ଲୋକସଭା ନିର୍ବାଚନରେ ​ଟଙ୍କା ବାଣ୍ଟିଥିଲେ ଏହି ସାଂସଦ, ୬ ମାସର ଜେଲଦଣ୍ଡ ଶୁଣାଇଲେ କୋର୍ଟ
Advertisement

ଲୋକସଭା ନିର୍ବାଚନରେ ​ଟଙ୍କା ବାଣ୍ଟିଥିଲେ ଏହି ସାଂସଦ, ୬ ମାସର ଜେଲଦଣ୍ଡ ଶୁଣାଇଲେ କୋର୍ଟ

Cash-For-Votes Case: ମଲୋଥ କବିତାଙ୍କୁ ୨୦୧୯ ସାଧାରଣ ନିର୍ବାଚନ ସମୟରେ ଭୋଟ୍ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯଇଛି । ତାଙ୍କୁ ୬ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

(ଫାଇଲ ଫଟୋ)

ହାଇଦ୍ରାବାଦ: ନିର୍ବାଚନ ସମୟରେ ଅନେକ ଥର ସାଂସଦମାନେ ଟଙ୍କା ଦେଇ ଭୋଟ୍ କିଣିଥିବାର ଅଭିଯୋଗ ଆସିଛି । କିନ୍ତୁ ଦେଶରେ ପ୍ରଥମ ଥର ଏହି ଅଭିଯୋଗ ପାଇଁ କୋର୍ଟ ସାଂସଦଙ୍କୁ ଦଣ୍ଡିତ କରିଛନ୍ତି । ଭୋଟରଙ୍କୁ ଲାଞ୍ଚ ଦେବା (Cash-For-Votes Case) ଅଭିଯୋଗରେ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (TRS) ସାଂସଦ ମଲୋଥ କବିତାଙ୍କୁ (Maloth Kavitha) ନାମ୍ପାଲିର ଏକ ସ୍ୱତନ୍ତ୍ର ଅଧିବେଶନ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । କବିତା ତେଲେଙ୍ଗାନା (Telangana) ମହବୁବାଦର ସାଂସଦ । ଏହି ଘଟଣାରେ ତାଙ୍କର ଜଣେ ସହଯୋଗୀଙ୍କୁ କୋର୍ଟ (Court) ଦୋଷୀ ସାବ୍ୟସ୍ତ କରିଛନ୍ତି ଓ ତାଙ୍କୁ ମଧ୍ୟ ଦଣ୍ଡିତ କରାଯାଇଛି ।

ମଲୋଥ କବିତାଙ୍କୁ ୨୦୧୯ ସାଧାରଣ ନିର୍ବାଚନ ସମୟରେ ଭୋଟ୍ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯଇଛି । ତାଙ୍କୁ ୬ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହା ସହିତ ୧୦ ହଜାର ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି । ତେବେ ହାଇକୋର୍ଟରେ ଆବେଦନ କରିବାରୁ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି । କୁହାଯାଉଛି ଯେ କବିତା ଖୁବ ଶୀଘ୍ର ଏହି ଆଦେଶ ବିରୋଧରେ ତେଲେଙ୍ଗାନା ହାଇକୋର୍ଟରେ (Telangana High-count) ଅପିଲ କରିବେ ।

