ମଞ୍ଚ ଭାଙ୍ଗିବା ପରେ ବିକେୟୁ ରାଷ୍ଟ୍ରୀୟ ପ୍ରବକ୍ତା ସେଠାରେ ଉପସ୍ଥିତ ଥିବା କୃଷକଙ୍କୁ ସମ୍ବୋଧନ କରିଥିଲେ।
Trending Photos
ନୂଆଦିଲ୍ଲୀ: କୃଷି ଆଇନ ୨୦୨୦ ବିରୁଦ୍ଧରେ ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ୨ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଆନ୍ଦୋଳନ ଚଳାଇଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। ଏହି ଆନ୍ଦୋଳନକୁ ସମର୍ଥନ ଦେବା ଉଦ୍ଦେଶ୍ୟରେ ବୁଧବାର ହରିୟାଣାର ଜିନ୍ଦ ଠାରେ ଆୟୋଜିତ ହୋଇଯାଇଛି ମହାପଞ୍ଚାୟତ। ଏଥିରେ ଭାରୀ ମାତ୍ରାରେ ଲୋକ ଏକାଠି ହୋଇଥିବାରୁ ମହାପଞ୍ଚାୟତ ଲାଗି ପ୍ରସ୍ତୁତ ହୋଇଥିବା ଭାଙ୍ଗିଯାଇଛି।
ଯେତେବେଳ ମଞ୍ଚ ଭାଙ୍ଗିଥିଲା ସେତେବେଳେ ଭାରତୀୟ କିସାନ ୟୁନିୟନ-ବିକେୟୁ (Bharatiya Kisan Union-BKU) ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକେତ (Rakesh Tikait) ଉପସ୍ଥିତ ଥିଲେ। ଏ ଘଟଣାରେ ସେଠାରେ ଉପସ୍ଥିତ ଥିବା କୃଷକ ସାମାନ୍ୟ ଆହତ ହୋଇଥିଲେ। ମଞ୍ଚ ଭାଙ୍ଗିବା ପରେ ବିକେୟୁ ରାଷ୍ଟ୍ରୀୟ ପ୍ରବକ୍ତା ସେଠାରେ ଉପସ୍ଥିତ ଥିବା କୃଷକଙ୍କୁ ସମ୍ବୋଧନ କରିଥିଲେ।
#WATCH | The stage on which Bharatiya Kisan Union (Arajnaitik) leader Rakesh Tikait & other farmer leaders were standing, collapses in Jind, Haryana.
A 'Mahapanchayat' is underway in Jind. pic.twitter.com/rBwbfo0Mm1
— ANI (@ANI) February 3, 2021
ମହାପଞ୍ଚାୟତ (Mahapanchayat) କୃଷକଙ୍କୁ ସମ୍ବୋଧନ କରିବା ଅବସରରେ ରାକେଶ ଟିକେତ କହିଛନ୍ତି, " ଆମେ ଖାପ ପଞ୍ଚାୟତକୁ ମାନୁଥିବା ଲୋକ। ନାଁ ଅଫିସ ବଦଳିବ ନାଁ ମଞ୍ଚ ବଦଳିବ। ଯଦି ରାଜା ଡରିଯାଏ ସେ ନିଜ କିଲ୍ଲାକୁ ବନ୍ଦୀ କରିଥାଏ। ସରକାରକଙ୍କ କୌଣସି ସାହାସ ନାହିଁ ଆମର ରାସ୍ତାକୁ କଣ୍ଟକିତ କରି ଆମକୁ ଅଟକାଇ ଦେବେ। ଯୁଦ୍ଧରେ ଘୋଡା ବଦଳି ନଥାନ୍ତି। ଆପଣଙ୍କୁ ଦିଲ୍ଲୀ ଯିବାର ଆବଶ୍ୟକତା ନାହିଁ। ଆପଣ ଆପଣଙ୍କ ଆକ୍ରୋଶ ଆମକୁ ଦିଅନ୍ତୁ।
Also Read: ଆନ୍ଦୋଳନରୁ ଓହରିଲେ ୨ କୃଷକ ସଙ୍ଗଠନ; ରାକେଶ ଟିକେତଙ୍କ ଆତ୍ମହତ୍ୟା ଧମକ
କୃଷି ଆଇନ ୨୦୨୦ ବିରୁଦ୍ଧରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ବିଗତ ୭୦ ଦିନ ଧରି ଆନ୍ଦୋଳନ ଚଳାଇ ଆସୁଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ୩ଟି କୃଷି ଆଇନକୁ ରଦ୍ଦ କରିବାକୁ ସେମାନେ ଦାବି କରୁଛନ୍ତି। କୃଷି ଜାତୀୟ ଦ୍ରବ୍ୟ ବିକ୍ରିରେ ମିଳୁଥିବା ସର୍ବନିମ୍ନ ସହାୟକ ମୂଲ୍ୟ-ଏମଏସପି (Minimum support price-MSP) ପ୍ରଦାନ ଉପରେ ଗ୍ୟାରେଣ୍ଟି ପ୍ରଦାନ କରିବାକୁ ବିଭିନ୍ନ କୃଷକ ସଙ୍ଗଠନ ଦାବି ରଖିଛନ୍ତି।