ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦର (Gold Price) ରେ ହ୍ରାସ ବୃଦ୍ଧି ଦେଖାଦେଇଛି । ଗତକାଲି ଭୁବନେଶ୍ୱରରେ ସୁନା ଦରରେ ୧୦ ଟଙ୍କାର ବୃଦ୍ଧି ଘଟିଥିଲା ।
Trending Photos
ନୂଆଦିଲ୍ଲୀ: Gold-Silver Rate: ଆଜି (ସୋମବାର) ଅର୍ଥାତ ଡିସେମ୍ୱର ୨୭ରେ ସୁନା ମୂଲ୍ୟ (Gold Price) ରେ ହ୍ରାସ ଘଟିଥିବା ବେଳେ ଓ ରୁପା ମୂଲ୍ୟ (Silver Price) ସ୍ଥିର ରହିଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶରେ ରବିବାର ସୁନା ମୂଲ୍ୟରେ ୧୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ଆଜି (ସୋମବାର) ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୭୦ ଟଙ୍କାର ହ୍ରାସ ଦେଖାଦେଇଛି । ଯାହା ପରେ ଆଜି ୧୦ ଗ୍ରାମ ସୁନା ମୂଲ୍ୟ ୪୮,୨୪୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ଏହାର ମୂଲ୍ୟ ୪୮,୩୧୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ମଧ୍ୟ ୭୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୭,୨୪୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଅର୍ଥାତ ରବିବାର ଏହାର ମୂଲ୍ୟ ୪୭,୩୧୦ ଟଙ୍କା ଥିଲା ।
ଅନ୍ୟପଟେ ଦେଶରେ ଲଗାତର ଦ୍ୱିତୀୟ ଦିନ ରୁପା ମୂଲ୍ୟ (Silver Price) ସ୍ଥିର ରହିଛି । ଗତକାଲି ଦେଶରେ ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟି ନଥିବାବେଳେ ଆଜି ରୁପା ଦର ସ୍ଥିର ରହିଛି । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୩୦୦ ଟଙ୍କା ରହିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୩୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୨୩୦ ଟଙ୍କା ରହିଛି । ଯାହା ଗତକାଲି ୬,୧୯୦ ଟଙ୍କା ଥିଲା ।
ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦର (Gold Price) ରେ ହ୍ରାସ ବୃଦ୍ଧି ଦେଖାଦେଇଛି । ଗତକାଲି ଭୁବନେଶ୍ୱରରେ ସୁନା ଦରରେ ୧୦ ଟଙ୍କାର ବୃଦ୍ଧି ଘଟିଥିଲା । ଅନ୍ୟପଟେ ଗୁରୁବାର ୧୦ ଗ୍ରାମ ସୁନା ମୂଲ୍ୟରେ ୧୫୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୯,୫୬୦ ଟଙ୍କାରେ ପହଞ୍ଚିଛି । ଯାହା ରବିବାର ୧୦ ଗ୍ରାମ ସୁନା ମୂଲ୍ୟ ୪୯,୭୧୦ ଟଙ୍କାରେ ବନ୍ଦ ହୋଇଥିଲା । ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୧୦୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୫,୪୫୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୪୫,୩୫୦ ଟଙ୍କା ଥିଲା ।
ଏହା ବି ପଢ଼ନ୍ତୁ:-ଦିଦି ହେବେ ରାଜ୍ୟପାଳ!
ଏହା ବି ପଢ଼ନ୍ତୁ:-ଏପର୍ଯ୍ୟନ୍ତ ତିଆରି ହୋଇନାହିଁ ରାସନ କାର୍ଡ? ଚିନ୍ତା କରିବାର ଆବଶ୍ୟକତା ନାହିଁ, ଘରେ ବସି ଏପରି କରନ୍ତୁ ଆପ୍ଲାଇ, ଯିବାକୁ ପଡ଼ିବନି ଅଫିସ୍
ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ କୌଣସି ପରିବର୍ତ୍ତନ ଘଟିନାହିଁ । ଗତକାଲି ରାଜଧାନୀରେ ରୁପା ମୂଲ୍ୟ ସ୍ଥିର ରହିଥିଲା । ସେହିପରି ଆଜି ରୁପା ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଫଳରେ ଆଜି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୩୦୦ ଟଙ୍କା ରହିଛି । ଯାହା ଗତକାଲି ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୨,୩୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୨୩୦ ଟଙ୍କା ରହିଛି । ଯାହା ଗତକାଲି ୬,୧୯୦ ଟଙ୍କା ଥିଲା ।