ଉତ୍ତର ରେଲୱେ ଦିଲ୍ଲୀ ସରାଇ ରୋହିଲ୍ଲା ଏବଂ ଜୟପୁର ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରିଛି । ଏହା ବ୍ୟତୀତ ଗୋମତି ନଗରରୁ ଛପରା କଚହରୀ ରେଳ ଷ୍ଟେସନ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରାଯାଇଛି ।
Trending Photos
ନୂଆଦିଲ୍ଲୀ: କୋରୋନା ଯୁଗରେ ସ୍ଥିତିର ଉନ୍ନତି ଓ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ (Indian Railways) କ୍ରମାଗତ ଭାବରେ ନୂତନ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରୁଛି । ବର୍ତ୍ତମାନ ଭାରତୀୟ ରେଳବାଇ ଆଉ କିଛି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରିଛି । ଉତ୍ତର ରେଲୱେ ଦିଲ୍ଲୀ ସରାଇ ରୋହିଲ୍ଲା ଏବଂ ଜୟପୁର ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରିଛି । ଏହା ବ୍ୟତୀତ ଗୋମତି ନଗରରୁ ଛପରା କଚହରୀ ରେଳ ଷ୍ଟେସନ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା କରାଯାଇଛି । ଏହି ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ବ୍ୟତୀତ ଉତ୍ତର ରେଲୱେ 02311 ହାୱରା-କାଲକା ସୁପରଫାଷ୍ଟ ସ୍ପେଶାଲ୍ ଟ୍ରେନ୍ ସମୟରେ ସାମାନ୍ୟ ପରିବର୍ତ୍ତନ କରିଛି ।
ଅଧିକ ପଢ଼ନ୍ତୁ:-ଆରଏଲଏସପିକୁ ଡବଲ୍ ଝଟକା, ଆରଜେଡିରେ ଯୋଗ ଦେଲେ ଦଳର ୨ ବରିଷ୍ଠ ନେତା
ଏହି ଟ୍ରେନ୍ ଗୁଡିକର କରାଯାଇଛି ଘୋଷଣା
୧. 05114 ଛପରା କଚହରୀ-ଗୋମତି ନଗର ସ୍ପେଶାଲ ଏକ୍ସପ୍ରେସ (ଦୈନିକ)- ଏହି ଟ୍ରେନ୍ ଜାନୁୟାରୀ ୨୭ରୁ ପ୍ରତିଦିନ ଚାଲିବ । ଛପରା କଚହରୀ ରେଳ ଷ୍ଟେସନରୁ ଏହି ଟ୍ରେନ୍ ସନ୍ଧ୍ୟା ୧୯:୨୦ ମିନିଟରେ ଚାଲିବାର କାର୍ଯ୍ୟକ୍ରମ ରହିଛି । ଏହି ଟ୍ରେନ୍ ପରଦିନ ସକାଳ ୬.୩୫ ମିନିଟରେ ଗୋମତି ନଗରରେ ପହଞ୍ଚିବ । ନିଜ ରୁଟରେ ଏହି ଟ୍ରେନ୍ ମଢୌରା, ମଶରଖ, ଡିଭାଡୁବୌଲି, ଗୋପାଳଗଞ୍ଜ, ଥାୱେ, ତାମ୍କୁହି ରୋଡ୍, ଦୁଦାହୀ, ପଡରୌନା, ରାମକୌଲା, କପ୍ତାନଙ୍ଗଜ, ଗୋରଖପୁର, ବସ୍ତି, ମାନକପୁର, ଗୋଣ୍ଡା ଏବଂ ବାରବାଙ୍କି ରେଳ ଷ୍ଟେସନରେ ଅଟକିବ ।
