Diwali Special: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ଭାବୁକ ହେଲେ ମେଜର, ଜାଣନ୍ତୁ କାହିଁକି
Advertisement

Diwali Special: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ଭାବୁକ ହେଲେ ମେଜର, ଜାଣନ୍ତୁ କାହିଁକି

Prime Minister Narendra Modi: ଗତ ୨୦୧୪ ବର୍ଷରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ପ୍ରତିବର୍ଷ ସଶସ୍ତ୍ର ବାହିନୀ ସୈନିକଙ୍କ ସହ ଦିୱାଲୀ ପାଳନ କରି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି କ୍ରମରେ ଚଲିତ ବର୍ଷ କାର୍ଗିଲ ଠାରେ ସୈନିକଙ୍କ ସହ ଆଲୋକର ପର୍ବ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ।

Diwali Special: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ ଭାବୁକ ହେଲେ ମେଜର, ଜାଣନ୍ତୁ କାହିଁକି

PM Modis Diwali Celebration: ଅକ୍ଟୋବର ୨୪ ତାରିଖ ସୋମବାର ସମଗ୍ର ଦେଶରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି ଆଲୋକର ପର୍ବ ଦିପାବଳୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କାର୍ଗିଲ ଠାରେ ସଶସ୍ତ୍ର ବଳ ସୈନିକଙ୍କ ସହ ଦିୱାଲୀ ପାଳନ କରିଛନ୍ତି। ଏହି ସମୟରେ ସେ ସୈନିକଙ୍କ ସହ ମିଶ ଭାରତ ମାତା କି ଜୟ, ବନ୍ଦେ ମାତାରମ ଜୟଘୋଷ ଲଗାଇଥିଲେ। ହେଲେ ଏଠାରେ ଜଣେ ଯୁବ ସୈନିକଙ୍କୁ ଭେଟି ଅତ୍ୟନ୍ତ ଭାବପ୍ରବଣ ହୋଇ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।  ଗତ ୨୦୦୧ ମସିହାର ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସୈନିକ ଜଣଙ୍କ ନରେନ୍ଦ୍ର ମୋଦୀଙ୍କ ସହ ନେଇଥିବା ଏକ ଫଟୋ ତାଙ୍କୁ ଉପହାରରେ ଦେଇଥିଲେ। 

ଏହି ଫଟୋ ସେତେବେଳେ ଉଠାଯାଇଥିଲା ଯେତେବେଳେ ନରେନ୍ଦ୍ର ମୋଦି (Narendra Modi) ଗୁଜୁରାଟ ମୁଖ୍ୟମନ୍ତ୍ରୀ (Chief Ministers of Gujarat) ଥିଲେ। ସେତେବେଳେ ସେ ଏକ ସୈନିକ୍ ସ୍କୁଲ ପରିଦର୍ଶନ କରିଥିଲେ। ଯେଉଁଠାରେ ସେହି ସୈନିକ ଜଣଙ୍କ ତାଙ୍କର ବିଦ୍ୟାଳୟ ଶିକ୍ଷା ଗ୍ରହଣ କରୁଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପହାର ଦେଇଥିବା ସଶସ୍ତ୍ର ବଳ ସୈନିକ ହେଉଛନ୍ତି ମେଜର ଅମିତ।

ଗୁଜୁରାଟ ବାଲାଚଡ଼ି ସୈନିକ ସ୍କୁଲ (Balachadi Sainik School) ଠାରେ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରିଥିଲେ ମେଜର ଅମିତ (Major Amit)। ଏହି ସମୟରେ ମେଜର ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ସର୍ବପ୍ରଥମେ ୨୦୦୧ ଅକ୍ଟୋବରରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି (PM Modi)। ମୁଖ୍ୟମନ୍ତ୍ରୀ ହେବା ପରେ ବାଲାଚଡ଼ି ସୈନିକ ସ୍କୁଲ ପରିଦର୍ଶନ କରିଥିଲେ ମୋଦି। ଏହି ସମୟରେ ମେଜର ତାଙ୍କ ସହ ନେଇଥିବା ଏକ ଫଟୋ ପ୍ରଧାନମନ୍ତ୍ରୀଙ୍କୁ ଉପହାରରେ ଦେଇଛନ୍ତି। 

