Eco Vehicle Theft Report: ଦେଶରେ କେଉଁଠାରେ ଚୋରି ହୋଇଛି ସର୍ବାଧିକ ଗାଡି, ଜାଣନ୍ତୁ ଚୋରଙ୍କର ପ୍ରିୟ ରଙ୍ଗ?
Advertisement
Article Detail0/zeeodisha/odisha1399534

Eco Vehicle Theft Report: ଦେଶରେ କେଉଁଠାରେ ଚୋରି ହୋଇଛି ସର୍ବାଧିକ ଗାଡି, ଜାଣନ୍ତୁ ଚୋରଙ୍କର ପ୍ରିୟ ରଙ୍ଗ?

Eco Vehicle Theft report: ଦେଶରେ ଦିଲ୍ଲୀରେ ସର୍ବାଧିକ ସଂଖ୍ୟକ ମାରୁତି ୱାଗନଆର ଓ ସ୍ୱିଫ୍ଟ ଗାଡି ଚୋରି ହୋଇଛି । ଦୁଇଟି ଚକିଆ ଯାନ ମଧ୍ୟରେ ହିରୋ ସ୍ପ୍ଲେଣ୍ଡର ସର୍ବାଧିକ ଚୋରି ରହିଛି । 

ସୌ: ସୋସିଆଲ ମିଡିଆ

Eco Vehicle Theft report: ଆପଣ ନିଶ୍ଚୟ ଶୁଣିଥିବେ ଯେ ବଜାର, ମହଲ, ରାସ୍ତା କଡ଼ରୁ ଗାଡି ଚୋରି ହୋଇ ଯାଇଛି । ଦେଶରେ ସର୍ବାଧିକ ଗାଡି ଚୋରି ଦିଲ୍ଲୀ ଏନସିଆରରେ ହୋଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚୋରମାନଙ୍କର ପ୍ରିୟ ରଙ୍ଗ ଧଳା ଅଟେ । ଅର୍ଥାତ ଏହିପରି ଅଧିକ ଯାନ ଚୋରି ହୋଇଛି ଯାହା ଧଳା ରଙ୍ଗର ଅଟେ । ଏହି ସମସ୍ତ ତଥ୍ୟ ଏକ ରିପୋର୍ଟରୁ ପ୍ରକାଶ ପାଇଛି । ଇକୋ ହ୍ୱିଲ ଥେଫ୍ଟ ରିପୋର୍ଟରେ (Eeco Vehicle Theft report) ଏସବୁ କୁହାଯାଇଛି । ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଉତ୍ତର ଭାଗରୁ ରୋହିଣୀ, ଭଜନପୁରା, ଦୟାଲପୁର ଓ ସୁଲତାନପୁରୀରେ ଅଧିକ ଗାଡି ଚୋରି ହୋଇଥାଏ । ପଶ୍ଚିମରେ ଉତ୍ତମ ନଗର, ନୋଏଡାର ସେକ୍ଟର ୧୨ ଓ ଗୁରୁଗ୍ରାମରେ ସାଉଥ ସିଟି ୱାନ ରେ ଗାଡି ଅଧିକ ହୋଇଥାଏ ।

ରିପୋର୍ଟ ଅନୁଯାୟୀ, ଭାରତର ରାଜଧାନୀରେ ପ୍ରତି ୧୨ ମିନିଟରେ ଗୋଟିଏ ଗାଡି ଚୋରି ହୋଇଥାଏ । ଦିଲ୍ଲୀରେ ପଞ୍ଜୀକୃତ ହୋଇଥିବା ମୋଟ ଅପରାଧର ପ୍ରାୟ ୨୦ ପ୍ରତିଶତ ଗାଡି ଚୋରୀ ଅଟେ । ଆମେ ଆପଣଙ୍କୁ କହିରଖୁଛୁ ଯେ ସେହି ଯାନଗୁଡିକର ଚୋରି ସର୍ବାଧିକ, ଯାହାର ଚାହିଦା ବଜାରରେ ସର୍ବାଧିକ । ଏହାର ପ୍ରମାଣ ମିଳୁଛି କାରଣ ଦିଲ୍ଲୀରେ ସର୍ବାଧିକ ସଂଖ୍ୟକ ମାରୁତି ୱାଗନଆର ଓ ସ୍ୱିଫ୍ଟ ଗାଡି ଚୋରି ହୋଇଛି । ଦୁଇଟି ଚକିଆ ଯାନ ମଧ୍ୟରେ ହିରୋ ସ୍ପ୍ଲେଣ୍ଡର ସର୍ବାଧିକ ଚୋରି ରହିଛି । ଏହି ପରେ ଆକ୍ଟିଭା ସ୍କୁଟି ଚୋରି ରହିଛି । ଏହି କ୍ରମରେ ବଜାଜ ପଲସର, ରୟାଲ ଏନଫିଲ୍ଡ କ୍ଲାସିକ୍ ୩୫୦, ଓ ଟିଭିଏସ୍ ଆପାଚେ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି ।

ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ଏନସିଆର ପରେ ବେଙ୍ଗାଲୁରୁରେ ସର୍ବାଧିକ ଚୋରି ହୋଇଛି । ଚେନ୍ନାଇ ତୃତୀୟ ସ୍ଥାନରେ ରହିଛି । ଏଥିସହ ହାଇଦ୍ରାବାଦ, ମୁମ୍ବାଇ ଓ କୋଲକାତା ଦେଶରେ ସର୍ବନିମ୍ନ ଗାଡି ଚୋରୀ ହୋଇଥିବା ଜଣାପଡିଛି । କାରର ରଙ୍ଗ ଦୃଷ୍ଟିରୁ ଧଳା କାର ସବୁଠୁ ଅଧିକ ଚୋରି ହୋଇଥାଏ । ଏହାର ସାଧାରଣ ତର୍କ ହେଉଛି ଧଳା କାରଗୁଡିକ ଟ୍ରାଫିକରେ ଲୁଚିଯାଏ । ଏହା ବ୍ୟତୀତ ଧଳା କାରକୁ ଅନ୍ୟ ରଙ୍ଗରେ ରଙ୍ଗ କରିବା ସହଜ ଅଟେ ।

ବିଭିନ୍ନ କାରଣରୁ ମୁଖ୍ୟତଃ ଘର ଓ କଲୋନୀରେ ପାର୍କିଂ ଅଭାବରୁ ଦିଲ୍ଲୀ ଏନସିଆର ଭାରତରେ ଗାଡି ଚୋରିରେ ଶୀର୍ଷରେ ରହିଛି । ଏଠାରେ ଲୋକଙ୍କୁ ରାସ୍ତାରେ ସେମାନଙ୍କ ଗାଡି ପାର୍କିଂ କରିବାକୁ ପଡିଥାଏ । ଏହି ରିପୋର୍ଟ ପ୍ରକାଶ କରି କମ୍ପାନୀର ମୋଟର ଅଣ୍ଡରଟାଇଙ୍ଗର ନିର୍ଦ୍ଦେଶକ ଅନିମେଶ ଦାସ କହିଛନ୍ତି ଯେ ଅର୍ଥନୀତି ବଢିବାରେ ଲାଗିଛି ଓ ଅଧିକ ଲୋକ ଗାଡି କିଣୁଛନ୍ତି, ଗାଡି ଚୋରି ମାମଲା ମଧ୍ୟ ବୃଦ୍ଧି ପାଇବ । ଏହି ରିପୋର୍ଟରେ ଗାଡି ଚୋରି ଘଟଣାର କାରଣ ବୁଝାଇବାକୁ ଚେଷ୍ଟା କରାଯାଇଛି । ଏହି ରିପୋର୍ଟର ମୂଳ ଧାରଣା ହେଉଛି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ ଏହି ଘଟଣାରୁ ନିଜକୁ ରକ୍ଷା କରିବା ପାଇଁ ବୀମା ନେବାକୁ ଉତ୍ସାହିତ କରିବା ।

ଏହା ବି ପଢ଼ନ୍ତୁ: Breast Cancer: କେବଳ ମହିଳା ନୁହେଁ ପୁରୁଷଙ୍କୁ ମଧ୍ୟ ହୋଇପାରେ ବ୍ରେଷ୍ଟ କ୍ୟାନସର! ଏହି ଲକ୍ଷଣଗୁଡ଼ିକୁ କରନ୍ତୁ ନାହିଁ ଅଣଦେଖା