Cyclone Tauktae: Gujarat ଉପକୂଳରେ ରାତିରେ କରିବ ତାଣ୍ଡବ!
Advertisement
Article Detail0/zeeodisha/odisha902426

Cyclone Tauktae: Gujarat ଉପକୂଳରେ ରାତିରେ କରିବ ତାଣ୍ଡବ!

ଗତ ରବିବାର ରାତିରୁ "ତଉକତେ" ସାମୁଦ୍ରିକ ଝଡ଼ର ପ୍ରଭାବ ସୋମବାର ରାତି ପର୍ଯ୍ୟନ୍ତ ଜାରି ରହିଛି।

Cyclone Tauktae: Gujarat ଉପକୂଳରେ ରାତିରେ କରିବ ତାଣ୍ଡବ!

ନୂଆଦିଲ୍ଲୀ: ମାୟନଗରୀ ମୁମ୍ବାଇ ଠାରେ ତାଣ୍ଡବ ମଚାଇଛି ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ "ତଉକତେ"। ଏହାର ପ୍ରଭାବରେ ସହରରେ ଘଣ୍ଟାପ୍ରତି ୭୫-୮୫ କିମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି।  ବର୍ତ୍ତମାନ ଏହା ଗୁଜୁରାଟର ଉପକୂଳରେ ଉପସ୍ଥିତ ହେବା ପରେ ଆହୁରି ସକ୍ରିୟ ହୋଇଉଠିଛି। ଏପରିକି ସେଠାରେ ବର୍ଷା ଆରମ୍ଭ 

ଆରବ ସାଗରରେ (Arabian Sea) ସୃଷ୍ଟ ସାମୁଦ୍ରିକ ଝଡ "ତଉକତେ" (Cyclone Tauktae) ପ୍ରଭାବରେ ମହାରାଷ୍ଟ୍ରରେ (Maharashtra) ୨ ଜଣଙ୍କ ମୃତ୍ୟୁ ହୋଇଛି। କେବଳ ସେତିକି ନୁହେଁ ଏକ ଡଙ୍ଗାରେ ଫସି ରହିଥିବା ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍ କର୍ପୋରେସନ-ଓଏନଜିସି (Oil & Natural Gas Corporation-ONGC) ସଂସ୍ଥାର ୨୭୩ କର୍ମଚାରୀଙ୍କୁ ଉଦ୍ଧାର କରିବାକୁ ୨ ଜାହାଜ ପଠାଯାଇଛି। ବର୍ତ୍ତମାନ ସେମାନେ ମୁମ୍ବାଇ ଉପକୂଳରୁ (Mumbai Beach) ୧୭୫ କିମି ଦୂର ବମ୍ବେ ହାଇ ଫିଲ୍ଡ (Bombay High Field) ଅଞ୍ଚଳରେ ଭାସୁଥିବା ଏକ ଡଙ୍ଗା ମଧ୍ୟରେ ଫସି ରହିଛନ୍ତି।    

Also Read: Cyclone Tauktae Updates: Goa ପରେ Gujrat ପାଇଁ High Alert ଜାରି

ମୁମ୍ବାଇ ଠାରେ ତାଣ୍ଡବ ମଚାଇବା ପରେ ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ଗୁଜୁରାଟର ଉପକୂଳରେ (Gujarat Beach) ଉପସ୍ଥିତ ହେବା ପରେ ଆହୁରି ସକ୍ରିୟ ହୋଇଉଠିଛି। ଏହାର ପ୍ରଭାବ ମୁମ୍ବାଇ  ଉପରୁ ଏପର୍ଯ୍ୟନ୍ତ ହଟିନାହିଁ। ଏଠାରେ ଭାରୀ ବର୍ଷା ସହ ଘଣ୍ଟା ପ୍ରତି ୧୨୦ କିମି ବେଗରେ ପବନ ବହିବା ସହ ଆହୁରି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ-ଆଇଏମଡି (India Meteorological Department-IMD)।

