କଟକ: ସମ୍ମାନଜନକ ଭାରତୀୟ ରାଜନୀତି ବିଜ୍ଞାନ ପରିଷଦ (ଇପ୍ସା)ର ଯୁଗ୍ମ ସାଧାରଣ ସମ୍ପାଦିକା ଭାବରେ ମନୋନୀତ ହୋଇଛନ୍ତି ଜଣେ ଓଡ଼ିଆ । ସେ ସୁପ୍ରଶାସନ ଓ ଲୋକନୀତିର ପ୍ରାଧ୍ୟାପିକା ଭାବରେ ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ।
Trending Photos
Odisha News: କଟକ: ସମ୍ମାନଜନକ ଭାରତୀୟ ରାଜନୀତି ବିଜ୍ଞାନ ପରିଷଦ (ଇପ୍ସା)ର ଯୁଗ୍ମ ସାଧାରଣ ସମ୍ପାଦିକା ଭାବରେ ମନୋନୀତ ହୋଇଛନ୍ତି ଜଣେ ଓଡ଼ିଆ । ସେ ସୁପ୍ରଶାସନ ଓ ଲୋକନୀତିର ପ୍ରାଧ୍ୟାପିକା ଭାବରେ ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ । ଏଥିସହ ମାନବସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶିକା ଓ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଥିବା ପ୍ରଫେସର ଡଃ. ମହାନ୍ତି ଅନ୍ୟାନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି ।
ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ଭାରତରତ୍ନ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଦ୍ୱାରା ୧୯୩୮ ମସିହାରେ ବାରାଣସୀଠାରେ ସ୍ଥାପିତ ଭାରତୀୟ ରାଜନୀତି ବିଜ୍ଞାନ ପରିଷଦ(ଇପ୍ସା) ହେଉଛି ରାଜନୀତି ବିଜ୍ଞାନ ତଥା ଲୋକ ପ୍ରଶାସନ କ୍ଷେତ୍ରରେ ଉଚ୍ଚତର ଗବେଷଣା ନିମନ୍ତେ ଉଦ୍ଦିଷ୍ଟ ଭାରତର ସର୍ବୋଚ୍ଚ ଓ ସର୍ବ ପୁରାତନ ଶିକ୍ଷଣ ସଂସ୍ଥା । ଏହା ତତ୍କାଳୀନ ୟୁନାଇଟେଡ୍ ପ୍ରୋଭିନ୍ସ (ବର୍ତ୍ତମାନ ଉତ୍ତର ପ୍ରଦେଶ)ର ପ୍ରଧାନମନ୍ତ୍ରୀ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ରାଜନୈତିକ ଗବେଷଣା କ୍ଷେତ୍ରରେ ଏହା ହେଉଛି ସର୍ବବୃହତ୍ ଅଣଲାଭକାରୀ ସଂଗଠନ ମଧ୍ୟରୁ ଅନ୍ୟତମ ।
ଭାରତୀୟ ରାଜନୀତି ବିଜ୍ଞାନ ପରିଷଦ (ଇପ୍ସା) ଏହାର ୮୫ ବର୍ଷର ଇତିହାସରେ ନିୟମିତ ଭାବରେ ବାର୍ଷିକ ରାଜନୀତି ବିଜ୍ଞାନ ସମ୍ମିଳନୀ ଆୟୋଜନ କରିଆସୁଛି । ଦେଶର ପ୍ରସିଦ୍ଧ ରାଜନୀତି ବିଜ୍ଞାନୀମାନେ ଏହାର କାର୍ଯ୍ୟନିର୍ବାହୀ କମିଟି ଏବଂ ସମ୍ପାଦକ ମଣ୍ଡଳୀରେ କାର୍ଯ୍ୟ କରିଛନ୍ତି । ଡଃ. ମହାନ୍ତି ଏହି ମର୍ଯ୍ୟାଦାଜନକ ପଦବୀରେ ଅବସ୍ଥାପିତ ହେବାପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସେ ‘ଇପ୍ସା’ର ସାଧାରଣ ସମ୍ପାଦକ ପ୍ରଫେସର ସଞ୍ଜିବ କୁମାର ଶର୍ମାଙ୍କୁ ପୂର୍ବାଞ୍ଚଳରେ ହେଉଥିବା ପରିଷଦର ସମସ୍ତ କାର୍ଯ୍ୟରେ ସହଯୋଗ କରିବେ ।