୨. 05113 ଗୋମତି ନଗର-ଛପରା କଚହରୀ ସ୍ପେଶାଲ ଏକ୍ସପ୍ରେସ (ଦୈନିକ)- ଏହି ସ୍ୱତନ୍ତ୍ର ଟ୍ରେନ୍ ଜାନୁୟାରୀ ୨୮ରୁ ଦୈନିକ ୨୧:୧୦ ମିନିଟରେ ପ୍ରସ୍ଥାନ କରିବ । ପରଦିନ ସକାଳ ୮.୪୦ ମନିଟରେ ଛପରା କଚହରୀ ରେଳ ଷ୍ଟେସନରେ ପହଞ୍ଚିବ । ନିଜ ରୁଟରେ ଏହି ଟ୍ରେନ୍ ବାରବାଙ୍କି, ଗୋଣ୍ଡା, ମାନକପୁର, ବସ୍ତି, ଗୋରଖପୁର, କପ୍ତାନଙ୍ଗଞ୍ଜ, ରାମକୋଲା, ପଡରୌନା, ଦୁଦହି, ତାମ୍କୁହି ରୋଡ୍, ଥାୱେ, ଗୋପାଳଗଞ୍ଜ, ଦୀଘବାଦୁବୌଲି, ମଶରଖ ଏବଂ ମଢୋରୀ ରେଳ ଷ୍ଟେସନରେ ଅଟକିବ ।
ଅଧିକ ପଢ଼ନ୍ତୁ:-ମୋଦି ଓ ତାଙ୍କ ମନ୍ତ୍ରୀ କେବେ ଲଗାଇବେ କୋରୋନା ଟିକା, ଜବାବ ରଖିଲେ ରାଜନାଥ ସିଂ
୩. 09731 ଜୟପୁର-ଦିଲ୍ଲୀ ସରାଇ ରୋହିଲ୍ଲା ସ୍ପେଶାଲ ଏକ୍ସପ୍ରେସ (ଦୈନିକ) - ଏହି ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରୀ ୧୮ରୁ ୩୧ ପର୍ଯ୍ୟନ୍ତ ଦୈନିକ ସକାଳ ୭.୩୫ ମିନିଟରେ ଜୟପୁରରୁ ପ୍ରସ୍ଥାନ କରିବ ଏବଂ ଅପରାହ୍ନ ୧୩:୪୫ ମିନିଟରେ ଦିଲ୍ଲୀ ସରାଇ ରୋହିଲ୍ଲାରେ ପହଞ୍ଚିବ । ନିଜ ମାର୍ଗରେ ଏହି ଟ୍ରେନ ଗାନ୍ଧୀନଗର ଜୟପୁର, ଗେଟୋର ଜଗତପୁରା, ଦୌସା, ବାନ୍ଦୀକୁଇ, ଅଲୱର, ରେୱାରୀ, ଗୁରୁଗ୍ରାମ ଏବଂ ଦିଲ୍ଲୀ କ୍ୟାଣ୍ଟ ରେଳ ଷ୍ଟେସନରେ ଅଟକିବ ।
୪. 09732 ଦିଲ୍ଲୀ ସରାଇ ରୋହିଲ୍ଲା-ଜୟପୁର ସ୍ପେଶାଲ ଏକ୍ସପ୍ରେସ (ଦୈନିକ)- ଏହି ସ୍ୱତନ୍ତ୍ର ଟ୍ରେନ୍ ଜାନୁୟାରୀ ୧୮ରୁ ୩୧ ଯାଏ ପ୍ରତିଦିନ ଅପରାହ୍ନ ୧୪:୪୫ ମିନିଟରେ ସରାଇ ରୋହିଲ୍ଲାରୁ ଚାଲିବ ଏବଂ ସନ୍ଧ୍ୟା ୨୦:୨୦ ମିନିଟରେ ଜୟପୁରରେ ପହଞ୍ଚିବ । ନିଜର ମାର୍ଗରେ ଏହି ସ୍ୱତନ୍ତ୍ର ଟ୍ରେନ୍ ଦିଲ୍ଲୀ କ୍ୟାଣ୍ଟ, ଗୁରୁଗ୍ରାମ, ରେୱାରୀ, ଅଲୱାର୍, ବାନ୍ଦୀକୁଇ, ଦୌସା, ଗୌଟାର ଜଗତପୁରା ଏବଂ ଗାନ୍ଧିନଗର ଜୟପୁର ରେଳ ଷ୍ଟେସନରେ ଅଟକିବ ।