ବାହାଘର ପାଇଁ ବରଯାତ୍ରୀ ସହ ଯାଉଥିବା ବେଳେ ବରକୁ ଅପହରଣ
Advertisement
Article Detail0/zeeodisha/odisha980813

ବାହାଘର ପାଇଁ ବରଯାତ୍ରୀ ସହ ଯାଉଥିବା ବେଳେ ବରକୁ ଅପହରଣ

ବାହାଘର ପାଇଁ ବରଯାତ୍ରୀଙ୍କ ସହ ଯାଉଥିବା ବେଳେ ବର ସମେତ ତାଙ୍କ ପରିବାରର ୩ ଜଣ ସଦସ୍ୟଙ୍କ ହୋଇଥିଲା ଅପହରଣ।

ବାହାଘର ପାଇଁ ବରଯାତ୍ରୀ ସହ ଯାଉଥିବା ବେଳେ ବରକୁ ଅପହରଣ

ନୂଆଦିଲ୍ଲୀ: ବାହାଘର ପାଇଁ ବରଯାତ୍ରୀ ସହ ଯାଉଥିବା ବେଳେ ବରକୁ ଅପହରଣ। ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲାରେ ଘଟିଯାଇଛି ଏଭଳି ଅଦ୍ଭୂତ ଘଟଣା। ବେଶ ନାଟକୀୟ ଢଙ୍ଗରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ଘଟଣା ପଛରେ ପ୍ରେମ ପ୍ରସଙ୍ଗ ରହିଥିବା ଜଣାପଡିଛି। 

ଉତ୍ତର ପ୍ରଦେଶ ଆଜମଗଡ଼ ଜିଲ୍ଲାର ଅହିରୌଲା ଥାନା ଅଧିନସ୍ଥ ଭକୁହୀ ଗ୍ରାମରେ ଘଟିଯାଇଛି ଏହି ଘଟଣା। ମହାରାଜଗଞ୍ଜ ଥାନ ଅଧିନସ୍ଥ ସରଦହାଁ ନିବାସୀ ପରଭେଜ ଅହମଦଙ୍କ ବିବାହ ଅହିରୌଲା ଥାନା ଅଧିନସ୍ଥ ଗହଜୀ ଭୀଲମ ପଟ୍ଟି ଗ୍ରାମର ମୋହମ୍ମଦ ସରତାଜଙ୍କ ଝିଅ ସହ ହେଉଥିଲା। 

ଗତକାଲି ବାହାଘର ପାଇଁ ସରଦହାଁରୁ କପ୍ତାନଗଞ୍ଜ କୋରନହାଁ ମାର୍ଗ ହୋଇ ବରଯାତ୍ରୀଙ୍କ ସହ ଯାଉଥିବା ବେଳେ ବର ପରଭେଜ ଅହମଦଙ୍କ ସମେତ ତାଙ୍କ ପରିବାରର ୩ ଜଣ ମହିଳାଙ୍କୁ ଅପହରଣ କରିନେଇଥିଲା ଜଣେ ଯୁବକ। ଏ ଘଟଣା ସମ୍ପର୍କରେ ଖବର ପାଇବା ପରେ ଅପହୃତ ଲୋକଙ୍କୁ ଖୋଜିବା ଆରମ୍ଭ କରି ଦେଇଥିଲେ ସେମାନଙ୍କ ପରିବାରବର୍ଗ ଏବଂ ସ୍ଥାନୀୟ ପୋଲିସ।

Also Read: ଯାହାକୁ ଭାବିଥିଲେ କନ୍ୟା ସେ ବାହାରିଲା...

ଅପହରଣ କରିବା ପରେ ବର ଏବଂ ତାଙ୍କ ପରିବାରର ୩ ଜଣ ମହିଳାଙ୍କୁ ଧମକଚମକ ଦେବା ପରେ ଛାଡି ଦେଇଥିଲେ ଅପହରଣକାରୀ। ଏହି ଘଟଣା ଘଟିବାର ୩ ଘଣ୍ଟା ପରେ ଭୟଭୀତ ଅବସ୍ଥାରେ ଅହିରୌଲା ଥାନାରେ ପହଞ୍ଚିଥିଲେ ବର ପରଭେଜ ଅହମଦ। ନିଜ ସହ ଘଟଣା ବାବଦରେ ଥାନାରେ ଜଣାଇବା ପରେ ପୋଲିସ ଅଜ୍ଞାତ ଲୋକଙ୍କ ବିରୁଦ୍ଧରେ ମାମଲା ଦାଏର କରିଛି।

ଏନେଇ ପ୍ରତିକ୍ରିୟା ରଖି ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି ପ୍ରେମ ପ୍ରସଙ୍ଗକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି। ଏହି ଅପହରଣ ଘଟଣାରେ ତଦନ୍ତ ଜାରି ରହିଥିବାବେଳେ କନ୍ୟାକୁ ଏନେଇ ଜେରା କରାଯିବ। ଏହା ପରେ ପୋଲିସ  ଏ ଘଟଣାରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ପୋଲିସ ଅଧିକ୍ଷକ ସୁଧିର କୁମାର ସିଂହ।