ଯାହାକୁ ଭାବିଥିଲେ କନ୍ୟା ସେ ବାହାରିଲା...
Advertisement
Article Detail0/zeeodisha/odisha877300

ଯାହାକୁ ଭାବିଥିଲେ କନ୍ୟା ସେ ବାହାରିଲା...

ସ୍ତ୍ରୀକୁ ପାଖରେ ନ ରଖିଲେ ପରିଣାମ ଭୟାନକ  ହେବ ବୋଲି ଧମକ ଦେଇଛନ୍ତି ଶ୍ୱଶୁରଘର। 

ଯାହାକୁ ଭାବିଥିଲେ କନ୍ୟା ସେ ବାହାରିଲା...

ଭୋପାଳ: ହିନ୍ଦୀରେ ଏକ ଲୋକବାଣୀ ରହିଛି ତାହା ହେଉଛି "ସାଦି କା ଲଡ୍ଡୁ ଜୋ ଖାୟା ପସ୍ତାୟା ଜୋ ନେହିଁ ଖାୟ ବୋ ଭି ପସ୍ତାୟା"। ଅର୍ଥାତ ଯାହାର ଅର୍ଥ ହେଉଛି ବିବାହ କରିବା ପରେ ବିଭିନ୍ନ ସମୟରେ ବ୍ୟକ୍ତିଗତ ଜୀବନରେ ଅନେକ ଲୋକ ବିଭିନ୍ନ ଅସୁବିଧାର ସାମ୍ନା କରିଛନ୍ତି। ଅନ୍ୟପଟେ ଅବିବାହିତ ରହି ଅନେକ ଲୋକ ବିଭିନ୍ନ ସମସ୍ୟାରେ ପଡିଛନ୍ତି। 

ସଦ୍ୟ ଏପରି ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର (Madhya Pradesh) ଶିବପୁରୀ (Shivpuri) ଜିଲ୍ଲାରେ। ଯେଉଁଠି ଜଣେ ବିବାହିତ ଯୁବକ ନିଜ ଶ୍ୱଶୁର ଘର ଲୋକଙ୍କ ବିରୁଦ୍ଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। 

Also Read: ଯାହାକୁ ଭାବିଥିଲେ କନ୍ୟା ସେ ବାହାରିଲା...

ଅଭିଯୋଗ ଆଣିଥିବା ପଙ୍ଖୀ ଜାଟବ ନାମକ ଜଣେ ଯୁବକ କହିଛନ୍ତି ତାଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ଧୋକ୍କା ଦେଇ ତାଙ୍କର ବାହାଘର ଜଣେ ଝିଅ ପରିବର୍ତ୍ତେ ଅନ୍ୟଜଣେ କିନ୍ନର ସହ କରି ଦେଇଛନ୍ତି। ନିଜ ଚତୁର୍ଥୀ ରାତିରେ ସେ ଏ ଘଟଣା ବାବଦରେ ଜାଣିବାକୁ ପାଇଥିଲେ। ଯେଉଁ ଦିନ ତାଙ୍କର ଚତୁର୍ଥୀ ହୋଇଥିଲା ସେଦିନ ରାତି ୧୨ଟା ସମୟରେ ନିଜ ଶ୍ୱଶୁର ଘର ଲୋକଙ୍କୁ ଫୋନ କରି ସେ ଏ ଘଟଣା ବାବଦରେ ଜଣାଇଥିଲେ।     

ବିବାହ ପର ଦିନ ପଙ୍ଖୀ ନିଜ ପତ୍ନୀଙ୍କୁ ଜଣେ ଜଣେ ମହିଳା ଡାକ୍ତର ପାଖକୁ ନେଇ ମେଡିକାଲ ଟେଷ୍ଟ କରାଇଥିଲେ। ତାଙ୍କ ପତ୍ନୀଙ୍କ ନିକଟରେ ମହିଳାଙ୍କର କୌଣସି ଲକ୍ଷଣ ନଥିବା ପଙ୍ଖୀଙ୍କୁ ମେଡିକାଲ ପରୀକ୍ଷା ପରେ ଜଣାଇ ଦେଇଥିଲେ ଡାକ୍ତର। ଏହା ପରେ ନିଜ ସ୍ତ୍ରୀକୁ ବାପଘରକୁ ପଠାଇ ଦେଇଥିଲେ ସେ। 

