C Voter Survey: ପଞ୍ଜାବରେ କାହା ପଲା ଭାରି? ବିଜେପି-କ୍ୟାପଟେନ୍ ମେଣ୍ଟକୁ ନେଇ ହେଲା ବଡ଼ ଖୁଲାସା
Advertisement
Article Detail0/zeeodisha/odisha1061622

C Voter Survey: ପଞ୍ଜାବରେ କାହା ପଲା ଭାରି? ବିଜେପି-କ୍ୟାପଟେନ୍ ମେଣ୍ଟକୁ ନେଇ ହେଲା ବଡ଼ ଖୁଲାସା

ପଞ୍ଜାବ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସ ଦଳରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଫୁଲ ରାଜନୀତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କ ନେତୃତ୍ୱରେ ପଞ୍ଜାବରେ କଂଗ୍ରେସ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଆଲୋଚନା ହେଉଛି। 

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ଯେକୌଣସି ନିର୍ବାଚନ ପାଖେଇ ଆସିଲେ ମାଳ ମାଳ C Voter Survey ଆରମ୍ଭ ହୋଇଯାଏ। ଏହି ସର୍ଭେ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ଭୋଟରଙ୍କ ମୁଡକୁ ଆକଳନ କରାଯାଏ। ସମ୍ପୂର୍ଣ୍ଣ ସଠିକ୍ ନ ହେଲେ ମଧ୍ୟ C Voter Survey କେତେକାଶଂରେ  ନିର୍ବାଚନ ଫଳାଫଳକୁ ପ୍ରଭାବିତ ମଧ୍ୟ କରିଥାଏ। ଚଳିତବର୍ଷ ପଞ୍ଜାବ, ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଯାହାକୁ ଦୃଷ୍ଟିରେ ରଖି ଦେଶର ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପଞ୍ଜାବ ଭୋଟରଙ୍କ ମୁଡ୍ ଜାଣିବାକୁ ଚେଷ୍ଟା କରିଛି। ଯେଉଁଥିରେ ଅନେକ ଆଶ୍ଚର୍ଯ୍ୟକର ତଥ୍ୟ ସାମନାକୁ ଆସିଛି।

ପଞ୍ଜାବ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସ ଦଳରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଫୁଲ ରାଜନୀତି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନିଙ୍କ ନେତୃତ୍ୱରେ ପଞ୍ଜାବରେ କଂଗ୍ରେସ ଦଳ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ କ୍ରମାଗତ ଭାବରେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀର ଦାବିଦାର ବୋଲି କହୁଛନ୍ତି। ଏସବୁ ଭିତରେ ଏବେ ପ୍ରଶ୍ନ ହେଉଛି ଯେ, ପଞ୍ଜାବ ନିର୍ବାଚନରେ ​​କଂଗ୍ରେସ କାହାକୁ ଦଳର ଚେହେରା କରି ଲଢିବା ଉଚିତ୍? 

Also Read: ଆଶ୍ଚର୍ଯ୍ୟର ଆନନ୍ଦ! ମରୁଭୂମିରେ ବରଫପାତ, ପାହାଡରେ ଜମିଲା ଲୋକଙ୍କ ଭିଡ଼

କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କରାଯାଇଥିବା ସର୍ଭେରେ ୪୨ ପ୍ରତିଶତ ଲୋକ, ଚରଣଜିତ୍ ସିଂ ଚନ୍ନିଙ୍କୁ ପ୍ରଥମ ପସନ୍ଦ ବୋଲି କହିଥିଲେ। ୨୩ ପ୍ରତିଶତ ନବଜୋତ ସିଂ ସିଦ୍ଧୁଙ୍କୁ ସମର୍ଥନ କରିଥିବା ବେଳେ ଅନ୍ୟ ୨୩ ପ୍ରିତଶତ ଲୋକ ଉଭୟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ସେହିପରି ୧୨ ପ୍ରତିଶତ ଲୋକ ନିଜର ମତାମତା ଦେବାକୁ ମନା କରିଦେଇଛନ୍ତି ବା ସେମାନେ ଜାଣିନଥିବା କହିଛନ୍ତି। 

