Indian AirForce: ଭାରତ ପାଖରେ ଅଛି ଏହି ୫ଟି ବଡ଼ ହତିଆର, ଯାହାର ନାଁ ଶୁଣିଲେ ଛାନିଆ ହୁଅନ୍ତି ପାକ୍-ଚୀନ
Advertisement
Article Detail0/zeeodisha/odisha1486951

Indian AirForce: ଭାରତ ପାଖରେ ଅଛି ଏହି ୫ଟି ବଡ଼ ହତିଆର, ଯାହାର ନାଁ ଶୁଣିଲେ ଛାନିଆ ହୁଅନ୍ତି ପାକ୍-ଚୀନ

Indian AirForce News: ଭାରତର ଯୁଦ୍ଧ ଜାହାଜରେ ୮୦୦ ରୁ ଅଧିକ ଆକ୍ରମଣକାରୀ ବିମାନ ଅଛି ଯାହା ଆକ୍ରମଣର ପରିସ୍ଥିତିର ମୁକାବିଲା କରିବାକୁ ସର୍ବଦା ପ୍ରସ୍ତୁତ ରହିଥାଏ। ଭାରତରେ ୩୨୩ ରୁ ଅଧିକ ଟ୍ରେନିଂ ଏୟାର କ୍ରାଫ୍ଟ ଅଛି । ଅତ୍ୟାଧୁନିକ ସୁବିଧା ସହିତ ସଜ୍ଜିତ ହେଲିକପ୍ଟର ଗୁଡ଼ିକର ସମ୍ପୂର୍ଣ୍ଣ ପରିବହନ ସାମଗ୍ରୀ ମଧ୍ୟ ରହିଛି।ଦେଶରେ ବିସ୍ଫୋରଣକାରୀ ବା ବମ୍ବର୍ସ ବିମାନର ମଧ୍ୟ ଅଭାବ ନାହିଁ। ବ୍ରହ୍ମୋସ୍ ରେଞ୍ଜ କ୍ଷେପଣାସ୍ତ୍ରର ଶକ୍ତି ସାରା ବିଶ୍ୱକୁ ଜଣା।

Indian AirForce: ଭାରତ ପାଖରେ ଅଛି ଏହି ୫ଟି ବଡ଼ ହତିଆର, ଯାହାର ନାଁ ଶୁଣିଲେ ଛାନିଆ ହୁଅନ୍ତି ପାକ୍-ଚୀନ

Indian AirForce: ଭାରତ ପାଖରେ ଅଛି ସବୁଠାରୁ ମଜଭୁତ ସେନା ।  ଆଉ ଏହି ମଜଭୁତ ସେନା ଯଦି ନଥାନ୍ତା ତେବେ ଭାରତର ମାନଚିତ୍ର କେବେଠାରୁ ବଦଳିସାରନ୍ତାଣି। ଭାରତର ପଡୋଶୀ ଦେଶ ପାକିସ୍ତାନ ଓ ଚୀନ । ଆଉ ଏହି ଦୁଇ ଦେଶ ପ୍ରତିଦିନ ଭାରତକୁ ନିଜ ଟାର୍ଗେଟରେ ରଖୁଛନ୍ତି।  ତେବେ ଶତ୍ରୁ ଦେଶ ଆମଠାରୁ ହାତେ ଦୂରରେ । କାରଣ ଭାରତର ତିନିସେନାର ପରାକ୍ରମ ଦେଖି ଶତ୍ରୁଦେଶ ଥରହର ହୋଇଥାଆନ୍ତି। ଯାହା ଫଳରେ ଆମ ସୀମା ସୁରକ୍ଷିତ ରହିଥାଏ। ଜାମ୍ମ କାଶ୍ମୀର ଠୁ ନେଇ ଲଦାଖ, ଡୋକଲାମ ଠାରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ସବୁ ଆଡେ ଆମେ ପଡ଼ୋଶୀଙ୍କ ଖରାପ ନଜର ରହିଆସିଛି। ଏହାର ଉଦାହରଣ ତୱାଙ୍ଗ ସଂଘର୍ଷ। ସେଥିପାଇଁ ପ୍ରତିଟି କ୍ଷେତ୍ରରେ ଆମ ସେନା ସଜାଗ ହୋଇ ରହିଛି। ଆଉ ଏହା ହିଁ କାରଣ ଯେଉଁଥିପାଇଁ ଏହି ସଂଘର୍ଷ ମଧ୍ୟରେ ଭାରତୀୟ ବାୟୁସେନା ନିଜର ଜୋରଦାର ଅଭ୍ୟାସ ଜାରି ରଖିଛି।  

