Farmer Protest Update: ହିଂସାକାଣ୍ଡ ପରେ ହେପାଜତରେ ୨୦୦, ଟାର୍ଗେଟରେ ଯୋଗେନ୍ଦ୍ର ଯାଦବ
Advertisement
Article Detail0/zeeodisha/odisha836608

Farmer Protest Update: ହିଂସାକାଣ୍ଡ ପରେ ହେପାଜତରେ ୨୦୦, ଟାର୍ଗେଟରେ ଯୋଗେନ୍ଦ୍ର ଯାଦବ

ଟ୍ରାକ୍ଚର ରାଲି ବେଳେ ହୋଇଥିବା ହିଂସାକାଣ୍ଡ ମାମଲାରେ ପୋଲିସ ୨୨ଟି ମାମଲା ରୁଜ୍ଜୁ କରିଛି। ଯେଉଁଥିରେ ସ୍ୱରାଜ ଇଣ୍ଡିଆ ଅଧ୍ୟକ୍ଷ ଯୋଗେନ୍ଦ୍ର ଯାଦବଙ୍କ ସମେତ କେତେକ ଅନ୍ୟ ନେତାଙ୍କ ନାଁ ସାମିଲ ରହିଛି। 

Farmer Protest Update: ହିଂସାକାଣ୍ଡ ପରେ ହେପାଜତରେ ୨୦୦, ଟାର୍ଗେଟରେ ଯୋଗେନ୍ଦ୍ର ଯାଦବ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୁଦ୍ଧରେ ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ହୋଇଥିବା ଟ୍ରାକ୍ଟର ରାଲି ବେଳେ ବ୍ୟାପକ ହିଂସାକାଣ୍ଡ ହୋଇଛି। ଏହି ରାଲିରେ ଯୋଗ ଦେଇଥିବା କେତେକ ଉତ୍ତ୍ୟକ୍ତ ବିକ୍ଷୋଭକାରୀଙ୍କ ଏକ ଗୋଷ୍ଠୀ ଟ୍ରାକ୍ଟର ସହ ଲାଲକିଲ୍ଲାରେ ପହଞ୍ଚି ନିଜ ସାଥିରେ ଆଣିଥିବା ଧାର୍ମିକ ପତାକା ଉଡାଇବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏ ଘଟଣାରେ ଦିଲ୍ଲୀ ପୋଲିସ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। 

ଟ୍ରାକ୍ଚର ରାଲି ବେଳେ ହୋଇଥିବା ହିଂସାକାଣ୍ଡ ମାମଲାରେ ପୋଲିସ ୨୨ଟି ମାମଲା ରୁଜ୍ଜୁ କରିଛି। ଯେଉଁଥିରେ ସ୍ୱରାଜ ଇଣ୍ଡିଆ ଅଧ୍ୟକ୍ଷ ଯୋଗେନ୍ଦ୍ର ଯାଦବଙ୍କ ସମେତ କେତେକ ଅନ୍ୟ ନେତାଙ୍କ ନାଁ ସାମିଲ ରହିଛି।  ରାଲି ବେଳେ ହୋଇଥିବା ହଙ୍ଗମା ଘଟଣାରେ ୨୦୦ ବିକ୍ଷୋଭକାରୀଙ୍କୁ ହେପାଜତକୁ ନିଆଯାଇଛି। ସେମାନଙ୍କ ବିରୁଦ୍ଧରେ ହିଂସା ଭିଆଇବା, ସାର୍ବାଜନୀନ ସମ୍ପତ୍ତିକୁ କ୍ଷତିଗ୍ରସ୍ତ କରିବା ଏବଂ ପୋଲିସ ଉପରେ ଆକ୍ରମଣ କରିବାର ଅଭିଯୋଗ ରହିଛି। 

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଘରେ ଚାଲିଥିବା ବୈଠକରେ ଦିଲ୍ଲୀ ପୋଲିସ କମିଶନର ଏବଂ ଗୁଇନ୍ଦା ବିଭାଗ ମୁଖ୍ୟ ସାମିଲ ଅଛି। ଏ ଘଟଣାରେ କମିଶନର ଗୃହମନ୍ତ୍ରୀଙ୍କୁ ବିସ୍ତୃତ ରିପୋର୍ଟ ଦେବେ। ଟ୍ରାକ୍ଟ୍ରର ରାଲି ବେଳେ ଜାତୀୟ ପତାକାକୁ ଅବମାନନା କରିବା ଅଭିଯୋଗରେ ଜଣେ ଓକିଲ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି। 

Also Read: Tractor Ralley: ହିଂସାକାଣ୍ଡରେ ୧୦୯ ପୋଲିସ ଆହତ, ୪୫ ଟ୍ରମା ସେଣ୍ଟର ସ୍ଥାନାନ୍ତର

