ଉଦ୍ଦେଶ୍ୟମୂଳକ ଭାବେ କୌଣସି ଦେଶର ଜଳସୀମା ଅତିକ୍ରମ କରିବା ହେଉଛି ବେଆଇନ।
Trending Photos
ବେଜିଂ: ଦକ୍ଷିଣ-ପୂର୍ବ ଏସିଆର ସାମୁଦ୍ରିକ ଅଞ୍ଚଳରେ ନିଜର ସ୍ଥିତି ଜାହିର କରିବାକୁ ବିଭିନ୍ନ ସମୟରେ ପ୍ରୟାସ କରୁଛି ଚୀନ। ଏହିକ୍ରମରେ ଗତ ସୋମବାର ଫିଲିପାଇନ୍ସ ସୀମା ଅଧିନସ୍ଥ ସାମୁଦ୍ରିକ ଅଞ୍ଚଳକୁ ୨୦୦ ଡଙ୍ଗା ପଠାଇ ଅନୁପ୍ରବେଶ ଉଦ୍ୟମ କରିଛି। ଏନେଇ ଅଭିଯୋଗ ଆସିବ ପରେ ଏହାକୁ ଖାରଜ କରିଛି ଚୀନ।
ଏନେଇ ଚୀନ ବିଦେଶ ମନ୍ତ୍ରଣାଳୟ (Chinese Foreign Ministry) ପକ୍ଷରୁ କୁହାଯାଇଛି ଗତ ମାର୍ଚ୍ଚ ୨୨ ତାରିଖରେ ପାଗ ଖରାପ ହେବା କାରଣରୁ ପ୍ରାୟ ୨୦୦ ଚୀନୀ ମାଛ ଧରା ଡଙ୍ଗା (Chinese Fishing Yacht) ଉପାୟ ନପାଇ ଫିଲିପାଇନ୍ସ (Philippines) ଜଳସୀମା ଅଧିନସ୍ଥ ଏକ ସ୍ଥାନରେ ଲଙ୍ଗର (Langar) ପକାଇଥିଲା
ଚୀନୀ ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ହୁଆ ଚୁନାୟିଙ୍ଗ କହିଛନ୍ତି ହ୍ୱିଟସନ ରିଫ ସ୍ପାର୍ଟିଲୀ ଦ୍ୱୀପ ଅଧିନସ୍ଥ। ଯାହା ଦକ୍ଷିଣ ଚୀନ ସାଗର ଅଞ୍ଚଳରେ ଅବସ୍ଥିତ ମୁଖ୍ୟ ଦ୍ୱୀପ ସହ ସଂଯୁକ୍ତ। ଏହା ଚୀନ ଅଧିନସ୍ଥ କ୍ଷେତ୍ର। ପାଗ ଖରାପ ହେବା କାରଣରୁ କେତେକ ଚୀନୀ ମାଛ ଧରା ଡଙ୍ଗା ପ୍ରବଳ ବେଗରେ ବହୁଥିବା ସାମୁଦ୍ରିକ ପବନରୁ ରକ୍ଷା ପାଇବା ପାଇଁ ହ୍ୱିଟସନ ରିଫ ଦ୍ୱୀପ ଆଡକୁ ଅଗ୍ରସର ହୋଇ ସେଠାରେ ଆଶ୍ରୟ ନେଇଥିଲେ। ଏହାକୁ ନେଇ କୌଣସି ବିବାଦ ସୃଷ୍ଟି କରିବା ଠିକ ନୁହେଁ।
Also Read: ମହଙ୍ଗା ପଡିଲା ଅନୁପ୍ରବେଶ; ଡଙ୍ଗା ସହ ୬୦ ଚୀନୀ ନାଗରିକଙ୍କୁ ସମୁଦ୍ରରୁ ଟେକିନେଲା ମାଲେସିୟା ନୌସେନା
ଚୀନ ପକ୍ଷରୁ ପ୍ରତିକ୍ରିୟା ଆସିବା ପରେ ଏହାର ବିରୋଧ କରି ଫିଲିପାଇନ୍ସ ପ୍ରତିରକ୍ଷା ମନ୍ତ୍ରୀ ଡେଲ୍ଫିନୋ ଲୋରେଜାନା। ଏନେଇ ସେ କହିଛନ୍ତି ଗତ ରବିବାର ଚୀନୀ ମାଛ ଧରା ଡଙ୍ଗା ଦେଶର ଜଳ ସୀମାରେ ଅନୁପ୍ରବେଶ କରିବା ପରେ ଏହାକୁ ଫେରାଇ ନେବା ଲାଗି ଚୀନ ଉଦ୍ଦେଶ୍ୟରେ ଜଣାଇ ଦିଆଯାଇଯାଇଥିଲା। ଉଦ୍ଦେଶ୍ୟମୂଳକ ଭାବେ କୌଣସି ଦେଶର ଜଳସୀମା ଅତିକ୍ରମ କରିବା ହେଉଛି ବେଆଇନ। ଏହା ଦ୍ୱାରା କୌଣସି ଦେଶର ରାଷ୍ଟ୍ରୀୟ ସୁରକ୍ଷା ପ୍ରଭାବିତ ହୋଇପାରେ। ଏହା ମାଧ୍ୟମରେ ଚୀନ ଜାଣିଶୁଣି ଦକ୍ଷିଣ-ପୂର୍ବ ଏସିଆର ସାମୁଦ୍ରିକ ଅଞ୍ଚଳରେ ସାମରିକ ଉପସ୍ଥିତି ବଢାଇବାକୁ ଚାହୁଁଥିବା କହିଛନ୍ତି ଫିଲିପାଇନ୍ସ ପ୍ରତିରକ୍ଷା ମନ୍ତ୍ରୀ।