ବାୟୁସେନାର ଏହି ଯୁଦ୍ଧ ଅଭ୍ୟାସ ସମୟରେ ରାଫେଲ, ମିଗ, ତେଜସ, ସୁଖୋଇ-30MKI ଓ ରାଫଲେ ଜେଟ ସମେତ ଅତ୍ୟାଧୁନିକ ବିମାନ ଏଥିରେ ସାମିଲ ହୋଇଛନ୍ତି। ପୂର୍ବ ଉତ୍ତର କ୍ଷେତ୍ରରେ ବାୟୁସେନାର ସବୁ ଆଡଭାନ୍ସ ଏୟାର ବେସ ଓ କିଛି ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡସ୍ ଏହି ଯୁଦ୍ଧାଭ୍ୟାସରେ ସାମିଲ ହୋଇଛନ୍ତି। ଏହାର ମାନେ ପୁରା ଦୁନିଆ ଭାରତୀୟ ବାୟୁସେନାର ଶକ୍ତି ଦେଖିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ଆମ ପାଖରେ ଏମିତି କଣ ହତିଆର ଅଛି ଯାହାଦ୍ୱାରା ଶତ୍ରୁଦେଶ ଆମ ପାଖ ପଶିବାକୁ ଡରୁଛନ୍ତି। 

Also Read: Nitish kumar on liquor deaths: ଯୋ ପିଏଗା, ଓ୍ୱୋ ମରେଗା: କାହିଁକି ଏମିତି କହିଲେ ନୀତିଶ

ଆମ ପଡ଼ୋଶୀ ଦେଶ ପାକିସ୍ତାନ ଏବଂ ଚୀନ୍ ଜାଣନ୍ତି ଯେ ଯଦି ସୀମାରେ କିଛି ବି ହରକତ କରନ୍ତି ତେବେ ଭାରତୀୟ ସେନା ସେମାନଙ୍କୁ ଛାଡିବ ନାହିଁ। ଏହି ଭୟ ଉଭୟ ଦେଶର ଆକାଶରେ ମଧ୍ୟ ରହିଛି। ଭାରତୀୟ ବାୟୁସେନାରେ (Indian Airforce) ୮୦୦ ରୁ ଅଧିକ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ଅଛି ଯାହା ଯେକୌଣସି ସମୟରେ ବାହିନୀକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହିଥାନ୍ତି। 

Also Read: Tawang Clash: ଭାଇରାଲ ହେବାରେ ଲାଗିଛି ତୱାଙ୍ଗ ସଂଘର୍ଷ ଭିଡ଼ିଓ, ଜାଣନ୍ତୁ ଏହାର ସତ୍ୟତା

ଭାରତର ଯୁଦ୍ଧ ଜାହାଜରେ ୮୦୦ ରୁ ଅଧିକ ଆକ୍ରମଣକାରୀ ବିମାନ ଅଛି ଯାହା ଆକ୍ରମଣର ପରିସ୍ଥିତିର ମୁକାବିଲା କରିବାକୁ ସର୍ବଦା ପ୍ରସ୍ତୁତ ରହିଥାଏ। ଭାରତରେ ୩୨୩ ରୁ ଅଧିକ ଟ୍ରେନିଂ ଏୟାର କ୍ରାଫ୍ଟ ଅଛି । ଅତ୍ୟାଧୁନିକ ସୁବିଧା ସହିତ ସଜ୍ଜିତ ହେଲିକପ୍ଟର ଗୁଡ଼ିକର ସମ୍ପୂର୍ଣ୍ଣ ପରିବହନ ସାମଗ୍ରୀ ମଧ୍ୟ ରହିଛି। ଭାରତରେ ମଧ୍ୟ ଯୁଦ୍ଧ ହେଲିକପ୍ଟର (War Helicopter) ରହିଛି। ସେହିପରି ଭାରତୀୟ ବାୟୁସେନା ପାଖରେ ପାଖାପାଖି ୬୬୬ ଟି ହେଲିକପ୍ଟର ରହିଛି। ଯେଉଁଥିରେ ଆଟାକ ଓ କମ୍ବେଟ ହେଲିକପ୍ଟରର ସଂଖ୍ୟା ଅଧିକ ରହିଛି। ଭାରତୀୟ ବାୟୁସେନାର ହଣ୍ଟର, ନେଟ୍, ଓରାଗନ, ବିସନ, ଜାଗୁଆର, ୱେମପାୟାର, ମିରାଜ୍, ମିଗ-21, ମିଗ୍-27, ମିଗ୍-29 ଭଳି ଫାଇଟର ଜେଟ ରହିଛି । ଯେଉଁମାନଙ୍କର ଉପସ୍ଥିତି ରେ ଶତ୍ରୁଦେଶ ମାନେ ଥରହର ହୁଅନ୍ତି। 