Also Read: Goa ଉପକୂଳରୁ Gujarat ଆଡକୁ ମୁହାଁଇଲା Cyclone Tauktae

ଗତ ରବିବାର ରାତିରୁ "ତଉକତେ" ସାମୁଦ୍ରିକ ଝଡ଼ର ପ୍ରଭାବ ସୋମବାର ରାତି ପର୍ଯ୍ୟନ୍ତ ଜାରି ରହିଛି। ଯାହା ଫଳରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ପବନ ହୋଇଥିବାର ଖବର ଗଣାମାଧ୍ୟମରେ ପ୍ରକାଶିତ ହୋଇସାରିଛି। ପ୍ରବଳ ବେଗରେ ପବନ ବହିବା କାରଣରୁ "ତଉକତେ" ଝଡ଼ର ଗତିପଥ ପଶ୍ଚିମ ମହାରଷ୍ଟ୍ରର ଉପକୂଳବର୍ତ୍ତୀ ଜିଲ୍ଲା ସିନ୍ଧୁଦୁର୍ଗ (Sindgudurg) ଠାରୁ ଉତ୍ତର ଆଡକୁ ଗତି କରିବା ସହ ରତ୍ନଗିରି (Ratnagiri), ରାୟଗଡ (Raigad), ମୁମ୍ବାଇ ହୋଇ ଗୁଜୁରାଟ ଉପକୂଳ ଆଡକୁ ଅଗ୍ରସର ହୋଇଥିଲା।    

Also Read: Cyclone Tauktae: ମୁକାବିଲା ପାଇଁ ଅଣ୍ଟା ଭିଡିଲେ କେନ୍ଦ୍ର ସରକାର

ଆଇଏମଡି ପୂର୍ବାନୁମାନ ଅନୁସାରେ ମେ ୧୭ ତାରିଖ ସୋମବାର ମଧ୍ୟରାତ୍ରୀରେ ପୂର୍ବ ମଧ୍ୟ ଆରବ ସାଗରରେ ସାମୁଦ୍ରିକ ଝଡ଼ "ତଉକତେ" ଚରମ ରୂପ ଧାରଣ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୦-୧୯୦ ସର୍ବାଧିକ ୨୧୦ କିମି ରହିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହା ସହିତ ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଗୁଜୁରାଟର ଅମରେଲି,ଗିର ସୋମନାଥ, ଭାବନଗର, ଡିଉ କେନ୍ଦ୍ର ଶାସିତ ଅଞ୍ଚଳର ସମୁଦ୍ର କୂଳିଆ ଅଞ୍ଚଳରେ ୩ ମିଟର ଉଚ୍ଚର ଲହରୀ ଉଠିବା ନେଇ ପୂର୍ବାନୁମାନ କରିଛି ଆଇଏମଡି।      

Also Read: Cyclone Tauktae: Goa ଉପକୂଳରେ Heavy Rain ସହିତ ବଢିଲା Wind Speed

ପୂର୍ବ ଆରବ ସାଗର ଅଞ୍ଚଳରେ ଘଣ୍ଟାପ୍ରତି ୯୦-୧୦୦ ସର୍ବାଧିକ ୧୧୦ କିମି ବେଗରେ ପବନ ବହିବ। ଆଗାମୀ ୧୨ ଘଣ୍ଟାରେ ପବନର ବେଗ ବଢି ୧୭୦-୧୮୦ ଘଣ୍ଟାପ୍ରତି ସର୍ବାଧିକ ୨୦୦ କିମି ହେବ। ଏହା ପରେ ପବନ ନିମ୍ନଗାମୀ ହେବ। ସୋମବାର ସନ୍ଧ୍ୟା ପର ଠାରୁ ଦକ୍ଷିଣ ଗୁଜୁରାଟ, ଡାମନ-ଡିଉ ଉପକୂଳରେ ଘଣ୍ଟା ପ୍ରତି ୭୦-୮୦ ସର୍ବାଧିକ ୯୦ କିମି ବେଗରେ ପବନ ବହୁଥିବା ନେଇ ଆଇଏମଡି ପକ୍ଷରୁ କୁହାଯାଇଛି।