Cold Wave 2022: ଜାଡ଼ରେ ଥରୁଛି ଦେଶ, ଦିଲ୍ଲୀରେ ପାରା ୩ ଡିଗ୍ରୀ ତଳେ ଜାଣନ୍ତୁ ଓଡ଼ିଶାର ସ୍ଥିତି
Advertisement
Article Detail0/zeeodisha/odisha1501032

Cold Wave 2022: ଜାଡ଼ରେ ଥରୁଛି ଦେଶ, ଦିଲ୍ଲୀରେ ପାରା ୩ ଡିଗ୍ରୀ ତଳେ ଜାଣନ୍ତୁ ଓଡ଼ିଶାର ସ୍ଥିତି

Weather Update: ଚଳିତ ବର୍ଷ ବିଳମ୍ବରେ ଶୀତର ଆଗମନ ହୋଇଥିବା ବେଳେ ହଠାତ ଥଣ୍ଡାର ପ୍ରକୋପ ଜନଜୀବନ ଅସ୍ତବ୍ୟସ୍ତ କରି ପକେଇଲାଣି। କେବଳ ଆମ ରାଜ୍ୟ ନୁହେଁ ପୁରା ଦେଶରେ ଶୀତର ଲହରି ଜାରି ରହିଛି। ସେଥି ମଧ୍ୟରେ ଉତ୍ତର ଭାରତରେ ଏହାର ପ୍ରକୋପ ଅଧିକ ରହିଛି। କିଛିକିଛି ସ୍ଥାନରେ ୫ ଡିଗ୍ରୀ ତଳେ ପାରା ରହୁଛି। ସେହିପରି ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ।

Cold Wave 2022: ଜାଡ଼ରେ ଥରୁଛି ଦେଶ, ଦିଲ୍ଲୀରେ ପାରା ୩ ଡିଗ୍ରୀ ତଳେ ଜାଣନ୍ତୁ ଓଡ଼ିଶାର ସ୍ଥିତି

Cold Wave 2022: ସାରାଦେଶରେ ଶୀତ ଲହରି ଜାରି ରହିଛି। ଉତ୍ତର ଭାରତରେ ପ୍ରବଳ ଥଣ୍ଡା ମଧ୍ୟରେ ଦିଲ୍ଲୀ ଏନସିଆର ସମେତ ସୀମାନ୍ତ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗତ କିଛିଦିନ ଧରି ଚାଲିଥିବା କୋଲ୍ଡ ୱେଭ୍ ଯୋଗୁଁ ତାପମାତ୍ରାରେ ବହୁତ ହ୍ରାସ ଘଟିବାକୁ ଯାଉଛି । ଚେନ୍ନାଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ତିରୁଭାଲୁର, ଚେନ୍ନାଇ, ଚେଙ୍ଗଲପାଟ୍ଟୁ, କାଞ୍ଚିପୁରମ୍, ମାୟିଲାଡୁଥୁରାଇ, ନାଗାପାଟ୍ଟିନମ୍, ଥାନାଜୁର୍ ଏବଂ ତିରୁଭର ଜିଲ୍ଲା ଏବଂ ତାମିଲନାଡୁର କରାଇକାଲ୍ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ଚଳିତ ବର୍ଷର ରେକର୍ଡ ଅନୁସାରେ ରବିବାର ଦିନ ତିନି ଡିଗ୍ରୀକୁ ପାରା ଖସିଛି । ଯାହା ଫଳରେ ସାରା ରାଜ୍ୟରେ ଥଣ୍ଡା ପବନ ସାଙ୍ଗକୁ କୋହଲା ପାଗ ଜାରି ରହିଛି। ସେହିପରି ପାଣିପାଗ ବିଭାଗର (Metrological Department) ଆକଳନ ଅନୁସାରେ ଆଗାମୀ ଦୁଇଦିନ ଏହିପରି ପାଗ ରହିବା ସହ ପାରା ୩ ରୁ ୪ ଡିଗ୍ରୀ ଯାଏ ରହିପାରେ। ସେହିପରି ପାଣିପାଗର ଆକଳନ ଅନୁସାରେ ଦିଲ୍ଲୀ ଓ ଏହାର ଆଖପାଖ ଇଲାକାରେ ବର୍ଷା ହେବାର ସମ୍ଭାବନା ରହିଛି । ଯାହାଫଳରେ ଉତ୍ତର ଭାରତରେ ଥଣ୍ଡା ପ୍ରବଳ ହେବ।  ଯଦି ଉତ୍ତର ଭାରତ କଥା କହିବା, ତେବେ ବିହାର, ଉତ୍ତରପ୍ରଦେଶ, ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଜାମ୍ମୁ କାଶ୍ମୀରରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ଅନେକ ସ୍ଥାନରେ ଘନ କୁହୁଡ଼ି ହେତୁ ଲୋକମାନେ ଘରୁ ବାହାରିବା ଏବଂ ଟ୍ରାଫିକରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Also Read: Hockey World Cup Arrival: ଭୁବନେଶ୍ଵରରେ ପହଞ୍ଚିଲା ହକି ବିଶ୍ୱକପ୍ ଟ୍ରଫି, ସ୍ୱାଗତ କଲେ ରାଜ୍ୟବାସୀ

