ଲୋକେ ଟିକା ନେବାକୁ ପଛଘୁଞ୍ଚା ଦେଉଛନ୍ତି । ଯାହା ଆଗାମୀ ସମୟରେ ଲୋକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
Trending Photos
ସରୋଜ ବେହେରା, ଭୁବନେଶ୍ୱର: ବିଦେଶରେ ପୁଣି ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଯାହାକୁ ନେଇ ପୁଣି ଥରେ ସଚେତନ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । କୋରୋନା ପ୍ରତି ଲୋକଙ୍କ ଭୟ କମିବାରେ ଲାଗିଛି, ହେଲେ ଏବେ ବି ସେହି ଡର ରହିବା ଦରକାର । ଡରିବା କମିଲେ ସଂକ୍ରମଣ ପୁଣି ଥରେ ବଢିବ । ଏଥିପାଇଁ ଗୋଟିଏ ଅସ୍ତ୍ର ଟିକାକରଣକୁ ଜୋରଦାର କରିବା ଜରୁରୀ । ରାଜ୍ୟରେ କୋରୋନା ଟିକାକରଣ ୪ କୋଟି ୩ ଲକ୍ଷ ଡୋଜ ଦିଆସରିଛି । ତଥାପି ଲୋକେ ଟିକା ନେବାକୁ ପଛଘୁଞ୍ଚା ଦେଉଛନ୍ତି । ଯାହା ଆଗାମୀ ସମୟରେ ଲୋକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
ଡରିବା ଜରୁରୀ । ନ ଡରିଲେ ପରିସ୍ଥିତି ଆଗକୁ ଆହୁରି ଭୟାନକ ହେବ । ବିଦେଶରେ କୋରୋନା ପୁଣି ମୁଣ୍ଡ ଟେକିବାକୁ ଲାଗିଲାଣି । ଭାରତରେ ସେଭଳି ପରିସ୍ଥିତି ଆସିନାହିଁ । ହେଲେ ପୁଣି ଥରେ ସେହି ପରିସ୍ଥିତି ନ ଆସିବ କହିହେବନାହିଁ । ଏଥିପାଇଁ କୋରୋନା (Corona) ର ଭୟାବହତାକୁ ନଜରରେ ରଖି ଲୋକେ ସଚେତନ ହେବା ଜରୁରୀ । କୋରୋନା ଆରମ୍ଭରୁ ଚାଇନା ଓ ୟୁରୋପରେ ପ୍ରଭାବ ପକାଇବା ପରେ ଭାରତକୁ ଆସିଥିଲା ଭୁତାଣୁ । ତେବେ ଦେଶରେ ସଂକ୍ରମଣ କମ ଥିବା ବେଳେ ଏବେ ବି କୋରୋନା ପ୍ରତି ଡର ଭୟ କମ୍ୟୁନିଟି ମଧ୍ୟରେ ରହିବା ଆବଶ୍ୟକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ସଂକ୍ରମଣ ବଢିବାକୁ ନେଇ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କମ ଟୀକାକରଣ (Corona Vaccination) , ସାମାଜିକ ଦୂରତାର ଅଭାବ, ଅନେକ ସମୟ ଧରି ଏକଜୁଟ ଆଦି କାରଣକୁ ଦାୟୀ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସର୍ଭିଲାନ୍ସ କଡାକଡି କରାଯାଉଛି । ଟୀକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି, କୋରୋନା ନିୟମକୁ କଡାକଡି ପାଳନ କରିବାକୁ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚାଇ ଦେଇଛନ୍ତି ।
