ୟଙ୍ଗ୍ ଇଣ୍ଡିଆକୁ କୋରୋନା କବଚ, ଆଜିଠୁ ପନ୍ଦର ପ୍ଲସଙ୍କ ଟିକାକରଣ
Advertisement
Article Detail0/zeeodisha/odisha1061707

ୟଙ୍ଗ୍ ଇଣ୍ଡିଆକୁ କୋରୋନା କବଚ, ଆଜିଠୁ ପନ୍ଦର ପ୍ଲସଙ୍କ ଟିକାକରଣ

ଭାରତରେ ଗତବର୍ଷ ୧୬ ଜାନୁଆରୀରୁ ଜାତୀୟ କୋଭିଡ-୧୯ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ୯୦ ପ୍ରତିଶତରୁ ଅଧିକ ନାଗରିକଙ୍କୁ ପ୍ରଥମ ଡୋଜ ଏବଂ ୬୫ ପ୍ରତିଶତ ଲୋକଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି। ଦେଶବ୍ୟାପୀ କୋରୋନା ଟିକାକରଣ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ 'ହର ଘର ଦସ୍ତକ' ଅଭିଯାନ ଗତ ନଭେମ୍ବର ୩ରେ କାର୍ଯ୍ୟକାରୀ ହୋଇଥିଲା।

ସୌ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ସୋମବାର ଠାରୁ ଦେଶରେ ପନ୍ଦର ପ୍ଲସ୍ ଅର୍ଥତା ୧୫ରୁ ୧୮ ବର୍ଷର ପିଲାମାନଙ୍କ କୋରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଯାଇଛି। ପୂର୍ବାହ୍ନ ୧୦ଟା ସୁଦ୍ଧା ୧୦ ଲକ୍ଷରୁ ଊର୍ଦ୍ଧ୍ୱ କିଶୋର ଟିକା ନେବା ପାଇଁ ପଞ୍ଜିକରଣ କରିଛନ୍ତି। ପଞ୍ଜିକୃତଙ୍କ ମଧ୍ୟରୁ ପ୍ରାୟ ଏକ ଲକ୍ଷ ଯୋଗ୍ୟଙ୍କର ଟିକାକରଣ ସରିଛି। କୋୱିନ୍ ପୋର୍ଟାଲ (Co-WIN system) ମାଧ୍ୟମରେ ପଞ୍ଜିକରଣ କରି ନିକଟସ୍ଥ ଟିକାକେନ୍ଦ୍ରରେ ଟିକା ନେଇପାରିବେ।

ଭାରତରେ ଗତବର୍ଷ ୧୬ ଜାନୁଆରୀରୁ ଜାତୀୟ କୋଭିଡ-୧୯ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ୯୦ ପ୍ରତିଶତରୁ ଅଧିକ ନାଗରିକଙ୍କୁ ପ୍ରଥମ ଡୋଜ ଏବଂ ୬୫ ପ୍ରତିଶତ ଲୋକଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି। ଦେଶବ୍ୟାପୀ କୋରୋନା ଟିକାକରଣ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ 'ହର ଘର ଦସ୍ତକ' ଅଭିଯାନ ଗତ ନଭେମ୍ବର ୩ରେ କାର୍ଯ୍ୟକାରୀ ହୋଇଥିଲା। ଏଥି ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଜାନୁଆରୀ ୩ ତାରିଖରୁ ପନ୍ଦର ପ୍ଲସଙ୍କୁ କୋରୋନା ଟିକା ଦିଆଯାଉଛି।

Also Read: C Voter Survey: ପଞ୍ଜାବରେ କାହା ପଲା ଭାରି? ବିଜେପି-କ୍ୟାପଟେନ୍ ମେଣ୍ଟକୁ ନେଇ ହେଲା ବଡ଼ ଖୁଲାସା

୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କେବଳ କୋଭାକ୍ସିନ୍ ଟିକା ଦିଆଯାଉଛି। ଯେଉଁ ପିଲାମାନେ ପ୍ରଥମ ଡୋଜ୍ ନେଇଛନ୍ତି, ସେମାନଙ୍କୁ ୨୮ଦିନ ପରେ ସେହି କୋଭାକ୍ସିନର ଦ୍ୱିତୀୟ ଡୋଜ୍ ଦିଆଯିବ। କୋଭାକ୍ସିନ୍ ବ୍ୟତୀତ କୋଭାସିଲ୍ଡ ଏବଂ ସ୍ପୁଟ୍ନିକ୍ ଭି ଟିକା ଦେଶର ବୟସ୍କ ଜନସଂଖ୍ୟାକୁ ଦିଆଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଏକ ଟୁଇଟ୍‌ରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ସବୁଠାରୁ ସଫଳ ତଥା ସର୍ବବୃହତ ଟିକାକରଣ କାର୍ଯ୍ୟକ୍ରମ ଚଳାଉଛି। ଯଙ୍ଗ ଇଣ୍ଡିଆକୁ କୋରୋନା କବଚ ଦେଇଥିବାରୁ ପ୍ରାଧାନମନ୍ତ୍ରୀଙ୍କୁ ଧନ୍ୟବାଦ ବୋଲି ମନ୍ତ୍ରୀ ମନସୁଖ ମାଣ୍ଡଭିଆ କହିଛନ୍ତି।

fallback

ମନ୍ତ୍ରଣାଳୟ କହିଛି ଯେ, ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ଦେଶ ଅନେକ ମାଇଲଖୁଣ୍ଟ ହାସଲ କରିଛି, ଯାହାର ବିଶ୍ୱରେ କୌଣସି ଉଦାହରଣ ନାହିଁ। ୯ ମାସରୁ କମ୍ ସମୟ ମଧ୍ୟରେ ୧୦୦ କୋଟିରୁ ଅଧିକ ଡୋଜ ଦେବା, ଗୋଟିଏ ଦିନରେ ଅଢେଇ କୋଟି ଡୋଜ ଦେବା ଏବଂ ବେଳେବେଳେ ଦିନରେ କୋଟିଏ ଡୋଜ ଦେବାର ରେକର୍ଡ ଅଛି। NITI ଆୟୋଗର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ପାଲଙ୍କ ଅନୁଯାୟୀ, କୋୱିନ ପୋର୍ଟାଲରେ ପଞ୍ଜିକରଣ ପ୍ରକ୍ରିୟା ପୂର୍ବ ପରି ରହିବ। ଏଥିରେ ଅନେକ ପରିବର୍ତ୍ତନ କରାଯାଇ ନାହିଁ। ପନ୍ଦର ପ୍ଲସ୍ ବୟସର ପିଲାମାନଙ୍କ ପାଇଁ ମଧ୍ୟ କୋୱିନ ପୋର୍ଟାଲରେ ପଞ୍ଜିକରଣର ସମସ୍ତ ପ୍ରକ୍ରିୟା ପୂର୍ବ ପରି ସମାନ ହେବ।

Also Read: ରାଜଧାନୀରେ ପୋଷ୍ଟର ୱାର୍; ନୂଆବର୍ଷ ଶୁଭେଚ୍ଛା ନାଁରେ ଚାଲିଛି ନିର୍ବାଚନ ପ୍ରଚାର

ରାଜ୍ୟରେ ପନ୍ଦର ପ୍ଲସଙ୍କ ପାଇଁ ସ୍ବତନ୍ତ୍ର ଭାବରେ ୯୩୯ଟି କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଏହିସବୁ ଟିକାକରଣ କେନ୍ଦ୍ରରେ ଦିନ ସାରା ଟିକାଦାନ ଚାଲିବ। ରାଜ୍ୟ ସରକାରଙ୍କ ପାଖରେ ବର୍ତ୍ତମାନ ୧୫ ଲକ୍ଷ କୋଭାକ୍ସିନ ଟିକା ମହଜୁଦ ଅଛି। ଆଜିଠାରୁ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ ନାହିଁ। ପରୀକ୍ଷା ଥିବାରୁ ଦଶମ, ଦ୍ୱାଦଶ ଛାତ୍ରଛାତ୍ରୀ ବିଳମ୍ବରେ ଟିକା ନେବେ। ଜାନୁଆରୀ ୮ ତାରିଖ ପରେ ଦଶମ ଏବଂ ୧୧ ତାରିଖ ପରେ ଦ୍ୱାଦଶ ପିଲାଙ୍କୁ ଟିକାକରଣ କରାଯିବ।