ଏହି ପ୍ୟାକେଜରେ ରିଟର୍ନ ଫ୍ଲାଇଟ୍, ଗୋଆର ଡୋନା ସିଲଭିଆ ବିଚ୍ ରିସର୍ଟରେ ୨ ରାତି ଓ ୩ ଦିନ ରହିବା, ବିମାନବନ୍ଦର ସ୍ଥାନାନ୍ତର, ଜଳଖିଆ ଓ ରାତ୍ରୀ ଭୋଜନ ଅନ୍ତର୍ଭୁକ୍ତ ଅଛି ।
Trending Photos
ନୂଆଦିଲ୍ଲୀ: ଯଦି ଆପଣ କୌଣସି ଏକ ସୁନ୍ଦର ସ୍ଥାନରେ ଛୁଟିଦିନ ବିତାଇବାକୁ ଯୋଜନା କରୁଛନ୍ତି । ତେବେ ଆପଣ ଗୋଆ କିମ୍ବା ମାଲଦ୍ୱୀପ ଯାଇପାରିବେ । ଯାହା ସମ୍ପୂର୍ଣ୍ଣ ମାଗଣା… ହଁ ଆଜ୍ଞା । ବଜେଟ୍ ଏୟାରଲାଇନ୍ସ କମ୍ପାନୀ ଗୋ ଫର୍ଷ୍ଟ (ଯାହା ପୂର୍ବରୁ ଗୋ ଏୟାର ନାମରେ ଜଣାଶୁଣା) ଅଗଷ୍ଟ ୧୫ (Independence Day Offer) ଓ ରକ୍ଷାବନ୍ଧନ (Raksha Bandhan) ଦିନ ଯାତ୍ରୀଙ୍କୁ ସ୍ପେଶାଲ ଅଫର ପ୍ରଦାନ କରୁଛି । ଏହି ଅଫର ଅନୁଯାୟୀ, ଯାତ୍ରୀମାନେ ଗୋଆ ଓ ମାଲଦ୍ୱୀପରେ ସମସ୍ତ ଅନ୍ତର୍ଭୂକ୍ତ ପେଡ୍ ଛୁଟି ଜିତିବାର ଏକ ସୁଯୋଗ ପାଇପାରିବେ ।
ପୁରସ୍କାର ଜିତିବା ପରେ, ଏୟାରଲାଇନ୍ସ ଆପଣଙ୍କ ପରିବାରର ୪ ଜଣ ସଦସ୍ୟଙ୍କୁ ଗୋଆ ଓ ୨ ଜଣଙ୍କୁ ମାଲଦ୍ୱୀପ ଯାତ୍ରା କରିବାର ସୁଯୋଗ ଦେବ । ଏହି ସୁଯୋଗ ସେହି ଲୋକଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ଅଗଷ୍ଟ ୧୫ ଓ ଅଗଷ୍ଟ ୨୨ ରେ Go First ବିମାନରେ ଯାତ୍ରା କରିବେ । କେବଳ ଏତିକି ନୁହେଁ ସ୍ୱାଧୀନତା ଦିବସ (Independence Day Offer) ଓ ରକ୍ଷାବନ୍ଧନରେ (Raksha Bandhan) ଗୋ ଫର୍ଷ୍ଟ ବିମାନରେ ଯାତ୍ରା କରିବା ଅନେକ ପୁରସ୍କାର ପାଇପାରିବେ ।
ଅଧିକ ପଢ଼ନ୍ତୁ: ସରକାରଙ୍କ ଏହି ସ୍କିମରେ ଜମା କରନ୍ତୁ ୫୫ ଟଙ୍କା ଓ ଆପଣଙ୍କ ଆକାଉଣ୍ଟରେ ଆସିବ ୩୬ ହଜାର
ଜାଣନ୍ତୁ କ’ଣ ଏହି ଅଫର?
