• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଭିଡ୍ ସମୀକ୍ଷା ବୈଠକ
  • ଅଧିକ ସଂକ୍ରମିତ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ମୋଦି
  • ଭୁବନେଶ୍ୱର: ବନ୍ଧୁକ ବିକ୍ରି ପାଇଁ ଡିଲ୍ ବେଳେ ବେପାରୀ ଗିରଫ
  • ରାଜ୍ୟରେ ଆଜି ପୁଣି ରେକର୍ଡ ଭାଙ୍ଗିଲା କରୋନା
  • ଦିନକରେ ୬ ହଜାର ୨୧୫ କରୋନା ସଂକ୍ରମିତ ଚିହ୍ନଟ, ୮ ମୃତ
  • ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫ ରୋଗୀଙ୍କ ମୃତ୍ୟୁ
  • ମହାରାଷ୍ଟ୍ରର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ
  • ଆଇସିୟୁ ୱାଡରେ ନିଆଁ ଲାଗି ୧୩ ରୋଗୀ ମୃତ
  • ଡ୍ରୋନରେ ଟିକା ଯୋଗାଣ ପରୀକ୍ଷଣକୁ DGCAର ଅନୁମତି
  • ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ: ମୁଖ୍ୟ ଶାସନ ସଚିବ

IndiGo ବିମାନ ଉଡାଣ ପୂର୍ବରୁ ଉଡିଗଲା ପାଇଲଟଙ୍କ ହୋସ!

ବିମାନ ଉଡାଣ ଭାରିବାର କିଛି କ୍ଷଣ ପୂର୍ବରୁ ଜଣେ ଯାତ୍ରୀ ଏଭଳି ଖବର ଦେଲେ, ଯାହା ସମସ୍ତ କ୍ରିୟୁ ମେମ୍ବରଙ୍କୁ ଆଚମ୍ବିତ କରିଥିଲା। ପରେ ବିମାନକୁ ସୁରକ୍ଷିତ ସ୍ଥାନକୁ ନିଆଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲା।

IndiGo ବିମାନ ଉଡାଣ ପୂର୍ବରୁ ଉଡିଗଲା ପାଇଲଟଙ୍କ ହୋସ!
ଫାଇଲ ଫଟୋ

ନୂଆଦିଲ୍ଲୀ: ଉଡାଣ ପୂର୍ବରୁ ଉଡିଗଲା ପାଇଲଟଙ୍କ ହୋସ! IndiGoର 6E 286 ବିମାନ ଉଡାଣ ଭାରିବାର କିଛି କ୍ଷଣ ପୂର୍ବରୁ ଜଣେ ଯାତ୍ରୀ ଏଭଳି ଖବର ଦେଲେ, ଯାହା ସମସ୍ତ କ୍ରିୟୁ ମେମ୍ବରଙ୍କୁ ଆଚମ୍ବିତ କରିଥିଲା। ପରେ ବିମାନକୁ ସୁରକ୍ଷିତ ସ୍ଥାନକୁ ନିଆଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲା। ଫଳରେ ବିମାନ ଉଡାଣରେ କିଛ ସମୟ ବିଳମ୍ବ ହୋଇଛି।

ଗୁରୁବାର ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ଦିଲ୍ଲୀ (Delhi Airport) ରୁ ପୁଣେକୁ IndiGo ର 6E 286 ବିମାନ ଉଡାଣ (Flight Take Off) ଭରିବାର ଥିଲା। କିନ୍ତୁ ଉଡାଣ ଭରିବା ପୂର୍ବରୁ ବିମାନର ଜଣେ ଯାତ୍ରୀ କୋଭିଡ ପଜିଟିଭ (Covid Positive) ବୋଲି ଜଣା ପଡିଥିଲା। ଏହି ଖବର ଅନ୍ୟ କେହି ନୁହଁ, ଖୋଦ ଯାତ୍ରୀ (Flight Passenger) ଜଣକ ଦେଇଥିଲେ। ସେ ବିମାନରେ ଚଢିବାର କିଛି ଘଣ୍ଟା ପୂର୍ବରୁ RT-PCR ପରୀକ୍ଷା କରାଇଥିଲେ। ଆଉ ବିମାନ ଉଡ଼ାଣର ଠିକ୍ ପୂର୍ବରୁ ତାଙ୍କ ମୋବାଇଲରେ ପରୀକ୍ଷା ରିପୋର୍ଟ (Test Report) କୋଭିଡ ପଜିଟିଭ୍ ଥିବା ଆସିଥିଲା।

Also Read: ହାରିବ କୋରୋନା: ଏଣିକି ଟିକାକରଣ ଚାଲିବ ୨୪ ଘଣ୍ଟିଆ

କୋଭିଡ ପଜିଟିଭ ଯାତ୍ରୀ ନିଜର ସମ୍ବେଦନଶୀଳ ପରିସ୍ଥିତି ଦେଖି ନିଜକୁ ଅନ୍ୟ ଯାତ୍ରୀଙ୍କଠାରୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲେ। ଏପରି କି କ୍ରିୟୁ ମେମ୍ବର (Crew member) ଙ୍କୁ ମଧ୍ୟ ନିଜ ପାଖକୁ ଆସିବାକୁ ଦେଇନଥିଲେ। ସେ ନିଜକୁ କୋରୋନା ପଜିଟିଭ୍ ବୋଲି କହିବା ପରେ ବିମାନକୁ ଡେବୋର୍ଡିଂ ସ୍ଥାନକୁ ଫେରାଇ ନିଆଗଲା। ଏହାପରେ କୋରୋନା ଆକ୍ରାନ୍ତ ଯାତ୍ରୀଙ୍କୁ ଦିଲ୍ଲୀ ସବଦରଜଙ୍ଗ ହସ୍ପିଲାଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଉ ବିମାନକୁ ସାନିଟାଇଜ କରାଗଲାପରେ ଉଡାଣ ଭରିଲା।