ବିହାର ନିର୍ବାଚନ ନମୋ-ନୀତିଶ ଚେହେରା ଉପରେ ଲଢ଼ା ଯିବ: ସୁଶୀଲ ମୋଦି
Advertisement
Article Detail0/zeeodisha/odisha686449

ବିହାର ନିର୍ବାଚନ ନମୋ-ନୀତିଶ ଚେହେରା ଉପରେ ଲଢ଼ା ଯିବ: ସୁଶୀଲ ମୋଦି

ତାଙ୍କୁ ଏନଡିଏ ପରିବର୍ତ୍ତେ ମହାମେଣ୍ଟ ବିଷୟରେ ଚିନ୍ତା କରିବା ଉଚିତ । ନିଶ୍ଚିତ ଭାବେ ସୁଶୀଲ ମୋଦିଙ୍କ ବୟାନରୁ ଏହା ସ୍ପଷ୍ଟ ହୋଇଛି ଯେ, ସେ ଏହି ପ୍ରସଙ୍ଗରେ କୌଣସି ବିବାଦ ସୃଷ୍ଟି କରିବାକୁ ଚାହୁଁନାହାଁନ୍ତି ।

ବିହାର ନିର୍ବାଚନ ନମୋ-ନୀତିଶ ଚେହେରା ଉପରେ ଲଢ଼ା ଯିବ: ସୁଶୀଲ ମୋଦି

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦିଙ୍କ ପରିଚୟ ସଙ୍କଟମୋଚକ ଭାବେ ବେଶ୍ ଜଣାଶୁଣା । କୋରୋନା ଓ ଲକଡାଉନ୍ ପରେ ଏନଡିଏରେ ବିରୋଧ ଖବର ପରେ ସୁଶୀଲ ମୋଦି ସୋମବାର ସ୍ପଷ୍ଟ କରିଛନ୍ତି ଯେ, ଆଗାମୀ ବିହାର ବିଧାନସଭା ନିର୍ବାଚନରେ ​​କେବଳ ନମୋ-ନୀତିଶଙ୍କ ବିଶ୍ୱସନୀୟ ଚେହେରା ଉପରେ ଲଢ଼ା ଯିବ ।

ତେବେ ସୁଶୀଲ ମୋଦି ତାଙ୍କ ବୟାନରେ ବିନା ନାଁ ନେଇ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶିବାନନ୍ଦ ତିୱାରୀଙ୍କ ସେହି ବୟାନର ଜବାବ ଦେଉଛନ୍ତି । ଯେଉଁଥିରେ ସେ ଆଶଙ୍କା କରୁଥିଲେ ଯେ ବିଜେପି ଏକାକୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛି । ମୋଦୀ କହିଛନ୍ତି ଯେ, ଯେତେବେଳେ ମହାମେଣ୍ଟର ତିନୋଟି ପ୍ରମୁଖ ଦଳ ଆରଜେଡି ଉପରେ ନେତୃତ୍ୱ ଥୋପିବାର ବିରୋଧ କରି ଏକ ଭିନ୍ନ ରଣନୀତି ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛନ୍ତି । ସେତେବେଳେ ବିରୋଧୀଙ୍କ ଚିନ୍ତାର ପାରା ବଢ଼ିବାରେ ଲାଗିଛି । ବରିଷ୍ଠ ବ୍ୟକ୍ତିମାନେ ସଙ୍କଟ ପରିଚାଳନାରେ ଲାଗିଛନ୍ତି ।

ତା’ପରେ ଶିବାନନ୍ଦ ତିୱାରୀଙ୍କ ନାଁ ନ ନେଇ ସେ କହିଛନ୍ତି ଯେ, ଲାଲୁ ପ୍ରସାଦଙ୍କୁ ଜେଲକୁ ପଠାଇବାର ଦାଗ ହଟାଇବାକୁ ହେଲେ ତାଙ୍କୁ ସନ୍ୟାସ ଭାଙ୍ଗି ସକ୍ରିୟ ରାଜନୀତିକୁ ଫେରିବାକୁ ପଡିଛି । ସେ କାଳ୍ପନିକ ବୟାନ ଦେଉଛନ୍ତି । ତାଙ୍କୁ ଏନଡିଏ ପରିବର୍ତ୍ତେ ମହାମେଣ୍ଟ ବିଷୟରେ ଚିନ୍ତା କରିବା ଉଚିତ । ନିଶ୍ଚିତ ଭାବେ ସୁଶୀଲ ମୋଦିଙ୍କ ବୟାନରୁ ଏହା ସ୍ପଷ୍ଟ ହୋଇଛି ଯେ, ସେ ଏହି ପ୍ରସଙ୍ଗରେ କୌଣସି ବିବାଦ ସୃଷ୍ଟି କରିବାକୁ ଚାହୁଁନାହାଁନ୍ତି ।