ବିଦେଶରେ ଘର କିଣିବାକୁ ଚାହୁଁଛନ୍ତି କି? ଏହି ଦେଶରେ ଓଡିଶାଠୁ ବି ଶସ୍ତାରେ ମିଳୁଛି ଜମି-କୋଠା
Advertisement

ବିଦେଶରେ ଘର କିଣିବାକୁ ଚାହୁଁଛନ୍ତି କି? ଏହି ଦେଶରେ ଓଡିଶାଠୁ ବି ଶସ୍ତାରେ ମିଳୁଛି ଜମି-କୋଠା

ନିଜ ଘରଟି ସବୁଠୁ ସୁନ୍ଦର ଓ ବଡ଼ଘର ହେଉବୋଲି ପ୍ରାୟ ସମସ୍ତଙ୍କ ମନରେ ଆଶାଥାଏ। ହେଲେ କେତେକଙ୍କ ଭାଗ୍ୟରେ ସେମାନଙ୍କ ଘର ତିଆରି ସ୍ୱପ୍ନ ପୂରଣ ହୋଇଥାଏ, ତ ଆଉ କେତେକଙ୍କ କ୍ଷେତ୍ରରେ ସ୍ୱପ୍ନ ସ୍ୱପ୍ନରେ ରହିଯାଏ। କେତେକ ଦେଶରେ ରିୟଲ ଇଷ୍ଟେଟ୍ ବହୁତ ମହଙ୍ଗା ହୋଇଥିବା ବେଳେ ଆଉ କେତେକ ଦେଶରେ ଶସ୍ତା ରହିଥାଏ।

ପ୍ରତିକାତ୍ମକ ଫଟୋ

ବିଦେଶରେ ଘରଟିଏ କିଣିବାକୁ ବହୁଲୋକଙ୍କର ସ୍ୱପ୍ନ ଥାଏ। କିନ୍ତୁ ଟଙ୍କାକୁ ନେଇ ଅନେକ ଦ୍ୱନ୍ଦରେ ପଡିଯାଆନ୍ତି। କିନ୍ତୁ କିଛି ଦେଶରେ ଘରର ଦାମ ବହୁତ ମହଙ୍ଗା ହୋଇଥିବା ବେଳେ ଆଉ କେତେକ ଦେଶରେ ଆପଣଙ୍କୁ ଭାରତ ଠାରୁ ଶସ୍ତାରେ ଘରଟିଏ ମିଳିଯିବ। ଆସନ୍ତୁ ଜାଣିବା କେଉଁ ଦେଶରେ ଘର କେତେ ଶସ୍ତା ଓ ମହଙ୍ଗା...

ନିଜ ଘରଟି ସବୁଠୁ ସୁନ୍ଦର ଓ ବଡ଼ଘର ହେଉବୋଲି ପ୍ରାୟ ସମସ୍ତଙ୍କ ମନରେ ଆଶାଥାଏ। ହେଲେ କେତେକଙ୍କ ଭାଗ୍ୟରେ ସେମାନଙ୍କ ଘର ତିଆରି ସ୍ୱପ୍ନ ପୂରଣ ହୋଇଥାଏ, ତ ଆଉ କେତେକଙ୍କ କ୍ଷେତ୍ରରେ ସ୍ୱପ୍ନ ସ୍ୱପ୍ନରେ ରହିଯାଏ। କେତେକ ଦେଶରେ ରିୟଲ ଇଷ୍ଟେଟ୍ ବହୁତ ମହଙ୍ଗା ହୋଇଥିବା ବେଳେ ଆଉ କେତେକ ଦେଶରେ ଶସ୍ତା ରହିଥାଏ।  ଆସନ୍ତୁ ଜାଣିବା କିଛି ବିଳାଶପୂର୍ଣ୍ଣ ଘର ବିଷୟରେ ଯାହାର ଦାମ୍ ଆକାଶଛୁଆଁ। ଆମେ ଆପଣଙ୍କୁ ଏମିତି କିଛି ଦେଶ ବିଷୟରେ କହିବୁ ଯେଉଁଠି ଆପଣ ଅତି ଶୁଲଭ ଦାମରେ ଆପଣଙ୍କ ସ୍ୱପ୍ନର ଘରଟିଏ କିଣିପାରିବେ।

Also Read: World Happiness Report 2022: ଜାଣନ୍ତୁ, ଭାରତୀୟଙ୍କଠୁ କେତେ ଦୁଃଖରେ ଅଛନ୍ତି ପାକିସ୍ତାନୀ?

