ମ୍ୟାଚ୍ ଭିତରେ କାହିଁକି ଅଦାନୀକୁ ବିରୋଧ ?
Advertisement
Article Detail0/zeeodisha/odisha794450

ମ୍ୟାଚ୍ ଭିତରେ କାହିଁକି ଅଦାନୀକୁ ବିରୋଧ ?

Ind vs Aus One Day Series:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ (Ind vs Aus One Day Series) ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ସିଡନୀରେ (Sydney) ଶୁକ୍ରବାର ପ୍ରଥମ ମ୍ୟାଚ୍ ଖେଳାଯିବା ସମୟରେ ଅଚାନକ ପଡ଼ିଆ ମଧ୍ୟକୁ ଜଣେ ଦର୍ଶକ ପଶିଆସି ଏକ ପ୍ଲାକାର୍ଡ ଦେଖାଇବା ଆରମ୍ଭ କରି ଦେଇଥିଲେ । ପ୍ଲାକାର୍ଡରେ ଲେଖାଯାଇଥିଲା

ମ୍ୟାଚ୍ ଭିତରେ କାହିଁକି ଅଦାନୀକୁ ବିରୋଧ ?

ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: Ind vs Aus One Day Series:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ (Ind vs Aus One Day Series) ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ସିଡନୀରେ (Sydney) ଶୁକ୍ରବାର ପ୍ରଥମ ମ୍ୟାଚ୍ ଖେଳାଯିବା ସମୟରେ ଅଚାନକ ପଡ଼ିଆ ମଧ୍ୟକୁ ଜଣେ ଦର୍ଶକ ପଶିଆସି ଏକ ପ୍ଲାକାର୍ଡ ଦେଖାଇବା ଆରମ୍ଭ କରି ଦେଇଥିଲେ । ପ୍ଲାକାର୍ଡରେ ଲେଖାଯାଇଥିଲା 'NO $1 BN ADANI LOAN' । ଦର୍ଶକ ଜଣଙ୍କ 'NO ADANI' ଲେଖାଯାଇଥିବା ଏକ ଟି-ସାର୍ଟ ବି ପିନ୍ଧିଥିଲେ । ଅଚାନକ ଖେଳକୁ କିଛି ସମୟ ସ୍ଥଗିତ ରଖିବାକୁ ପଡ଼ିଥିଲା ଓ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ, ଦର୍ଶକ ଜଣଙ୍କୁ ପଡ଼ିଆରୁ କାଢ଼ିବା ପରେ ପୁନଃ ଖେଳ ଆରମ୍ଭ ହୋଇଥିଲା । ଟେଲିଭିଜନରେ ଭାରତ-ଅଷ୍ଟ୍ରେଲିଆ (IndvsAus) ମଧ୍ୟରେ ଏହି ପ୍ରଥମ ଦିନିକିଆ ମ୍ୟାଚ୍ ଦେଖୁଥିବା ଭାରତୀୟ ଦର୍ଶକ (Indian Viewers) ଅଚନାକ ଭାବେ ଏହି ଘଟଣା ଦେଖି କିଛି ବୁଝି ପାରି ନଥିଲେ । ତେବେ ଚାଲନ୍ତୁ ଆପଣଙ୍କୁ କହୁଛୁ, କାହିଁକି ଅଷ୍ଟ୍ରେଲିଆରେ ଅଦାନୀ ଗ୍ରୁପକୁ ବିରୋଧ କରାଯାଉଛି ।

କାହିଁକି ଅଷ୍ଟ୍ରେଲିଆରେ ଅଦାନୀ ଗ୍ରୁପକୁ କରାଯାଉଛି ବିରୋଧ ?