ପଞ୍ଜାବ ଏବଂ ହରିୟାଣାରେ ପ୍ରବଳ ଥଣ୍ଡା (Severe Cold) ହେତୁ ଚଣ୍ଡିଗଡ଼ରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିଲା। ଉଭୟ ରାଜ୍ୟରେ ଥଣ୍ଡା ସହ ଘନ କୁହୁଡି ଆଚ୍ଛାଦିତ ହୋଇ ରହୁଛି । ପଞ୍ଜାବର ଭଟିଣ୍ଡାରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକଠାରୁ ଦୁଇ ଡିଗ୍ରୀ ହ୍ରାସ ଅଟେ। ଏଥି ସହିତ ପାଣିପାଗ ବିଭାଗ ଅନୁଯାୟୀ ଅମୃତସରର ସର୍ବନିମ୍ନ ତାପମାତ୍ରା ୬ଡିଗ୍ରୀ ସେଲସିୟସ, ଲୁଧିଆନା, ପଟିଆଲା, ପଠାନକୋଟ, ଗୁରୁଦାସପୁର ଏବଂ ଫରିଦକୋଟରେ ୫.୯,୪.୮ ଓ ୭.୭ ଡିଗ୍ରୀ ରେକର୍ଡ କରାଯାଇଛି। 

Also Read: Christmas 2022: ପୃଥିବୀର ସବୁଠାରୁ ବଡ଼ ସାନ୍ତାକ୍ଲଜ୍ , ତିଆରିରେ ଲାଗିଲା ୧.୫ ଟନ ଟମାଟୋ

ସେପଟେ ରାଜ୍ୟରେ ଜାରି ରହିଛି ଶୀତ ଲହରୀ (Cold Wave) । ଜାଡରେ ଥରୁଛି ସାରା ରାଜ୍ୟ । ଲଗାତାର ତାପମାତ୍ରା ହ୍ରାସ ପାଉଥିବାବେଳେ ଶୀତ ବି ଧୀରେ ଧୀରେ ବଢିବାରେ ଲାଗିଛି । ସ୍ଥାନେ ସ୍ଥାନେ କୁହୁଡି ମଧ୍ୟ ବହୁତ ସମୟ ପର୍ଯ୍ୟନ୍ତ ଆଚ୍ଛାଦିତ ହୋଇ ରହୁଛି। ରାଜ୍ୟରେ ଜି. ଉଦୟଗିରିରେ ପାରଦ ପାଖାପାଖି ୫ ଡିଗ୍ରୀ ରହିଥିବାବେଳେ ମୟୂରଭଞ୍ଜ,ସେମିଳିଗୁଡା,ଫୁଲବାଣୀ ଓ ଦାରିଙ୍ଗବାଡିରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ଅଧିକାଂଶ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି ।  ଏନେଇ ପାଣିପାଗ ବିଭାଗ ସୂଚନା ଜାରି କରିଛି।