ଦୁନିଆଁର ସବୁଠାରୁ ମହଙ୍ଗା ଘର କେଉଁଠି ଜାଣନ୍ତୁ-

  • ବକିଂହୋମ୍ ପ୍ରାସାଦ: ଲକଜରି ମାଗାଜିନ୍ ଅନୁଯାୟୀ, ବିଶ୍ୱର ସବୁଠାରୁ ମହଙ୍ଗା ଘର ବ୍ରିଟେନରେ ରହିଛି। ଯାହାର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ଏହି ଘରର ଦାମ୍ ପ୍ରାୟ ୬.୭ ବିଲିୟନ ଡଲାର ଅର୍ଥାତ ଭାତୀୟ ମୁଦ୍ରାରେ ପ୍ରାୟ ୫୧୦ ଆରବ ଟଙ୍କା ହେବ।
  • ଆଣ୍ଟିଲିଆ: ଲକ୍ସ ଡିଜିଟାଲ ମାଗାଜିନ୍ ଅନୁଯାୟୀ, ବ୍ରିଟେୱର ବକିଂହୋମ୍ ପରେ ଦ୍ୱିତୀୟ ନମ୍ୱରରେ ବିଶ୍ୱର ସବୁଠାରୁ ମହଙ୍ଗା ଘର ଭାରତରେ ରହିଛି। ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ୱାନୀଙ୍କ ଘରର ନାମ ହେଉଛି ଆଣ୍ଟିଲିଆ। ଏହି ବିଳାସପୂର୍ଣ୍ଣ ପ୍ରାସାଦ ଆଣ୍ଟିଲିଆ (Antilia) ମୁମ୍ୱାଇରେ ୪ ଲକ୍ଷ ବର୍ଗଫୁଟ୍ ଜାଗାରେ ରହିଛି। ଏହି ସୁନ୍ଦର କୋଠାକୁ ପାରମ୍ପରିକ ଏବଂ ପ୍ରାକୃତିକ ଉପାଦାନ ସହିତ ଡିଜାଇନ୍ କରାଯାଇଛି। ଏଥିରେ ୬ଟି ମହଲା ପାର୍କିଂ ସ୍ଥାନ ରହିଛି। ମୁକେଶ ଅମ୍ୱାନିଙ୍କ ଆଣ୍ଟିଲିଆର ମୂଲ୍ୟ ପ୍ରାୟ ୨ ବିଲିଅନ୍ ରହିଛି। ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୧,୫୨, ୦୯, ୦୭, ୦୦, ୦୦୦ ଟଙ୍କା ହେବ।
  • ୩. ଭିଲ୍ଲା ଲିଓପୋଲ୍ଡା: ଫ୍ରାନ୍ସର ଭିଲ୍ଲା ଲିଓପୋଲ୍ଡା ଏକ ବିଳାସପୂର୍ଣ୍ଣ ପ୍ରାସାଦ। ଏହି ଘରଟି ପୂର୍ବରୁ ବେଲଜିୟମର ରାଜା ଲିୟୋପୋଲ୍ଡ ଦ୍ୱିତୀୟଙ୍କ ପାଖରେ ଥିଲା। ଏହାପରେ ଏହି ପ୍ରାସାଦର ମାଲିକାନାରେ ଅନେକ ଲୋକଙ୍କ ପାଖକୁ ଯାଇଛି। ଏହି ପ୍ରାସାଦକୁ ଚଳଚ୍ଚିତ୍ର ସୁଟିଂରେ ବ୍ୟବହାର କରାଯାଉଛି। ଲକ୍ସ ଡିଜିଟାଲ ମାଗାଜିନର କହିବା ଅନୁଯାୟୀ, ଏହି ଘରର ମୂଲ୍ୟ ପ୍ରାୟ ୭୫ କୋଟି ଡଲାର ରହିଛି।

ଜାଣନ୍ତୁ କେଉଁ ଦେଶରେ ମିଳେ ସବୁଠୁ ଶସ୍ତା ଘର

  • ଗ୍ରୀସ: ଏମଏସଏନ ମନୀର କହିବା ଅନୁଯାୟୀ, ଗ୍ରୀସର ରାଜଧାନୀ ଏଥେନ୍ସରେ ଆପଣଙ୍କୁ ୧୨୦ ବର୍ଗ ମିଟର ଜମି ଉପରେ ୪.୪୫୦ ଡଲାର ଅର୍ଥାତ୍ ମାତ୍ର ୩.୩୭ ଲକ୍ଷ ଟଙ୍କାରେ ଆପଣଙ୍କୁ ଘରଟିଏ ମିଳିଯିବ।
  • ଇଟାଲି: ଇଟାଲିରେ ମଧ୍ୟ ଆପଣଙ୍କୁ ଶସ୍ତାରେ ଘରଟିଏ ମିଳିପାରିବ। ଲାଇଭ୍ ଆଣ୍ଡ ଇନଭେଷ୍ଟମେଣ୍ଟ ଓଭରସିଜର କହିବା ଅନୁଯାୟୀ, ଆପଣ ଇଟାଲିର କିଛି ପ୍ରମୁଖ ସହରକୁ ଛାଡ଼ିଦେଲେ ଏଠାରେ ଜମି ବହୁ ଶସ୍ତାରେ ମିଳିଯିବ। ଏହି ଲାଇଭ୍ ଆଣ୍ଡ ଇନଭେଷ୍ଟମେଣ୍ଟ ଓଭରସିଜ ୱେସାଇଟ୍ ଅନୁଯାୟୀ, ସିସିଲି ଆଇଲ୍ୟାଣ୍ଡରେ ଅନେକ ପୁରୁଣା ଗାଁ ରହିଛି, ଯାଉଁଠି ଯେଉଁଠାରେ ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିବାକୁ କାମ କରୁଛି। ୱେବସାଇଟ୍ କହିବା ଅନୁଯାୟୀ, ଏହି ଅଞ୍ଚଳରେ ଆପଣ ୧ ୟୁରୋ ଅଳ୍ପ ଦାମରେ ଘର କିଣିପାରିବେ।
  • ଇକ୍କାଡୋର: ଏହି ଦେଶ ବିଷୟରେ ବହୁ କମ୍ ଲୋକ ଜାଣିଥିବେ। ଇକ୍କାଡୋରରେ ଜାଗତିକରଣରେ ସେତେଟା ପ୍ରଭାବ ପଡ଼ିପାରିନାହିଁ। ଆପଣଙ୍କୁ ଏଠାରେ ଶସ୍ତାରେ ଘରଟିଏ ମିଳିଯିବ। ଲାଇଭ ଆଣ୍ଡ ଇନଭେଷ୍ଟ ଓଭରସିଜ୍ ଅନୁଯାୟୀ, ଏହି ଦେଶରେ ଆପଣଙ୍କୁ ଅନେକ ସହରରେ ଶସ୍ତାରେ ଘର ଟିଏ ମିଳିଯିବ।