Also Read: ମଧ୍ୟ ପ୍ରଦେଶ ଉପନିର୍ବାଚନ ୨୦୨୦: ସୁରକ୍ଷିତ ରହିଲା ଶିବରାଜଙ୍କ ଗାଦି,କମଲନାଥଙ୍କୁ ମିଳିଲା ଝଟକା

 

ବିବାହ ବାହାନରେ ତାଙ୍କୁ ଠକି ଦିଆଯାଇଥିବା ନେଇ ଗୁରୁବାର ଶିବପୁରୀ ଏସପି କର୍ଯ୍ୟାଳୟରେ ପହଞ୍ଚି ଶ୍ୱଶୁର ଘର ଲୋକଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ପଙ୍ଖୀ ଜାଟବ। ନିଜ ଅଭିଯୋଗରେ ସେ ଦର୍ଶାଇଛନ୍ତି ଶ୍ୱଶୁର ଘର ଲୋକ ତାଙ୍କୁ ସେ ବିବାହ କରିଥିବା କିନ୍ନରକୁ ପାଖରେ ରଖିବା ଲାଗି କହୁଛନ୍ତି। ଯଦି ପତ୍ନୀକୁ ପାଖରେ ନରଖିବେ ତାହାଲେ ହାତ ଗୋଡ ଭାଙ୍ଗି ଦେବା ସହ ନିର୍ଘାତ ପିଟିବାକୁ ଧମକ ଦେଇଛନ୍ତି ଶ୍ୱଶୁର ଘର ଲୋକ। ଅନ୍ୟପଟେ ପତ୍ନୀ ମହିଳା ଆୟୋଗ ଯାଇ ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ତାଙ୍କୁ ପାଖରେ ରଖିବାକୁ ଚାହୁଁନାହାଁନ୍ତି। ଏ ମାମଲାରେ କଥିତ ପତ୍ନୀ ସ୍ୱାମୀ ପଙ୍ଖୀ ଜାଟବଙ୍କ ପାଖରୁ ଭରଣପୋଷଣ ଦାବି କରିଛନ୍ତି।     

Also  Read: Munawar Faruqui: ମଧ୍ୟ ପ୍ରଦେଶ ହାଇକୋର୍ଟରେ ଜାମିନ ଆବେଦନ ଖାରଜ

ଏ ଘଟଣାରେ ପ୍ରତିକ୍ରିୟା ରଖି ଶିବପୁରୀ ଜିଲ୍ଲା ଥାନା ପ୍ରଭାରୀ ସୁନୀଲ ରାଜପୁତ କହିଛନ୍ତି ପ୍ରାୟ ୫-୬ ମାସ ପୂର୍ବେ ଏହି ଯୁବକ ଅଭିଯୋଗ କରିବାକୁ ଆସିଥିଲେ। ଯେତେବଳେ ସେ ପ୍ରଥମେ ଅଭିଯୋଗ କରିଥିଲେ ସେତେବେଳେ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନଥିଲା। ଛାଡପତ୍ର, ଭରଣପୋଷଣ ଆଦି ପାରବାରିକ ବିବାଦ ଜନିତ ମାମଲାର ଶୁଣାଣି ଫ୍ୟାମିଲି କୋର୍ଟରେ (Family Court) ହୋଇଥାଏ। ଏ  ଘଟଣାରେ ଅଭିଯୋଗକାରୀଙ୍କୁ  ପାରିବାରିକ ଅଦାଲତରେ ଆବେଦନ କରିବାକୁ କୁହାଯାଇଛି।