Also Read: ICC ଦେଲା ବେଷ୍ଟ ପ୍ଲେଇଂ ଇଲେଭେନ: ଭାରତୀୟ ଖେଳାଳିଙ୍କ ପତ୍ତା ସାଫ୍, ପାକ୍ ଖେଳାଳିଙ୍କୁ ଗୁରୁ ଦାୟିତ୍ୱ
ଟିକାକରଣକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪ କୋଟି ୩ ଲକ୍ଷ ଡୋଜ ଟିକା ଦିଆସରିଛି । ଏଥିମଧ୍ୟରୁ ମୋଟ ଟିକାର ୮୨ ପ୍ରତିଶତ ଅର୍ଥାତ ପ୍ରଥମ ଡୋଜ ୨କୋଟି ୩୮ ଲକ୍ଷ, ଦ୍ୱିତୀୟ ଡୋଜ ଟିକା ୪୧.୫ ପ୍ରତିଶତ ଅର୍ଥାତ ୧ କୋଟି ୩୫ ଲକ୍ଷ ରହିଛି । ଏପଟେ ନଭେମ୍ବର ମାସରୁ ଆରମ୍ଭ ହୋଉଥିବା ହର ଘର ଦସ୍ତକ କାର୍ଯ୍ୟକ୍ରମରେ ଦ୍ୱିତୀୟ ଡୋଜକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଫଳରେ ଦ୍ବିତୀୟ ଡୋଜ (Second Dose Vaccine) ଟିକାକକଣ ବୃଦ୍ଧି ପାଇଛି । କେବଳ ଚଳିତ ମାସରେ ୩୦ ଲକ୍ଷ ଟିକାକରଣ ସରି ସାରିଛି । ସେଥିମଧ୍ୟରୁ ପ୍ରଥମ ଡୋଜ ୧୦ ଲକ୍ଷ ଓ ଦ୍ୱିତୀୟ ଡୋଜ ୨୦ ଲକ୍ଷ ରହିଛି । ଟିକାକରଣକୁ କିପରି ଭାବରେ ଦୈନିକ ୪ ଲକ୍ଷ କରାଯିବ ସେ ନେଇ ଯୋଜନା କରାଯାଉଛି । ପ୍ରଥମ ଡୋଜ ନେଇ ନଥିବା ୧୮ ପ୍ରତିଶତ ଲୋକଙ୍କୁ ଶୀଘ୍ର ଟିକା ନେବକୁ ଅନୁରୋଧ କରାଯାଉଛି । ଏହାସହ ଗାଁ ଲୋକ କିପରି ଅଧିକ ଟିକା କରଣ ପ୍ରକ୍ରିୟାରେ ସାମିଲ ହେବେ ତାକୁ ଗୁରୁତ୍ୱ ଦିଆଯାଇଛି ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କହିଛନ୍ତି ।
Also Read: ଏହି ଭାରତୀୟ କ୍ରିକେଟର ନ୍ୟୁଜିଲାଣ୍ଡକୁ କରିଦେଲେ ୱାର୍ଲ୍ଡ ଚାମ୍ପିଅନ, ଫ୍ୟାନ୍ସ ଉଡ଼ାଇଲେ ମଜାକ୍
ଦୁଇଟି ଫେଜରେ କୋରୋନା ତାହାର ପ୍ରକୋପ ଦେଖାଇ ସାରିଛି । ପ୍ରଥମ ଲହରରେ କୋରୋନା ଯେତିକି ଭୟଙ୍କର ହୋଇନଥିଲା ଦ୍ବିତୀୟ ଲହରରେ ସେତିକି ଭୟଙ୍କର ହୋଇଥିଲା । ଏଭଳି ସ୍ଥିତିରେ ପୁଣି ଥରେ କୋରୋନା ଲୋକଙ୍କୁ ସଂକ୍ରମିତ କରି ଜୀବନ ନେଉ ତାହା ଚାହୁଁ ନାହାନ୍ତି ସରକାର (Odisha Government) । ଏଥିପାଇଁ ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ଲୋକେ ଭାକ୍ସିନେଟ ହେବାକୁ ଲୋକଙ୍କୁ ସଚେତନ କରୁଛନ୍ତି ସରକାର ।