ଯେମିତିକି ବ୍ଲାକ, ହ୍ୱାଇଟ ଓ ୟେଲୋ ଫଙ୍ଗସ୍ ପରେ ଏବେ ନୂଆ ଭୟଙ୍କର ରୋଗ ଦେଖିବାକୁ ମିଳୁଛି । ଏହାର ନାଁ ହେଉଛି ସାଇଟୋମାଗାଲୋ ଭାଇରସ (Cytomegalovirus)।
Trending Photos
ନୂଆଦିଲ୍ଲୀ: ଦେଶରେ କୋରୋନାର ଦ୍ୱିତୀୟ ଲହର ଧିରେ ଧିରେ ଏବେ କମିବାରେ ଲାଗିଛି । ମାତ୍ର କୋରୋନାରୁ ସୁସ୍ଥ ହେବା ପରେ ଏବେ ଟେନସନ ଅଧିକ ବଢିଛି । କାରଣ କୋରୋନାରୁ ସୁସ୍ଥ ହେବା ପରେ ଏମିତି ଅନେକ କିଛି ରୋଗ ଏବେ କୋରୋନା ପରେ ଦେଖିବାକୁ ମିଳୁଛି ।ଯେମିତିକି ବ୍ଲାକ, ହ୍ୱାଇଟ ଓ ୟେଲୋ ଫଙ୍ଗସ୍ ପରେ ଏବେ ନୂଆ ଭୟଙ୍କର ରୋଗ ଦେଖିବାକୁ ମିଳୁଛି । ଏହାର ନାଁ ହେଉଛି ସାଇଟୋମେଗାଲୋ ଭାଇରସ (Cytomegalovirus)।
ଏହି ରୋଗ ଦ୍ୱାରା ରୋଗୀଙ୍କୁ ବହୁ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଛି । କାରଣ ଏହି ରୋଗରେ ରୋଗୀର ମଳଦ୍ୱାର ଦେଇ ରକ୍ତ ପଡ଼ିବା ଆରମ୍ଭ ହୁଏ । ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ କୋରୋନା ମହାମାରୀରେ ପୀଡ଼ିତ ଥିବା ସାଇଟୋମେଗାଲୋ ଭାଇରସ (Cytomegalovirus) ୫ଟି ମାମଲା ସାମ୍ନାକୁ ଆସିଛି । ତେବେ ଏହି ୫ଟି ମାମଲାରୁ ଜଣଙ୍କର ମୃତ୍ୟୁ ହୋଇଛି । ଖବର ସରବରାହ ସଂସ୍ଥା ANI ଖବର ମୁତାବକ କୋରୋନାରୁ ସୁସ୍ଥ ପରେ ସାଇଟୋମେଗାଲୋ ଭାଇରସ କାରଣରୁ ମଳଦ୍ୱାରରୁ ରକ୍ତ ପଡ଼ିବା ଘଟଣା ଭାରତରେ ପ୍ରଥମେ ରିପୋର୍ଟ କରାଯାଇଛି । ଏହି ସବୁ ମାମଲା ଦିଲ୍ଲୀ-NCR ରୁ ବୋଲି ଜଣାପଡ଼ିଛି ।
Also Read: Delta Plus ପରେ ଏବେ ଟେନସନ ଦେଲାଣି Lambda Variant, ଜାଣନ୍ତୁ ଲକ୍ଷଣ...