C Voter Survey ଅନୁସାରେ ଏଥର ପଞ୍ଜାବରେ ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ସର୍ବ ବୃହତ ଦଳ ଭାବରେ ଉଭା ହେଉଛି। ମତଦାନରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ବିଜେପି ମଧ୍ୟରେ ମେଣ୍ଟ ଘୋଷଣା ହେବା ପରେ ଏହି ପ୍ରତିଯୋଗିତା ଆହୁରି ଅଧିକ ଆକର୍ଷଣୀୟ ହେବାକୁ ଲାଗୁଛି। ପଞ୍ଜାବରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ କୃଷକ ସଂଗଠନ ମଧ୍ୟ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ନିର୍ବାଚନ ଫଳାଫଳ ପୂର୍ବରୁ କିଛି କହିବା କଷ୍ଟକର ହେବ।

Also Read: ପଞ୍ଜାବ ପଲିଟିକ୍ସରେ Sonu Sood, ସପ୍ତାହେ ଭିତରେ କରିପାରନ୍ତି ଦଳ ଘୋଷଣା

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବର୍ତ୍ତମାନ ବିଜେପି କୋର୍ଟରେ ଅଛନ୍ତି ଏବଂ ତାଙ୍କୁ ଜଣେ ଲୋକପ୍ରିୟ ନେତା ଭାବେ ବିବେଚନା କରାଯାଉଛି। ଏଭଳି ପରିସ୍ଥିତିରେ ନିର୍ବାଚନ ସମୀକରଣ ଏଥର କିଛି ଅଲଗା ହେବ। ୨୦୨୨ ବିଧାନସଭା ନିର୍ବାଚନ ପାଇଁ କ୍ୟାପଟେନଙ୍କ ପଞ୍ଜାବ ଲୋକ କଂଗ୍ରେସ (ପିଏଲସି), ବିଜେପି ଏବଂ ସୁଖଦେବ ସିଂଙ୍କ ଶିରୋମଣୀ ଅକାଳି ଦଳ (ୟୁନାଇଟେଡ୍) ସହିତ ଏକ ମେଣ୍ଟ ହୋଇଛି। ଅନ୍ୟପକ୍ଷରେ କଂଗ୍ରେସ ବର୍ତ୍ତମାନ ବିଚ୍ଛିନ୍ନ ହୋଇଛି। କେବଳ ଏତିକି ନୁହେଁ, ଚନ୍ନି ଏବଂ ସିଦ୍ଧୁଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ। ଏହି ରୋମାଞ୍ଚକର ପ୍ରତିଯୋଗିତାରେ କିଏ କାହା ଦଳକୁ କ୍ଷତି ପହଞ୍ଚାଇବ ତାହାକୁ ନେଇ ରାଜନୈତିକ କରିଡରରେ ଆଲୋଚନା ହେଉଛି।

କ୍ୟାପଟେନ-ବିଜେପି ମେଣ୍ଟ ଦ୍ୱାରା କାହାର କ୍ଷତି ହେବ ବୋଲି ସର୍ଭେରେ ପ୍ରଶ୍ନ କରାଯାଇଛି। ୧୦ ପ୍ରତିଶତ ଜନସାଧାରଣ କହିଛନ୍ତି ଯେ, ଏହା ଦ୍ୱାରା ଆମ ଆଦମୀ ପାର୍ଟିର କ୍ଷତି ହେବ। ଏଥିସହିତ ୬୨ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି ଯେ, ଏହି କ୍ୟାପଟେନ-ବିଜେପି ମେଣ୍ଟ ଯୋଗୁଁ କଂଗ୍ରେସକୁ ରାଜ୍ୟରେ କ୍ଷତି ସହିବାକୁ ପଡିବ। ସେହିପରି ୨୦ ପ୍ରତିଶତ ଲୋକ ଅକାଳି ଦଳ କ୍ଷତିଗ୍ରସ୍ତ ହେବ ବୋଲି କହିଥିଲେ। ୩ ପ୍ରତିଶତ ଲୋକ ମେଣ୍ଟ ଯୋଗୁଁ ନିଜେ ବିଜେପିକୁ କ୍ଷତି ସହିବାକୁ ପଡିବା ବୋଲି କହିଥିବା ବେଳେ ଅନ୍ୟ ୩ କାହାକୁ ନୁହଁ ଓ ୨ ପ୍ରତିଶତ ଲୋକ ଜଣାନାହିଁ ବୋଲି ମତପ୍ରକାଶ କରିଛନ୍ତି।