ଅଷ୍ଟ୍ରେଲିଆର (Australia) ସେଣ୍ଟ୍ରାଲ୍ କୁଇନ୍ସଲାଣ୍ଡ (Central Queensland) ଅଞ୍ଚଳରେ ଏକ କୋଇଲା ଖଣି ରହିଛି, ଯାହାର ନାଁ ହେଉଛି 'କାରମାଇକାଲ୍ କୋଲ୍ ମାଇନ୍ସ' । ଏହି କୋଇଲା ଖଣିର ସତ୍ତ୍ୱ ବର୍ତ୍ତମାନ ଅଦାନୀ ଗ୍ରୁପ (Adani Group) ନିକଟରେ ରହିଛି । ଦୀର୍ଘ ଦିନ ଧରି ଏହାକୁ ଉତ୍ତୋଳନ ଉପଯୋଗୀ କରିବାକୁ ଅଦାନୀ ଗ୍ରୁପ ଦ୍ୱାରା ପ୍ରସ୍ତୁତି କାର୍ଯ୍ୟ ସେଠାରେ ଜାରି ରହିଛି । କିନ୍ତୁ ଅଷ୍ଟ୍ରେଲିଆରେ (Australia) ଏହି କୋଇଲା ଖଣି (Coal Mines) ଉତ୍ତୋଳନକୁ ଘୋର ବିରୋଧ କରାଯାଉଛି । ଖାସ୍ କରି ବିଗତ ଏକ ବର୍ଷ ଧରି ଅଷ୍ଟ୍ରେଲିଆରେ ଅଦାନୀ ଗ୍ରୁପ ଏକ ପରିଚିତ ନାଁ ହୋଇଯାଇଛି । ଅଦାନୀକୁ ବିରୋଧ, ଏବେ ଅଷ୍ଟ୍ରେଲିଆରେ ଏକ ଅଭିଯାନରେ ପରିଣତ ହୋଇଗଲାଣି । ଲୋକମାନେ ଟି-ସାର୍ଟ, କାନ ଫୁଲ ଠାରୁ ଆରମ୍ଭ କରି ଦେହରେ ଟାଟୁ କରି ବିରୋଧ ପ୍ରଦର୍ଶନ କରୁଛନ୍ତି । ଅଷ୍ଟ୍ରେଲିଆର ଚିତ୍ରଶିଳ୍ପୀ, ଅଭିନେତା, ନୃତ୍ୟଶିଳ୍ପୀମାନେ ମଧ୍ୟ ବିଭିନ୍ନ ସୋ' ଜରିଆରେ ଅଦାନୀ ଗ୍ରୁପକୁ ବିରୋଧ ପ୍ରଦର୍ଶନ କରୁଛନ୍ତି ।

ଅଧିକ ପଢନ୍ତୁ: କୁବେର IFS ଅଭୟକାନ୍ତଙ୍କୁ ମିଳିଥିଲା ରାଜନୈତିକ ସୁରକ୍ଷା!

ଶୁକ୍ରବାର (Friday) ଭାରତ (India) ଓ ଅଷ୍ଟ୍ରେଲିଆ (Australia) ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ (Oneday) ଚାଲୁଥିବାବେଳେ ପଡ଼ିଆ ମଧ୍ୟରେ ଅଦାନୀ ଗ୍ରୁପକୁ ବିରୋଧ କରାଯାଇଥିଲା । କିନ୍ତୁ ସିଡନୀ କ୍ରିକେଟ୍ ଷ୍ଟାଡିୟମ୍ (Sydney Cricket Stadium)ବାହାରେ ଏକ ଭୟଙ୍କର ଭିଡ଼ ଅଦାନୀ ଗ୍ରୁପ୍ (Adani Group) ଓ କାରମାଇକାଲ୍ କୋଲ୍ ମାଇନ୍ସ ଉତ୍ତୋଳନକୁ ବିରୋଧ କରିବାକୁ ଏକଜୁଟ୍ ହୋଇଥିଲେ । ତେବେ କଡ଼ା ସୁରକ୍ଷା ବନ୍ଦୋବସ୍ତ ମଧ୍ୟରେ ମ୍ୟାଚର ଆୟୋଜନ କରାଯାଇଥିଲା । ଜାଣିରଖିବା ଉଚିତ୍ କି, ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚରେ କୋଭିଡ୍ କଟକଣା ମଧ୍ୟରେ ପ୍ରଥମଥର ପାଇଁ ୫୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍ ଦେଖିବାକୁ ଅନୁମତି ଦିଆଯାଇଥିଲା ।