Also Read: Border Dispute News: ରାଜ୍ୟର ୧୧ ଗ୍ରାମକୁ ନୋଟିସ ଜାରି କଲେ ମହାରାଷ୍ଟ୍ର ସରକାର, ଜାଣନ୍ତୁ କାରଣ

ଦେଶରେ ବିସ୍ଫୋରଣକାରୀ ବା ବମ୍ବର୍ସ ବିମାନର ମଧ୍ୟ ଅଭାବ ନାହିଁ। ବ୍ରହ୍ମୋସ୍ ରେଞ୍ଜ କ୍ଷେପଣାସ୍ତ୍ରର ଶକ୍ତି ସାରା ବିଶ୍ୱକୁ ଜଣା। ପଡୋଶୀମାନେ ମଧ୍ୟ ସୁଖୋଇ (Sukhoi) ଭଳି ଯୁଦ୍ଧ ବିମାନର ଆଶ୍ଚର୍ଯ୍ୟଜନକ ଗୁଣ ବିଷୟରେ ଅବଗତ ଅଛନ୍ତି । ବାୟୁସେନାରେ ୪୦ ଟି ସୁଖୋଇ -30 MKI ଯୁଦ୍ଧ ବିମାନ ଅଛି ଯାହା ସୁପରସୋନିକ୍ କ୍ଷେପଣାସ୍ତ୍ର ସହିତ ପ୍ରସ୍ତୁତ। ଚୀନ୍ ଏବଂ ପାକିସ୍ତାନର ସୀମା ନିକଟରେ ନିୟୋଜିତ ଏହି ବିମାନଗୁଡ଼ିକ ଯେକୌଣସି ଲକ୍ଷ୍ୟକୁ ନଷ୍ଟ କରିବାରେ ସକ୍ଷମ ଅଟନ୍ତି। ଉଦ୍ଧାର କାର୍ଯ୍ୟରେ ଭାରତୀୟ ବାୟୁସେନା ମଧ୍ୟ ଶୀର୍ଷରେ ରହିଛି। ଚେତକ ଏବଂ ଚିତା ଭଳି ହେଲିକପ୍ଟର ହେଉଛି ଭାରତୀୟ ବାୟୁସେନାର ଏକ ପ୍ରମୁଖ ଶକ୍ତି। ରେସକ୍ୟୁ ଅପରେସନ ସମୟରେ ଏମାନଙ୍କର ବ୍ୟବହାର କରାଯାଏ। ଧ୍ରୁବ, ଚିନୁର ଓ ଆପାଚି ପରି ହେଲିକପ୍ଟର ବି ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିଥାନ୍ତି। 

Also Read: Indian Army: ଭାରତୀୟ ସେନାଙ୍କ ସାମ୍ନା କରିପାରିବ ନାହିଁ ଚୀନ, ମିଳିବାକୁ ଯାଉଛି ଏପରି ଅସ୍ତ୍ର

ଯୁଦ୍ଧ ସମୟରେ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟସ ର ଭୂମିକା ବହୁତ ଖାସ ହୋଇଥାଏ। ଭାରତ ପାଖରେ ଡାକୋଟା, Devon C-119, ବକ୍ସକାର୍, ଅଟର୍ସ, ବାଇକାଉଣ୍ଟ, ଇଲଶିନ୍ ପରି ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟସ ରହିଛି।  Spitfire, Auster and Harvard are ବିଜିଲେନ୍ସ aircraft ମଧ୍ୟ ରହିଛି ଯାହାର ନଜରରୁ ବଞ୍ଚିବା ମୁସକିଲ।