ଅଧିକ ପଢ଼ନ୍ତୁ: ମାଗଣାରେ ବୁକ୍ କରିପାରିବେ Gas Cylinder, ଜାଣନ୍ତୁ ସବୁଠୁ ସହଜ ଉପାୟ

କିପରି ଧରାପଡିଲେ କବିତାଟି?
ପ୍ରଥମ ଥର ପାଇଁ ଏହି ଘଟଣା ସାମ୍ନାକୁ ଆସିଥିଲା ​​ଯେତେବେଳେ ୨୦୧୯ ମସିହାରେ ରାଜସ୍ୱ ଅଧିକାରୀମାନେ ଟଙ୍କା ବଣ୍ଟନ କରୁଥିବା ସମୟରେ ସାଂସଦଙ୍କ ସହଯୋଗୀ ଶୌକତ ଅଲିଙ୍କୁ ଧରିଥିଲେ । କବିତାଙ୍କ ସପକ୍ଷରେ ଭୋଟ୍ ମାଗୁଥିବା ଏହି ଲୋକମାନେ ବରଗାମାହାଡ ପୋଲିସ ଷ୍ଟେସନ ଅଞ୍ଚଳରେ ଭୋଟରଙ୍କୁ ୫୦୦ ଟଙ୍କା ଲେଖାଏଁ ଦେଉଥିଲେ । ଶୌକତ ଅଲିଙ୍କୁ ପୋଲିସ ରେଡ ହେଣ୍ଡରେ ଧରି ଲାଞ୍ଚ ମାମଲାରେ ପ୍ରଥମ ଅଭିଯୁକ୍ତ ଭାବରେ ନାମିତ କରିଥିବାବେଳେ କବିତାଙ୍କୁ ଦ୍ୱିତୀୟ ଅଭିଯୁକ୍ତ ଭାବେ ନାମିତ କରିଥିଲା ।

କୋର୍ଟରେ ପ୍ରମାଣ
ଶୁଣାଣି ସମୟରେ ପୋଲିସ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଅଧିକାରୀ ଓ ସେମାନଙ୍କ ରିପୋର୍ଟକୁ ପ୍ରମାଣ ଭାବରେ ଉପସ୍ଥାପନ କରିଥିଲା । ପଚରାଉଚରା ବେଳେ ଅଲି ମଧ୍ୟ ଅପରାଧ ସ୍ୱୀକାର କରିଛନ୍ତି ଓ କବିତାଙ୍କ ନିର୍ଦ୍ଦେଶରେ ସେ ଟଙ୍କା ବାଣ୍ଟିଛନ୍ତି ବୋଲି ସେ ଦାବି କରିଛନ୍ତି ।

ଅଧିକ ପଢ଼ନ୍ତୁ: ମଦ ସହିତ ଭୁଲରେ ଖାଆନ୍ତୁ ନାହିଁ ଏହି ଜିନିଷ, ଶରୀର ପାଇଁ ହୋଇଥାଏ ଅଧିକ ବିପଜ୍ଜନକ

ପୂର୍ବରୁ ମଧ୍ୟ ମିଳିସାରିଛି ଏପରି ଦଣ୍ଡ
ଏହା ପ୍ରଥମ ଘଟଣା ନୁହେଁ ଯେ ତେଲେଙ୍ଗାନାର ଜଣେ ସାଂସଦଙ୍କୁ ଅପରାଧ ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ କୋର୍ଟ ଦଣ୍ଡିତ କରିଛନ୍ତି । ଏହାପୂର୍ବରୁ ବିଜେପି ବିଧାୟକ ରାଜା ସିଂ ଓ ଟିଆରଏସ ବିଧାୟକ ଦାନମ ନାଗେନ୍ଦ୍ରଙ୍କୁ ମଧ୍ୟ ଜେଲ ଦଣ୍ଡାଦେଶ ହୋଇଛି । ବୋଲାରମ୍ ପୋଲିସ୍ ଷ୍ଟେସନରେ ଜଣେ ପୋଲିସ୍ ଅଧିକାରୀଙ୍କୁ ଆକ୍ରମଣ କରିଥିବା ବେଳେ ରାଜ ସିଂ ବିରୋଧରେ ଏଫଆଇଆର ବୁକ୍ ହୋଇଥିବାବେଳେ ଦାନମ ନାଗେନ୍ଦ୍ରଙ୍କୁ ଜଣେ ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣରେ ଓ ସହଯୋଗୀଙ୍କୁ ପ୍ରତାରଣା କରିଥିବାରୁ ବଞ୍ଜାରା ହିଲ୍ସ ପୋଲିସ ଷ୍ଟେସନରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।