କମ୍ପାନୀ ଦ୍ୱାରା ଜାରି ହୋଇଥିବା ବୟାନ ଅନୁଯାୟୀ ଯଦି ଜଣେ ଯାତ୍ରୀ ୧୫ ଅଗଷ୍ଟରେ GO FIRST ବିମାନରେ ଯାତ୍ରା କରନ୍ତି, ତେବେ ସେମାନେ ଗୋଆରେ ଏକ ଅଲ୍ ଇନକ୍ଲୁସିଭ୍ ପେଡ୍ ହଲିଡେ ପ୍ୟାକେଜ୍ ଜିତିପାରିବେ । ଏହି ଅଫରକୁ ୨ ଦମ୍ପତି ଜିତି ପାରିବେ । ଏଥିରେ ରିଟର୍ନ ଫ୍ଲାଇଟ୍, ଗୋଆର ନୋଭୋଟେଲ୍ ଗୋଆ ଡୋନା ସିଲଭିଆ ବିଚ୍ ରିସର୍ଟରେ ୨ ରାତି ଓ ୩ ଦିନ ରହିବା, ବିମାନବନ୍ଦର ସ୍ଥାନାନ୍ତର, ଜଳଖିଆ ଓ ରାତ୍ରୀ ଭୋଜନ ଅନ୍ତର୍ଭୁକ୍ତ ।
ଅଧିକ ପଢ଼ନ୍ତୁ: କାବୁଲଠାରୁ ୫୦ କିଲୋମିଟର ଦୂରରେ ତାଲିବାନ, ଭୟରେ ଦେଶ ଛାଡ଼ି ପଳାଉଛନ୍ତି ଆଫଗାନ ନାଗରିକ
ଏଥି ସହିତ ଯଦି କୌଣସି ଦମ୍ପତି ୨୨ ଅଗଷ୍ଟ ଅର୍ଥାତ୍ ରାକ୍ଷୀପୂର୍ଣିମା ଦିନରେ ଯାତ୍ରା କରନ୍ତି ତେବେ ମାଲଦ୍ୱୀପର ଏକ ପେଡ-ହୋଲିଡେ ଜିତିପାରିବେ । ଏହି ପ୍ୟାକେଜରେ ରିଟର୍ନ ଫ୍ଲାଇଟ୍ (ସିଧାସଳଖ ସେକ୍ଟର), କର୍ନାଡ ମାଲଦ୍ୱୀପର ରେଙ୍ଗିଲି ରେସିଡେନ୍ସର ଅଣ୍ଡରସିୟା ରେସିଡେନ୍ସରେ ୩ ରାତି ଏବଂ ୪ ଦିନ ରହିବାର ସୁଯୋଗ, ସମୁଦ୍ର ବିମାନ ବନ୍ଦର ସ୍ଥାନାନ୍ତର, ଜଳଖିଆ ଏବଂ ରାତ୍ରୀ ଭୋଜନ ଅନ୍ତର୍ଭୁକ୍ତ । ବିଜେତା ଦମ୍ପତି ମାଲଦ୍ୱୀପରେ ରହିବା ସମୟରେ ଏକ ମାଗଣା ମ୍ୟାଟ୍ରିକ୍ସ ଇଣ୍ଟରନ୍ୟାସନାଲ ସିମ୍ କାର୍ଡ ମଧ୍ୟ ପାଇପାରିବେ ।
ଅଧିକ ପଢ଼ନ୍ତୁ: ନାକ ମାଧ୍ୟମରେ ଦିଆଯିବ କୋରୋନା ଟିକା, ଏହି କମ୍ପାନୀକୁ ମିଳିଲା ଦ୍ୱିତୀୟ ପର୍ଯ୍ୟାୟ ଟ୍ରାୟଲ ପାଇଁ ଅନୁମତି
ପାଇବେ ଅନେକ ଉପହାର
GoFirst ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୌଶିକ ଖୋନା କହିଛନ୍ତି ଯେ ଭାରତ ସ୍ୱାଧୀନତାର ୭୫ ତମ ବର୍ଷରେ ପାଦ ଦେଉଛି । ଏହା ଆମ ପାଇଁ ଗର୍ବର ସମୟ । ଆମେ ଏହାକୁ ପାଳନ କରୁଛୁ । ତେଣୁ GoFirst ୧୫ ଅଗଷ୍ଟରେ ସମସ୍ତ ଯାତ୍ରୀଙ୍କୁ ମିଠା, ସ୍ନାକ୍ସ ଓ ପାନୀୟ ବଣ୍ଟନ କରି ଏହି ଉତ୍ସବ ପାଳନ କରିବ । ୧୫A ନମ୍ବର ସିଟରେ ବସିଥିବା ଯାତ୍ରୀଙ୍କୁ ଗୁଡ୍ ଲାଇଫ୍ କମ୍ପାନୀ ତରଫରୁ ଏକ ବିଶେଷ ଉପହାର ମିଳିବ । ସେହିଭଳି ରାକ୍ଷୀପୂର୍ଣିମା ଉପରେ ବିମାନ ସେବା ପିଲାମାନଙ୍କୁ ଉପହାର, ରାକ୍ଷୀ ଓ ଚକୋଲେଟ୍ ଯୋଗାଇବ ।