ଦେଶରେ କୋରୋନା ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ଏବେ କୋରୋନାର ଦୈନିକ ସଂକ୍ରମଣ ଗ୍ରାଫ ହ୍ରାସ ପାଉଛି । କେବଳ ଏହା ନୁହେଁ ଦୈନିକ ସଂକ୍ରମଣ କମିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି ।
Trending Photos
ନୂଆଦିଲ୍ଲୀ: ଦୁଇ ବର୍ଷ ପରେ ଆଜି ହେଉଛି କୋରୋନା କଟକଣା (Corona restriction) ଅବଧିର ଶେଷ ଦିନ । ଅର୍ଥାତ ଆସନ୍ତା କାଲି ଏପ୍ରିଲ ୧ ତାରିଖ ଠାରୁ କୋଭିଡ କଟକଣା ହଟିବ । କୋରୋନା ପାଇଁ ଅନେକ ଦିନ ଧରି କଟକଣା ବଳବତ୍ତର ରହିଥିଲା । ଦେଶରେ କୋରୋନା ଦ୍ରୁତ ଗତିରେ ବୃଦ୍ଧି ପାଇବା ପରେ ଏବେ କୋରୋନାର ଦୈନିକ ସଂକ୍ରମଣ ଗ୍ରାଫ ହ୍ରାସ ପାଉଛି । କେବଳ ଏହା ନୁହେଁ ଦୈନିକ ସଂକ୍ରମଣ କମିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ସଂକ୍ରମଣ କମୁଥିବାରୁ ଦେଶରୁ କୋଭିଡ କଟକଣା ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ୨ ବର୍ଷ ଧରି ଜାରି ରହିଥିବା ମହାମାରୀ ଆଇନକୁ ଶେଷରେ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି । କିନ୍ତୁ ଏବେବି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜର୍ସ-ଏସଓପି ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
କେନ୍ଦ୍ର ସରକାର ଏପ୍ରିଲ ପହିଲାରୁ କୋରୋନାକୁ ମୁକାବିଲା କରିବା ନେଇ ଯେଇଁ ଆଇନ ଲାଗୁକରିଥିଲେ ତାହାକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ୨୦୨୦ ମସିହା ମାର୍ଚ୍ଚ ୨୪ ତାରିଖରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନ୍ତର୍ଗତ ଏକାଧିକ କଟକଣା କେନ୍ଦ୍ର ସରକାର ଜାରି କରିଥିଲେ । ଆଉ ଏହି ସମସ୍ତ କଟକଣା ଆଜି ଶେଷ ହେଉଛି । ପୂର୍ବରୁ ଏହାକୁ ନେଇ ବା କଟକଣା ପ୍ରତ୍ୟାହାର ସମ୍ପର୍କରେ ସବୁ ରାଜ୍ୟକୁ କେନ୍ଦ୍ର ଗୃହ ସଚିବ ଚିଠି ଲେଖିଥିଲେ । ଏହି ଚିଠିରେ ଏହା ମଧ୍ୟ ଦର୍ଯାଇଛି ଯେ କୋଭିଡ ସ୍ଥିତିକୁ ଅନୁଧ୍ଯାନ କରି ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ । ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଥିବା ଚିଠିରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା କହିଛନ୍ତି ଯେ ଗତ ୨୪ ମାସ ମଧ୍ୟରେ ମହାମାରୀ ପରିଚାଳନା ପାଇଁ ବିଭିନ୍ନ ଦକ୍ଷତା ବିକାଶ କରାଯାଇଛି । ଏଥିରେ ହସ୍ପିଟାଲରୁ ଟେଷ୍ଟିଂ, ଅନୁସନ୍ଧାନରୁ ଟିକାକରଣର ବିକାଶ ଅନ୍ତର୍ଭୁକ୍ତ ରହିଛି ।
ଦେଶ ବିଭିନ୍ନ ଖରାପ ପରିସ୍ଥିତି ଦେଇ ଏବେ ଭଳ ସ୍ଥିତିରେ ଅଛି । ଏହା ସହ ଜନସାଧାରଣ ମଧ୍ୟ ସଚେତନ ଅଛନ୍ତି । ସ୍ଥିତି ସୁଧୁରିଛି ହେଲେ କୋରେନା ଯାଇନି, ଫଳରେ ଏବେ ବି ସଜାଗ ହୋଇ ରହିବାର ଆବଶ୍ୟକତା ରହିଛି । ତେବେ ମାସ୍କ ପିନ୍ଧିବା ସହ ହାତ ଧୋଇବାକୁ କେନ୍ଦ୍ର ଗୃହ ସଚିବ ପରାମର୍ଶ ଦେଇଛନ୍ତି । ମାସ୍କ ଓ ସାମାଜିକ ଦୂରତା ନିୟମ ଏବେ ମଧ୍ଯ ବଳବତ୍ତର ରହିବ ।
ଏହା ବି ପଢ଼ନ୍ତୁ: Free ରେ ଦେଖନ୍ତୁ IPL ମ୍ୟାଚ୍ ! ମାଗଣା ମିଳୁଛି ଷ୍ଟାର୍ ସ୍ପୋର୍ଟସ୍ ସବସ୍କ୍ରିପସନ୍
ଏହା ବି ପଢ଼ନ୍ତୁ: 'ଜେଲେନସ୍କିଙ୍କୁ କହି ଦିଅ, ମୁଁ ବର୍ବାଦ କରିଦେବି', ଜାଣନ୍ତୁ କାହିଁକି ଏତେ ରାଗିଗଲେ ପୁଟିନ