ପାର୍ଟିରେ ପୋଲିସ ଚଢାଉ; ଚମ୍ପଟ ମାରିଲେ ବାଦଶାହ, ଗିରଫ ପରେ ବେଲରେ ଆସିଲେ ରୈନା
Advertisement
Article Detail0/zeeodisha/odisha812375

ପାର୍ଟିରେ ପୋଲିସ ଚଢାଉ; ଚମ୍ପଟ ମାରିଲେ ବାଦଶାହ, ଗିରଫ ପରେ ବେଲରେ ଆସିଲେ ରୈନା

 

ଅନ୍ଧେରୀ ଠାରେ ଥିବା କ୍ଲବରେ ଚାଲିଥିବା ପାର୍ଟିରେ ଗାୟକ ଗୁରୁ ରନ୍ଧୱା, ସୁଜୈନ ଖାନ, ରାପର ବାଦଶାହ ପ୍ରମୁଖ ସାମିଲ ହୋଇଥିଲେ। ଚଢାଉ ହୋଇଥିବା ନେଇ ଖବର ପାଇବା ପରେ କ୍ଲବର ପଛ ଦ୍ୱାର ବାଟେ ଚମ୍ପଟ ମାରିଥିଲେ ବାଦଶାହ।

ପାର୍ଟିରେ ପୋଲିସ ଚଢାଉ; ଚମ୍ପଟ ମାରିଲେ ବାଦଶାହ, ଗିରଫ ପରେ ବେଲରେ ଆସିଲେ ରୈନା

ମୁମ୍ବାଇ: କୋରୋନା ଗାଇଡଲାଇନ୍ସ (Corona Guidelines) ଭଙ୍ଗ କରି ପାର୍ଟି ଆୟୋଜନ କରିବା ଅଭିଯୋଗରେ ମୁମ୍ବାଇ ପୋଲିସ ୩୪ ଲୋକଙ୍କ ବିରୁଦ୍ଧରେ ମାମଲା ଦାଏର କରିଛି। ଏହି ପାର୍ଟିରେ ସାମିଲ ହେବା ଅଭିଯୋଗରେ ଗିରଫ ହୋଇଥିବା କ୍ରିକେଟର ସୁରୈଶ ରୈନା, ଗୁରୁ ରନ୍ଧୱା, ସୁଜାନେ ଖାନଙ୍କୁ କୋର୍ଟରୁ ବେଲ ମିଳିସାରିଛି। କୋରୋନା ମହାମାରୀର (Corona Pandemic) ମୁକାବିଲା ଲାଗି ଜାରି ହୋଇଥିବା ଗାଇଡଲାଇନ୍ସ (Guidelines) ଉଲଂଘନ କରି ପାର୍ଟି ଆୟୋଜନ କରିବାର ଅଭିଯୋଗ ହୋଇଛି। ଏ ଘଟଣା ବାବଦରେ ଜଣାପଡିବା ପରେ ବିଳମ୍ବିତ ରାତି ୩ଟା ସମୟରେ ଚଢାଉ କରିଛି ମୁମ୍ବାଇ ପୋଲିସ (Mumbai Police)। ସ୍ଥାନୀୟ ଏକ କ୍ଲବରେ ଚାଲିଥିବା ପାର୍ଟିରେ ସାମିଲ ହୋଇଥିଲେ ଅନେକ ବଲିଉଡ ସେଲିବ୍ରିଟି।

ମୁମ୍ବାଇ ପୋଲିସ ପକ୍ଷରୁ ସ୍ଥାନୀୟ ଅନ୍ଧେରୀସ୍ଥିତ କ୍ଲବରେ ଚଢାଉ କରାଯାଇଥିବା ନେଇ ଖବର ପାଇବା ପରେ ପଛ ଦ୍ୱାର ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ବାଦଶାହ। ଏହି ପାର୍ଟିରେ ସାମିଲ ହୋଇଥିବା  ଅନେକ ବଲିଉଡ ତାରକାଙ୍କୁ ହେପାଜତକୁ ନିଆଯାଇଛି। କୋରୋନା ମୁକାବିଲା ପାଇଁ ଜାରି ହୋଇଥିବା ନିୟମ ଉଂଲଘନ କରିବା ଅଭିଯୋଗରେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଛି।           

Also Read:  Sushant Suicide Case:ମହେଶ ଭଟ୍ଟଙ୍କୁ ଜେରା କରିବ ମୁମ୍ବାଇ ପୋଲିସ

ଅନ୍ଧେରୀ ଠାରେ ଥିବା କ୍ଲବରେ ଚାଲିଥିବା ପାର୍ଟିରେ ଗାୟକ ଗୁରୁ ରନ୍ଧୱା (Guru Randhawa), ସୁଜୈନ ଖାନ (Sussanne Khan), ରାପର ବାଦଶାହ (Rapper Badshah) ପ୍ରମୁଖ ସାମିଲ ହୋଇଥିଲେ। ଏ ମାମଲାରେ ପୋଲିସ ୩୪ ଲୋକଙ୍କୁ ହେପାଜତକୁ ନେଇଛି। ସେଲିବ୍ରିଟିଙ୍କ ବ୍ୟତୀତ କ୍ରିକେଟର ସୁରୈଶ ରୈନା ଏହି ପାର୍ଟିରେ ସାମିଲ ହୋଇଥିଲେ ଏବଂ ବିରୁଦ୍ଧରେ ମାମଲା ଦାଏର କରାଯାଇଛି।   

Also Read:ପ୍ରବାସୀ ଶ୍ରମିକଙ୍କୁ ଦେଖା କରିବାକୁ ସୋନୁ ସୁଦଙ୍କୁ ବାରଣ, ମୁମ୍ବାଇ ପୋଲିସ କହିଲା
 

ପୋଲିସ ସୂଚନା ଅନୁସାରେ ପାର୍ଟିରେ ସାମି ହେବା ଲାଗି ଦିଲ୍ଲୀ, ପଞ୍ଜାବରୁ ୧୯ ଲୋକ ମୁମ୍ବାଇ ଆସିଥିଲେ। ଏହା ଦକ୍ଷିଣ ମୁମ୍ବାଇର ଅନେକ ଲୋକ ଏହି ପାର୍ଟିରେ ସାମିଲ ହୋଇଥିଲେ। ଏ ଘଟଣାରେ ୨୭ ଗ୍ରାହକ ଏବଂ ୭  କ୍ଲବ କର୍ମଚାରୀଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି। ସୁରୈଶ ରୈନାଙ୍କ ବିରୁଦ୍ଧରେ ୧୮୮ ଧାର ଆଧାରରେ କେସ ଫାଇଲ ହୋଇଥିବା ନେଇ ଜଣାଇଛି ପୋଲିସ। ହେପାଜତରେ ନିଆଯାଇଥିବା ଲୋକଙ୍କୁ ନୋଟିସ ଦିଆଯାଇ ଛଡାଯାଇଛି। ମୁମ୍ବାଇ ବାହାରୁ ଆସିଥିବା ଲୋକ ସକାଳେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ।