେଁ। 

Also Read: Coronavirus Updates : ୧୨ ଦିନ ପରେ ରାଜ୍ୟରେ ଖସିଲା ସଂକ୍ରମଣ, ଟ୍ରେଣ୍ଡ୍ ଆକଳନ ପାଇଁ ମାସେ

ଉଲ୍ଲେଖନୀୟ କଥା ହେଉଛି, ଚୀନରେ କୋରୋନା ମାମଲା ପୁଣି ଥରେ ବୃଦ୍ଧି ପାଇଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ନିରନ୍ତର କଡା ପଦକ୍ଷେପ ନେଉଛନ୍ତି। ସିଆନ୍ ଏବଂ ହେନାନ୍ ପ୍ରଦେଶ ସମେତ ଅନେକ ସହରରେ ଲକଡାଉନ୍ ଲାଗୁ କରାଯାଇଛି। କର୍ତ୍ତୃପକ୍ଷ ଏହା ପୂର୍ବରୁ ଉତ୍ତର ତିଆନଜିନ ସହରରେ ମଧ୍ୟ ଅନେକ ପ୍ରତିବନ୍ଧକ ଲଗାଇଥିଲେ। ଆଉ ଏବେ ଓମିକ୍ରନ ମାମଲା ଚିହ୍ନଟ ହେବା ପରେ ଚୀନ ସରକାରଙ୍କ ଚିନ୍ତା ବଢିଯାଇଛି।