Also Read: Indian Armed Force: ସେନାରୁ ହଟିବ ଗୋଲାମୀର ପ୍ରତୀକ, ମୋଦି ସରକାର ନେଲେ ବଡ଼ ନିଷ୍ପତ୍ତି

ଏନେଇ ଅଧିକାରୀ କହିଛନ୍ତି ଗୁଜରାଟ ବାଲାଚଡିସ୍ଥିତ ସୈନିକ୍ ସ୍କୁଲ ଠାରେ ମେଜର ଅମିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିଲେ। ୨୦୦୧ ଅକ୍ଟୋବରରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ହେବା ପରେ ମୋଦି ରାଜ୍ୟରେ ଅବସ୍ଥିତ ସେହି ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ। ଜଣେ ଅଧିକାରୀ କହିଛନ୍ତି ସୋମବାର କାର୍ଗିଲ ଠାରେ ଦୁହେଁ ପରସ୍ପରକୁ ଭେଟିବା ପରେ ଏହା ଏକ ଅତ୍ୟନ୍ତ ଭାବପ୍ରବଣ ମୂହୂର୍ତ୍ତ ହୋଇ ଯାଇଥିଲା।  

ଫଟୋରେ ମେଜର ଅମିତ ଏବଂ ଅନ୍ୟ ଜଣେ ଛାତ୍ର ମୋଦିଙ୍କ ଠାରୁ ପଦକ ନେଉଥିବାର ଦେଖିବାକୁ ମିଳୁଛି। ଗତ ୨୦୧୪ ବର୍ଷରେ ପ୍ରଧାନମନ୍ତ୍ରୀ (Prime Minister of Inidia) ହେବା ପରଠାରୁ ପ୍ରତିବର୍ଷ ସଶସ୍ତ୍ର ବାହିନୀ ସୈନିକଙ୍କ (Indian Armed Forces Soldier) ସହ ଦିୱାଲୀ ପାଳନ କରି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି କ୍ରମରେ ଚଲିତ ବର୍ଷ କାର୍ଗିଲ (Kargil) ଠାରେ ସୈନିକଙ୍କ ସହ ଆଲୋକର ପର୍ବ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ।

Also Read: Agnipath Scheme: ସେନାରେ ଐତିହାସିକ ପରିବର୍ତ୍ତନ କରିଛନ୍ତି ମୋଦି ସରକାର

ଏହି ଅବସରରେ କାର୍ଗିଲ ଠାରେ ସୈନିକଙ୍କୁ ସମ୍ବୋଧିତ କରି ପିଏମ ମୋଦି କହିଛନ୍ତି, "ଆମେ ଶାନ୍ତିରେ ବିଶ୍ୱାସ କରୁ, କିନ୍ତୁ ଶକ୍ତି ବିନା ଶାନ୍ତି ସମ୍ଭବ ନୁହେଁ। ଯେତେବେଳେ ଭାରତର ଶକ୍ତି ବଢିଛି, ସେତେବେଳେ ବିଶ୍ୱ ଶାନ୍ତି ଏବଂ ସମୃଦ୍ଧିର ସମ୍ଭାବନା ମଧ୍ୟ ବଢିଛି। ଦେଶର ସୁରକ୍ଷା ପାଇଁ ଆତ୍ମନିର୍ଭର ଭାରତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଦେଶୀ ଅସ୍ତ୍ରଶସ୍ତ୍ର ଏବଂ ପ୍ରଣାଳୀ ଉପରେ ଆମର ନିର୍ଭରଶୀଳତା ଯଥାଲସମ୍ଭବ କମ୍ ହେବା ଆବଶ୍ୟକ। "