ପ୍ରତିବର୍ଷ ଆତଙ୍କୀ ନିର୍ମାଣରେ ଲାଗିଛି ୪୦ ହଜାର ପାକିସ୍ତାନୀ ମଦ୍ରାସା: ରିପୋର୍ଟ
Advertisement

ପ୍ରତିବର୍ଷ ଆତଙ୍କୀ ନିର୍ମାଣରେ ଲାଗିଛି ୪୦ ହଜାର ପାକିସ୍ତାନୀ ମଦ୍ରାସା: ରିପୋର୍ଟ

ସେନା ଆଗରେ ନତମସ୍ତକ ହୋଇ ରହୁଥିବା ପାକିସ୍ତାନ ସରକାର ଆତଙ୍କବାଦ ବିରୋଧରେ କେଉଁ ପଦକ୍ଷେପ ନେଉଛନ୍ତି ତାହା ଏହି ରିପୋର୍ଟ ଦର୍ଶାଉଛି। 

ପ୍ରତିବର୍ଷ ଆତଙ୍କୀ ନିର୍ମାଣରେ ଲାଗିଛି ୪୦ ହଜାର ପାକିସ୍ତାନୀ ମଦ୍ରାସା: ରିପୋର୍ଟ

ଇସଲାମାବାଦ: ନିକଟରେ ପାକିସ୍ତାନରେ ହୋଇଥିଲା କ୍ଷମତା ପରିବର୍ତ୍ତନ। ମାତ୍ର ଏହା ସତ୍ତ୍ୱେ ପାକିସ୍ତାନ ମାଟିରେ ଗୋଟିଏ କାର୍ଯ୍ୟ ବନ୍ଦ ହୋଇନାହଁ। ତାହା ହେଉଛି ଆତଙ୍କବାଦ। ସଦ୍ୟ ଏହାକୁ ନେଇ ଆସିଛି ଏକ ଚକିତ କରିବା ଭଳି ଖବର। ଏନେଇ କୁହାଯାଇଛି ଯେ ପ୍ରତିବର୍ଷ ପ୍ରାୟ ୪୦ ହଜାର ପାକିସ୍ତାନୀ ମଦ୍ରାସା ଆତଙ୍କବାଦୀ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି।  

ସେନା ଆଗରେ ନତମସ୍ତକ ହୋଇ ରହୁଥିବା ପାକିସ୍ତାନ ସରକାର ଆତଙ୍କବାଦ ବିରୋଧରେ କେଉଁ ପଦକ୍ଷେପ ନେଉଛନ୍ତି ତାହା ଏହି ରିପୋର୍ଟ ଦର୍ଶାଉଛି। ଯଦିଏ କାଶ୍ମୀର ପାକିସ୍ତାନ ପ୍ରାୟୋଜିତ ଆତଙ୍କୀ ଘଟଣା ହ୍ରାସ ପାଇଛି  ମାତ୍ର ଏହାର ସମ୍ପୁର୍ଣ୍ଣ ମୂଳୋତ୍ପାଟନ ହୋଇନାହିଁ। ବିଭିନ୍ନ ସମୟରେ କାଶ୍ମୀର ଘାଟିରେ ଛୋଟ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହେଉଥିବାର ଖବର ଆସୁଛି।

ନିକଟରେ ଆତଙ୍କବାଦ ପ୍ରସଙ୍ଗରେ  Baltimorepostexaminer.com ନାମକ ଏକ ଆମେରିକୀୟ ନ୍ୟୁଜ ୱେବସାଇଟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଜରିଆରେ ଦର୍ଶାଯାଇଛି ପାକିସ୍ତାନ ମାଟିରେ ଏପରି ୪୦ ହଜାର ମଦ୍ରାସା ରହିଛି ଆତଙ୍କବଦୀ ନିର୍ମାଣ କରାଯିବା ସହ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ। ଯାହା ଦ୍ୱାରା କାଶ୍ମୀର ପ୍ରସଙ୍ଗରେ  ପାକିସ୍ତାନୀ ସେନା ଗ୍ରହଣ କରୁଥିବା ରଣନୀତିକୁ ସହାୟତା ମିଳିଥାଏ।

Also Read: Lock Down ବେଳେ ବିସ୍ଫୋରଣ; Madrasa ସହ ଛିନଛତ୍ର ହୋଇଗଲା ଘରଦ୍ୱାର

 

କାଶ୍ମୀର ପ୍ରସଙ୍ଗକୁ ନେଇ ବିବାଦ ଜାରି ରହିଲେ ଏହାର ଫାଇଦା ଉଠାଇଥାଏ ପାକିସ୍ତାନୀ ସେନା। କାରଣ ଉଚ୍ଚପଦସ୍ଥ ପାକିସ୍ତାନୀ ସେନା ଅଧିକାରୀ ଦେଶରେ ଆଗତ ହେଉଥିବା ବଜେଟ ପରିମାଣର ଏକ ବଡ଼ ଅଂଶକୁ ସେନା ଲାଗି ପ୍ରଦାନ କରିଥାନ୍ତି। ଗତ ୨୦୨୧-୨୨ ବର୍ଷ ପାଇଁ ଦେଶର ଜାତୀୟ ବଜେଟର ମୋଟ ପରିମାଣରୁ ୧.୩  ଟ୍ରିଲିୟନ ପାକିସ୍ତାନୀ ଟଙ୍କା ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିଥିଲେ ପାକିସ୍ତାନ ସରକାର। 

ଏଭଳି ପରିସ୍ଥିତିରେ ଭାରତ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ଭଳି ଦେଶକୁ ସତର୍କତାର ସହ ମୁକାବିଲା କରିବାକୁ ହେବ। ଏହା ବ୍ୟତୀତ ଆମେରିକା ସମେତ ବିଶ୍ୱ ସମୁଦାୟ ପାକିସ୍ତାନ ମାଟିକୁ  ଆତଙ୍କବାଦୀଙ୍କ ସୁରକ୍ଷିତ ସ୍ଥାନ ହେବା ପରିବର୍ତ୍ତେ  ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ଉପରେ ଚାପ ପକାଇବାକୁ ହେବ।