Delhi Excise Policy Case: କେଜ୍ରିଓ୍ୱାଲ୍‍ଙ୍କ ଜାମିନ ଆବେଦନ ଖାରଜ
Advertisement
Article Detail0/zeeodisha/odisha2383572

Delhi Excise Policy Case: କେଜ୍ରିଓ୍ୱାଲ୍‍ଙ୍କ ଜାମିନ ଆବେଦନ ଖାରଜ

Arvind Kejriwal Bail Updates: ଅବକାରୀ ନୀତି ଦୁର୍ନୀତି ମାମଲା। ଏହି ମାମଲାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସର୍ବୋଚ୍ଚ ନ୍ୟାୟଳୟ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି କରୁଥିବା ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। 

Delhi Excise Policy Case: କେଜ୍ରିଓ୍ୱାଲ୍‍ଙ୍କ ଜାମିନ ଆବେଦନ ଖାରଜ

Arvind Kejriwal Bail Updates: ଅବକାରୀ ନୀତି ଦୁର୍ନୀତି ମାମଲା। ଏହି ମାମଲାରେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସର୍ବୋଚ୍ଚ ନ୍ୟାୟଳୟ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି କରୁଥିବା ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କେଜ୍ରିୱାଲଙ୍କୁ ଗତ ୬ ମାସ ଧରି ଦିଲ୍ଲୀ ଲିକର ପଲିସି ମାମଲାରେ ତିହାର ଜେଲରେ ରଖାଯାଇଛି। ବୁଧବାର ଦିନ ସୁପ୍ରିମକୋର୍ଟ ସିବିଆଇକୁ ପରବର୍ତ୍ତୀ ଶୁଣାଣିରେ ଏହି ପ୍ରସଙ୍ଗରେ ନିଜର ପକ୍ଷ ଉପସ୍ଥାପନ କରିବାକୁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ଅଗଷ୍ଟ ୨୩ ପାଇଁ ସ୍ଥିର କରାଯାଇଛି।

କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଂଭି ତାଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ନିକଟରେ ସମାନ ଯୁକ୍ତି ଉପସ୍ଥାପନ କରିଥିଲେ। ଯାହାକି ମନୀଷ ସିସୋଡିଆଙ୍କ ମାମଲାରେ ରଖାଯାଇଥିଲା। ସେ କହିଛନ୍ତି ଯେ କେଜ୍ରିୱାଲଙ୍କ ସପକ୍ଷରେ କୋର୍ଟରୁ ଜାମିନ ନିର୍ଦ୍ଦେଶ ତିନିଥର ପାରିତ ହୋଇଛି। ତଥାପି ଜାମିନ ପ୍ରଦାନ କରାଯାଇ ନାହିଁ। ସେ ମଧ୍ୟ ଧାରା ୪୫ ଅନୁଯାୟୀ ଜାମିନ ପାଇଛନ୍ତି। ଜୁନ୍ ମାସରେ (PMLA)କୋର୍ଟ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି, କିନ୍ତୁ ହାଇକୋର୍ଟ ଏହାକୁ ସ୍ଥଗିତ ରଖିଛନ୍ତି। ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଡିଆଙ୍କ ମାମଲାରେ ସୁପ୍ରିମକୋର୍ଟରେ ମଧ୍ୟ ସମାନ ଯୁକ୍ତି କରାଯାଇଥିଲା। ଏଥିରେ ହାଇକୋର୍ଟଙ୍କ ଉପରେ ତୀବ୍ର ମନ୍ତବ୍ୟ ଦେଇଥିବାବେଳେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। କେଜ୍ରିୱାଲଙ୍କ ମାମଲାରେ ଆଡଭୋକେଟ ସିଂଭି ମଧ୍ୟ ବୁଧବାର ସମାନ ଉଦ୍ୟମ କରିଥିଲେ ମଧ୍ୟ ଏଥର ତାଙ୍କର ଯୁକ୍ତି ସଫଳ ହୋଇନାହିଁ। କେଜ୍ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ଦାବିରେ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।

ଫେବୃଆରୀରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲରେ ରହିଛନ୍ତି। ସିବିଆଇ କେଜ୍ରିୱାଲଙ୍କୁ ଦିଲ୍ଲୀ ଲିକୋର ପଲିସି ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଛି। ଏହି ମାମଲା ସହ ଜଡିତ ମନି ଲଣ୍ଡରିଂ ଅନୁସନ୍ଧାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କେଜ୍ରିୱାଲଙ୍କୁ ଅନେକ ଥର ପଚରାଉଚରା ପାଇଁ ନୋଟିସ ଦିଆଯିବା ସତ୍ତ୍ବେ ହାଜର ହୋଇ ନ ଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ସେବେଠାରୁ ସେ ଜେଲରେ ଅଛନ୍ତି। ଏହା ମଧ୍ୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ତାଙ୍କୁ ଏକ ମାସ ପାଇଁ ମୁକ୍ତ କରାଯାଇଥିଲା।