CPI(M) ନେତା ସୀତାରାମ ୟେଚୁରୀଙ୍କ ପୁଅ କୋରୋନାରେ ନିଧନ
Advertisement
Article Detail0/zeeodisha/odisha888361

CPI(M) ନେତା ସୀତାରାମ ୟେଚୁରୀଙ୍କ ପୁଅ କୋରୋନାରେ ନିଧନ

ସେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ଗଭୀର ସମବେଦନା ଜଣାଇଛନ୍ତି ।

CPI(M) ନେତା ସୀତାରାମ ୟେଚୁରୀଙ୍କ ପୁଅ କୋରୋନାରେ ନିଧନ

ନୂଆଦିଲ୍ଲୀ: ସିପିଆଇଏମ୍ ନେତା ସୀତାରାମ ୟେଚୁରୀ (CPI(M) Leader Sitaram Yechury) ଙ୍କ ବଡ଼ ପୁଅ ଆଶିଷ ୟେଚୁରୀ କୋରୋନା ଆକ୍ରାନ୍ତ ହୋଇ ଆଜି ସକାଳେ ମୃତ୍ୟୁ ବରଣ କରିଛନ୍ତି । ଏନେଇ ସୀତାରାମ ୟେଚୁରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆଶିଷ କୋରୋନା ସଂକ୍ରମିତ ହୋଇ ଗୁରୁଗ୍ରାମର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ଗଭୀର ସମବେଦନା ଜଣାଇଛନ୍ତି ।

ଅଧିକ ପଢ଼ନ୍ତୁ:-୨୧ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଆଶିଷ ୟେଚୁରୀଙ୍କୁ ପ୍ରାୟ ୩୫ ବର୍ଷ ବୟସ ହୋଇଥିଲା । ସେ ପ୍ରାୟ ଦୁଇ ସପ୍ତାହ ଧରି କୋରୋନା ପାଇଁ ଚିକିତ୍ସିତ ହେଉଥିଲେ । ଗୁରୁତର ଅବସ୍ଥା ହେତୁ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ । ଆଶିଷଙ୍କ ବ୍ୟତୀତ ସୀତାରାମ ୟେଚୁରୀଙ୍କ ପରିବାରରେ ତାଙ୍କ ପତ୍ନୀ ଏବଂ ଝିଅ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ଅଫିସରେ ୩୦ ମିନିଟରୁ ଅଧିକ କାର୍ଯ୍ୟ କଲେ ମିଳିବ ଓଭରଟାଇମର ଟଙ୍କା, ମୋଦି ସରକାର ବଦଳାଇବେ କି ନିୟମ?

ସୀତାରାମ ୟେଚୁରୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି, "ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ମୋତେ କହିବାକୁ ପଡୁଛି ଯେ କୋଭିଡ କାରଣରୁ ଆଜି ସକାଳେ ମୁଁ ମୋର ବଡ ପୁଅ ଆଶିଷ ୟେଚୁରୀଙ୍କୁ ହରାଇଲି । ଯେଉଁମାନେ ଆମକୁ ଆଶା ଦେଇଥିଲେ ଏବଂ ତାଙ୍କ ଚିକିତ୍ସା କରିଥିଲେ, ମୁଁ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ନର୍ସ, ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀ ଏବଂ ଆମ ପାଖରେ ଠିଆ ହୋଇଥିବା ଅନ୍ୟ ଲୋକମାନେ ..."