ରାଜଧାନୀରେ ଲାଗିବ ୱିକେଣ୍ଡ କର୍ଫ୍ୟୁ, ଗାଇଡଲାଇନ୍ ଜାରି
Advertisement
Article Detail0/zeeodisha/odisha1062576

ରାଜଧାନୀରେ ଲାଗିବ ୱିକେଣ୍ଡ କର୍ଫ୍ୟୁ, ଗାଇଡଲାଇନ୍ ଜାରି

ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋରୋନା ସଂକ୍ରମିତ ହୋଇଛନ୍ତି। କେଜ୍ରିୱାଲ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଦିଲ୍ଲୀରେ ପ୍ରତିଦିନ ୪ ହଜାରରୁ ଊର୍ଦ୍ଧ୍ୱ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳଏ କୋଭିଡ୍ ପଜିଟିଭ୍ ରେଟ ୬.୪୬ ପ୍ରତିଶତକୁ ପହଞ୍ଚିଛି। 

 

 

ଫାଇଲ ଫଟୋ

ନୂଆଦିଲ୍ଲୀ: ବଲଗାମ କୋରୋନା ସଂକ୍ରମଣ ମଧ୍ୟରେ ଅରବିନ୍ଦ କେଜ୍ରିୱାଲ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ନାଇଟ କର୍ଫ୍ୟୁ ପରେ ଏଣିକି ଜାତୀୟ ରାଜଧାନୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗିବ। ଚଳିତ ସପ୍ତାହରୁ କଟକଣା ଲାଗୁ କରିବାକୁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA)ର ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଚଳିତ ସପ୍ତାହ ଠାରୁ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ବା ୱିକେଣ୍ଡ କର୍ଫ୍ୟୁ ଲଗୁହେବ। ପ୍ରତି ସପ୍ତାହର ଶନିବାର ଓ ରବିବାରରେ ଜରୁରୀକାଳୀନ ଓ ଅନୁମତି ପ୍ରାପ୍ତ ସେବା ବ୍ୟତୀତ ସମସ୍ତ ଗତିବିଧି ବନ୍ଦ ରହିବ। ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାରେ ୱାର୍କ ଫ୍ରମ୍ ହୋମ ନୀତି ଲାଗୁ କରିବାକୁ ପରାମର୍ଶ ଦିଆଯାଇଛି। 

Also Read: ରାଜଧାନୀରେ ଲାଗିବ ୱିକେଣ୍ଡ କର୍ଫ୍ୟୁ

ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଯେ, ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ବେସରକାରୀ ସଂସ୍ଥା କାମ କରିପାରିବେ। ଦିଲ୍ଲୀ ମେଟ୍ରୋ ଓ ସିଟି ବସରେ ଫୁଲ୍ କାପାସିଟି ରହିବ। ଜାତୀୟ ରାଜଧାନୀରେ ଲଗାତାର ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୮ରୁ ୧୦ ଦିନ ମଧ୍ୟରେ ପ୍ରାୟ ୧୧୦୦୦ କୋରୋନା ମାମଲା ଚିହ୍ନଟ ହୋଇଛି। ୩୫୦ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ୧୨୪ ଜଣଙ୍କୁ ଅକ୍ସିଜେନ ଦରକାର ପଡିଛି ଓ ମାତ୍ର ସାତ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ବୋଲି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କୋରୋନା ସଂକ୍ରମିତ ହୋଇଛନ୍ତି। କେଜ୍ରିୱାଲ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଦିଲ୍ଲୀରେ ପ୍ରତିଦିନ ୪ ହଜାରରୁ ଊର୍ଦ୍ଧ୍ୱ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳଏ କୋଭିଡ୍ ପଜିଟିଭ୍ ରେଟ ୬.୪୬ ପ୍ରତିଶତକୁ ପହଞ୍ଚିଛି।