ସାର୍ ଗଙ୍ଗା ରାମ ହସ୍ପିଟାଲର ଡାକ୍ତର ଅନୀଲ ଆରୋରା (ଚେୟାରମ୍ୟାନ୍, ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି) ଙ୍କ ଅନୁଯାୟୀ, ଗତ ୪୫ ଦିନ ମଧ୍ୟରେ କୋରୋନା (Corona) ର ପାଞ୍ଚ ଜଣ ରୋଗୀଙ୍କ ମଧ୍ୟରେ ସାଇଟୋମେଗାଲୋ ଭାଇରସ (Cytomegalovirus)କାରଣରୁ ମଳଦ୍ୱାରରୁ ରକ୍ତସ୍ରାବ ହେବାର ସୂଚନା ମିଳିଛି। ସେ କହିଛନ୍ତି ଯେ, ଏହି ସମସ୍ତ ରୋଗୀମାନେ କୋରୋନା ଭୂତାଣୁରୁ ୨୦ ରୁ ୩୦ ଦିନ ସୁସ୍ଥ ହେବା ପରେ ସାର୍ ଗଙ୍ଗାରାମ ଡାକ୍ତରଖାନାରେ ପହଞ୍ଚିଥିଲେ ଏବଂ ମଳଦ୍ୱାରରେ ପେଟ ଯନ୍ତ୍ରଣା ଏବଂ ରକ୍ତ ସମସ୍ୟା ଦେଖାଦେଇଥିଲା। ତେବେ ଏହା କୋରୋନାର କୌଣସି ଲକ୍ଷଣ ନୁହେଁ ବୋଲି ସେ କହିଛନ୍ତି ।
Also Read: Moderna Vaccine କୁ ଭାରତରେ ମଞ୍ଜୁରୀ, କେନ୍ଦ୍ର ଖୁବ୍ ଶୀଘ୍ର କରିପାରେ ଘୋଷଣା
ଡାକ୍ତରମାନେ କହିଛନ୍ତି ଯେ, କୋରୋନା ଚିକିତ୍ସାରେ ବ୍ୟବହୃତ ଔଷଧ, ବିଶେଷକରି ଷ୍ଟେରଏଡ (Steroids) ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ କରିଥାଏ। ଯେଉଁଥିପାଇଁ ରୋଗୀମାନେ ଅନ୍ୟାନ୍ୟ ପ୍ରକାରର ରୋଗର ଶୀକାର ହୋଇଥାନ୍ତି । ଏହିପରି ସଂକ୍ରମଣ ମଧ୍ୟରୁ ଗୋଟିଏ ହେଉଛି ସାଇଟୋମେଗାଲୋ ଭାଇରସ (Cytomegalovirus)। ଏହି ରୋଗ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଉପରେ ବେଶି ଆକ୍ରମଣ କରନ୍ତି। ସାଇଟୋମେଗାଲୋ ଭାଇରସ ଏକ ସାଧାରଣ ହର୍ପସ୍ ଭାଇରସ । ସାଧାରଣତଃ ଭାଇରସ ଶରୀରରେ ନିଷ୍କ୍ରିୟ ଭାବେ ରହିଥାଏ ।
Also Read: ଟିକା ବାହାନାରେ ଲୋକଙ୍କ ଶରୀରରେ ଲଗାଯାଉଛି ମାଇକ୍ରୋଚିପ୍? ଜାଣନ୍ତୁ ସଂପୂର୍ଣ୍ଣ ମାମଲା…
ଅନ୍ୟପଟେ ଏହି ରୋଗ ଗର୍ଭବତୀ (Pregnancy)ସମୟରେ ବା ଯେତେବେଳେ ଇମିନ୍ୟୁ ସିଷ୍ଟମ (Immune System) ହ୍ରାସ ହୋଇଥାଏ ସେତେବେଳେ ଏହି ରୋଗ ଅଧିକ ସମସ୍ୟା ସୃଷ୍ଟି କରିଥାଏ। ଆମେରିକାର ସେଣ୍ଟ୍ରାଲ୍ ଫର ଡିଜିଜେ ନିୟନ୍ତ୍ରଣ ଏବଂ ପ୍ରତିରୋଧ (ସିଡିସି) ଅନୁଯାୟୀ ଏହା ଏକ ସାଧାରଣ ରୋଗ ଏବଂ ଏହା ଯେକୌଣସି ବୟସର ଲୋକଙ୍କୁ ହୋଇପାରେ । କିନ୍ତୁ, ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ବା ଭଲ ରହିଛି ସେମାନେ ଏପରି ରୋଗରୁ ଦୂରେଇ ରହିଥାନ୍ତି ।