WHO ମହାନିର୍ଦ୍ଦେଶକ Tedros Adhanom Ghebreyesus କହିଛନ୍ତି ଯେ, ଗତ ସପ୍ତାହରେ ପ୍ରାୟ ୧୫ ନିୟୁତ କୋରୋନା ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି, ଯାହାକି ଏପର୍ଯ୍ୟନ୍ତ ଗୋଟିଏ ସପ୍ତାହ ମଧ୍ୟରେ ସର୍ବାଧିକ ରିପୋର୍ଟ ହୋଇଛି। ଓମିକ୍ରନ୍ ଭାରିଆଣ୍ଟ କାରଣରୁ ଅଧିକାଂଶ ସଂକ୍ରମଣ ଘଟୁଛି। ଓମିକ୍ରନ୍ ଦୁନିଆରେ ଡେଲଟାର ସ୍ଥାନ ନେଉଛି।
Trending Photos
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋଭିଡ ସଂକ୍ରମଣର ମାମଲା ବୃଦ୍ଧି ପାଉଛି। ସଂକ୍ରମଣର ଦ୍ରୁତ ଗତି ଓ ମୃତ୍ୟୁ ସଂଖ୍ୟା ଏବେ ପ୍ରାୟ ସମସ୍ତ ଦେଶକୁ ଚିନ୍ତାରେ ପକାଇଛି। ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ସପ୍ତାହେ ମଧ୍ୟରେ ବିଶ୍ୱସ୍ତରରେ ଓଡ଼ିଶା ଜନସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ସମୟରେ ୪୩୦୦୦ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ପ୍ରକାଶିତ ହୋଇଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସଦ୍ୟତମ ମହାମାରୀ ରିପୋର୍ଟରେ କହିଛି ଯେ, ଗତ ସପ୍ତାହରେ ନୂତନ କୋରୋନା ଭ୍ୟାରିଆଣ୍ଟ ସଂକ୍ରମଣ ସଂଖ୍ୟା ପ୍ରାୟ ୫୫ ପ୍ରତିଶତ ବୃଦ୍ଧି ପାଇଛି। ମଙ୍ଗଳବାର ରାତିରେ ପ୍ରକାଶିତ ସାପ୍ତାହିକ ରିପୋର୍ଟରେ ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି କହିଛି ଯେ, ଗତ ସପ୍ତାହରେ ପ୍ରାୟ ୧୫ ନିୟୁତ କୋରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହି ସମୟରେ ୪୩୦୦୦ରୁ ଅଧିକ ମୃତ୍ୟୁ ଘଟିଛି। ତେବେ ରିପୋର୍ଟ ଅନୁଯାୟୀ ମୃତ୍ୟୁ ସଂଖ୍ୟା ସ୍ଥିର ରହିଛି। ଏଥି ସହିତ ଆଫ୍ରିକା ବ୍ୟତୀତ ବିଶ୍ୱର ଅଧିକାଂଶ ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି। ଆଫ୍ରିକାରେ କୋଭିଡ ମାମଲାରେ ପ୍ରାୟ ୧୧ ପ୍ରତିଶତ ହ୍ରାସ ଘଟିଛି।
Also Read: ରାଜ୍ୟରେ କୋରୋନା ବିସ୍ଫୋରଣ: ରେଡ୍ ଜୋନରେ ୪ ଜିଲ୍ଲା, ଖୋଜା ପଡ଼ିଲା ଅକ୍ସିଜେନ୍
WHO ମହାନିର୍ଦ୍ଦେଶକ Tedros Adhanom Ghebreyesus କହିଛନ୍ତି ଯେ, ଗତ ସପ୍ତାହରେ ପ୍ରାୟ ୧୫ ନିୟୁତ କୋରୋନା ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି, ଯାହାକି ଏପର୍ଯ୍ୟନ୍ତ ଗୋଟିଏ ସପ୍ତାହ ମଧ୍ୟରେ ସର୍ବାଧିକ ରିପୋର୍ଟ ହୋଇଛି। ଓମିକ୍ରନ୍ ଭାରିଆଣ୍ଟ କାରଣରୁ ଅଧିକାଂଶ ସଂକ୍ରମଣ ଘଟୁଛି। ଓମିକ୍ରନ୍ ଦୁନିଆରେ ଡେଲଟାର ସ୍ଥାନ ନେଉଛି। ଯେଉଁମାନଙ୍କୁ ପୂର୍ବରୁ କୋରୋନା ହୋଇଥିଲା ସେହିମାନେ ଅଧିକ ସଂଖ୍ୟାରେ ଓମିକ୍ରନ୍ ସଂକ୍ରମିତ ହେଉଛନ୍ତି। ଯେଉଁମାନଙ୍କୁ ଟିକାକରଣ କରାଯାଇଛି ସେମାନେ ମଧ୍ୟ କୋରୋନା, ଓମିକ୍ରନ ସଂକ୍ରମଣର ଶିକାର ହେଉଛନ୍ତି।
କୋରୋନା ସଂକ୍ରମଣର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଅନେକ ଦେଶରେ ଟିକାକରଣ ଅଭିଯାନ ଚାଲିଛି। କିନ୍ତୁ ସତ୍ୟ ଏହା ସତ୍ୟ ଯେ, ଏବେ ପର୍ଯ୍ୟନ୍ତ ବିଶ୍ୱର ଏକ ବୃହତ୍ ଜନସଂଖ୍ୟାର ଟିକାକରଣ ହୋଇନାହିଁ। ଆଫ୍ରିକାର ଜନସଂଖ୍ୟାର ପ୍ରାୟ ୮୫ ପ୍ରତିଶତ ଏପର୍ଯ୍ୟନ୍ତ ଗୋଟିଏ ମାତ୍ର ଡୋଜ୍ ପାଇନାହାଁନ୍ତି। ଏଥି ସହିତ, ପାନ ଆମେରିକୀୟ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଓମିକ୍ରନକୁ ହାଲୁକା ଭାବେ ନ ନେବାକୁ ଚେତାବନୀ ଦେଇଛି। କୋରୋନା ନିର୍ଦ୍ଦେଶାବଳୀ ମାନି ଚଳିଲେ ସୁରକ୍ଷିତ ରହିବା, ତେଣୁ ସର୍ବାଦା ମାସ୍କ ବ୍ୟବହାର କରନ୍ତୁ ଓ ଭିଡ ଠାରୁ ଦୂରେଇ ରୁହନ୍ତୁ।