ଦିଲ୍ଲୀ ପୋଲିସ ଲାଲକିଲ୍ଲା ଠାରେ ହୋଇଥିବା ହିଂସାର ଯାଞ୍ଚ ପାଇଁ ଇଣ୍ଟେଲିଜେନ୍ସି ବ୍ୟୁରୋ-ଆଇବି (Intelligence Bureau-IB) ସହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହାୟତା ନେଇଛି। ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଓ ସ୍ପେଶାଲ ସେଲ ମାଧ୍ୟମରେ ତଦନ୍ତ କରାଯିବ। ଉପଦ୍ରବୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଗୃହ ମନ୍ତ୍ରଣାଳୟ ଆଇନ ମନ୍ତ୍ରଣାଳୟର ସହାୟତା ନେଉଛି।      

ଦିଲ୍ଲୀ ହିଂସାକାଣ୍ଡ ଘଟଣାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବେଶ ଗୁରୁତର ସହ ବିଚାର କରୁଛି। ଉପଦ୍ରବୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ମିଳିଛି। ହିଂସାରେ ଆହତ  ହୋଇଥିବା ପୋଲିସକର୍ମୀଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ଆଦେଶ ମିଳିଛି। 

Also Read: ଟ୍ରାକ୍ଟର ରାଲି ବେଳେ ଉତ୍ତ୍ୟକ୍ତ ବିକ୍ଷୋଭକାରୀଙ୍କ ହିଂସାକାଣ୍ଡ; ପୋଲିସ ଉପରକୁ ପଥର ମାଡ

 

ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ପୋଲିସ ଗୃହ ମନ୍ତ୍ରଣାଳୟକୁ ଯେଉଁ ରିପୋର୍ଟ ଦେଇଛି ସେହି ଆଧାରରେ ହିଂସାଗ୍ରସ୍ତ ଇଲାକାରେ ଶୃଙ୍କଳା ରକ୍ଷା କରିବା ଲାଗି ଅତିରିକ୍ତ ସୁରକ୍ଷା ବଳ ନିୟୋଜିତ କରାଯାଇଛି। ସେଠାକାର ସ୍ଥିତି ଏବେ ନିୟନ୍ତ୍ରଣାଧିନ ରହିଛି। ଆବଶ୍ୟକ ହେଲେ ଆହୁରି ଅର୍ଦ୍ଧ ସାମରିକ ବଳ ମୁତୟନ କରାଯିବ। ଟ୍ରାକ୍ଚର ରାଲି ବେଳେ ହୋଇଥିବା ହିଂସାରେ ୩୦୦ ପୋଲିସ ଆହତ ହୋଇଛନ୍ତି।  

ଦିଲ୍ଲୀ ହିଂସାକାଣ୍ଡ ପରେ କେତେକ ଖଲିସ୍ତାନୀ ସମର୍ଥକଙ୍କ ଟ୍ୱିଟର ହ୍ୟାଣ୍ଡେଲ ସସପେଣ୍ଡ କରାଯାଇଛି। କାନାଡା ୟୁକେରୁ ପରିଚାଳିତ କରାଯାଉଥିବା ଏହି ଆକାଉଣ୍ଟ ମାଧ୍ୟମରେ ଭାରତ ବିରୋଧି ଏଜେଣ୍ଡାର ପ୍ରଚାର ପ୍ରସାର କରାଯାଉଥିଲା। 

Also Read: Farmer Protest: ହିଂସାକାଣ୍ଡ ପରେ Delhi-NCR ଅଞ୍ଚଳରେ ଇଣ୍ଟରନେଟ ବନ୍ଦ, ୧୫ କମ୍ପାନୀ ଅତିରିକ୍ତ ଅର୍ଦ୍ଧ ସାମରିକ ବଳ ମୁତୟନ

 ସିସିଟିଭ ଫୁଟେଜ ଆଧାରରେ ଉପଦ୍ରବୀଙ୍କୁ ଚିହ୍ନଟ କରୁଛି ଦିଲ୍ଲୀ ପୋଲିସ। ଲାଲକିଲ୍ଲା, ନାଙ୍ଗଲୋଇ, ମୁକରବା ଚୌକ, କେନ୍ଦ୍ରୀୟ ଦିଲ୍ଲୀ ଅଞ୍ଚଳରେ ସିସିଟିଭି ଫୁଟେଜ ସଂଗ୍ରହ କରିବା ଲାଗି ସ୍ପେସାଲ ସେଲ, କ୍ରାଇମବ୍ରାଞ୍ଚ ସହଯୋଗ ନିଆଯାଉଛି।    

ଦିଲ୍ଲୀ ମେଟ୍ରୋ ରେଳ ନିଗମ ପକ୍ଷରୁ କୁହାଯାଇଛି ସୁରକ୍ଷା ପାଇଁ ଲାଲକିଲ୍ଲା ମେଟ୍ରୋ ଷ୍ଟେସନରେ ପ୍ରସ୍ଥାନ ଏବଂ ପ୍ରବେଶ ଦ୍ୱାର ବନ୍ଦ ଥିବାବେଳେ ଜାମା ମସଜିଦ ଷ୍ଟେସନରେ ପ୍ରବେଶ ବନ୍ଦ ଅଛି। ଯଦିଓ ଷ୍ଟେସନରୁ ବାହାରକୁ ବାହାରିବା ପାଇଁ ଅନୁମତି ଦିଆଯାଇଛି। ଏହା ବ୍ୟତୀତ ଦିଲ୍ଲୀ ମେଟ୍ରୋର ଅନ୍ୟ ସମସ୍ତ ଷ୍ଟେସନ ଖୋଲା ଅଛି ଏବଂ ସମସ୍ତ ଲାଇନରେ ସାଧାରଣ ସେବା ଚାଲୁଛି।

Also Read: ସରକାରଙ୍କୁ କୃଷକଙ୍କ ଚେତାବନୀ; ବଜେଟ ଦିନ କରିବୁ ସଂସଦ ମାର୍ଚ୍ଚ ରାଲି

 

ଦିଲ୍ଲୀ ହିଂସା ମାମଲାରେ ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଏଥିରେ କେନ୍ଦ୍ର ଗୃହ ସଚିବ ଏବଂ ଆଇବି ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ରହିବେ। ଗୃହମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମଧ୍ୟ ସାକ୍ଷାତ କରିପାରନ୍ତି। ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଗୃହ ମନ୍ତ୍ରଣାଳୟ ବୈଠକରେ ଦିଲ୍ଲୀରେ ୧୫ କମ୍ପାନୀ ପାରା ମିଲିଟାରୀ ଫୋର୍ସ ନିୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଛି। 

ଜାନୁଆରୀ ୨୬ ତାରିଖରେ ହୋଇଥିବା ଟ୍ରାକ୍ଟର ରାଲି ସମୟରେ ଦିଲ୍ଲୀରେ ହିଂସା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବିଭିନ୍ନ ଜିଲ୍ଲାରେ ମୋଟ ୧୫ ମାମଲା ରୁଜୁ ହୋଇଛି। ଅଜ୍ଞାତ ବ୍ୟକ୍ତିଙ୍କ ବିରୁଦ୍ଧରେ ଭିନ୍ନ ଭିନ୍ନ ଧାର ଆଧାରରେ ମାମଲା ଦାଏର ହୋଇଛି। 

Also Read: Farmers Protest: ହିଂସାକାଣ୍ଡ ପରେ ଟ୍ରେଣ୍ଡ କରିଲା #ArrestYogendraYadav

ଯଦି ଆପଣ ଦିଲ୍ଲୀ-ଗାଜିଆବାଦ ମଧ୍ୟରେ ଯିବାଆସିବା କାରିବାକୁ ଚାହୁଁଛନ୍ତି ତାହେଲେ ସତର୍କତା ଅବଲମ୍ବନ କରନ୍ତୁ। ନିରାପତ୍ତା ପାଇଁ ୯ନଂ ୨୪ ନଂ ଜାତୀୟ ରାଜପଥ ବନ୍ଦ ରହିଛି। ଏହି ରାଜପଥ ବ୍ୟବହାର କରୁଥିବା ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆପଣ ଆନନ୍ଦ ବିହାର ଦେଇ ଗାଜିଆବାଦରୁ ଦିଲ୍ଲୀ ଯାଇପାରିବେ। 

Also Read: ଲାଲକିଲ୍ଲାରେ ଉଡ଼ିଲା ଖଲିସ୍ତାନୀ ପତାକା?

ଦିଲ୍ଲୀ ହିଂସାକାଣ୍ଡ ପରେ ମଙ୍ଗଳବାର ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା। ଏହା ସହିତ ଦିଲ୍ଲୀ ସଂଲଗ୍ନ ହରିୟାଣାର ଅନେକ ଜିଲ୍ଲାରେ ସନ୍ଧ୍ୟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗୁଜବକୁ ରୋକିବା ପାଇଁ ଏପରି କରାଯାଇଛି। ଆମେରିକାର ୱାଶିଂଟନ୍‌ ଠାରେ ଥିବା ଖାଲିସ୍ତାନ ସମର୍ଥକ ଭାରତୀୟ କୃଷି ଆଇନ ବିରୋଧ କରି ଭାରତୀୟ ଦୂତାବାସ ବାହାରେ ବିରୋଧ କରିଥିଲେ।