Russia Ukraine War: ମେ ୯ ତାରିଖରେ ଫାଇନାଲ୍, ୟୁରୋପ ସହିତ ଆମେରିକା ମଧ୍ୟ ଡରି ଛାନିଆ
Advertisement
Article Detail0/zeeodisha/odisha1169344

Russia Ukraine War: ମେ ୯ ତାରିଖରେ ଫାଇନାଲ୍, ୟୁରୋପ ସହିତ ଆମେରିକା ମଧ୍ୟ ଡରି ଛାନିଆ

ମେ ୯ର ଖବର କେବଳ ଆମେରିକା ନୁହେଁ ପୁରା ୟୁରୋପକୁ ଛାନିଆ କରିଦେଇଛି। କାରଣ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁରା ଓଲଟା ଖେଳ ଖେଳୁଛନ୍ତି ବୋଲି କୁହାଯାଉଛି। ପୁଟିନଙ୍କ ଖେଳ କଣ ହେବ ଏହି କଥା ଜାଣିବା ପୂର୍ବରୁ, ମେ ୯ତାରିଖର ପ୍ରେଡିକ୍ସନକୁ ଯିବା ନିହାତି ଦରକାର।

ଫାଇଲ ଫଟୋ

ନୂଆଦିଲ୍ଲୀ: ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହାରି ମଧ୍ୟରେ ଆମେରିକା ଏକ ଚାଞ୍ଚଲ୍ୟକର ବୟାନ ଦେଇଛି। ମିଡିଆ ରିପୋର୍ଟସ ମୁତାବକ ଆମେରିକା କହିଛି ଯେ, ୟୁକ୍ରେନ ଠାରୁ ଋଷ ଯୁଦ୍ଧରେ ହାରୁଛି, ଆଉ ବେଶୀ ଦିନ ନୁହେଁ, ଖୁବ କମ ଦିନ ମଧ୍ୟରେ ଋଷ ଯୁଦ୍ଧ ଷ୍ଟ୍ରେଟେଜିରେ ପରିବର୍ତ୍ତନ କରିବ। ମେ ୯ ତାରିଖ ସୁଦ୍ଧା ଋଷ-ୟୁକ୍ରେନ ଯୁଦ୍ଧର ସମାପ୍ତି ହେବ ବୋଲି କୁହାଯାଉଛି।

ମେ ୯ର ଖବର କେବଳ ଆମେରିକା (America) ନୁହେଁ ପୁରା ୟୁରୋପକୁ ଛାନିଆ କରିଦେଇଛି। କାରଣ ଋଷ-ୟୁକ୍ରେନ ଯୁଦ୍ଧ (Russia Ukraine War) କୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ପୁରା ଓଲଟା ଖେଳ ଖେଳୁଛନ୍ତି ବୋଲି କୁହାଯାଉଛି। ପୁଟିନଙ୍କ ଖେଳ କଣ ହେବ ଏହି କଥା ଜାଣିବା ପୂର୍ବରୁ, ମେ ୯ତାରିଖର ପ୍ରେଡିକ୍ସନକୁ ଯିବା ନିହାତି ଦରକାର। ଖବାର ଆସୁଛି ଯେ, ପୁରା ଦୁନିଆଁକୁ ଚିନ୍ତାରେ ପକାଇ ଥିବା ଋଷର ରାଜଧାନୀ ମସ୍କୋ ସହରରେ ଏକ ମିଶାଇଲ ଲଞ୍ଚର ରଖାଯାଇଛି। ଯାହା ସମଗ୍ର ଦୁନିଆ ପାଇଁ ଚିନ୍ତାର ବିଷୟ ପାଲିଟିଛି।

Also Read: ଶୁକ୍ରବାର ପ୍ରାର୍ଥନା ବେଳେ କାବୁଲ ମସଜିଦରେ ଭୟଙ୍କର ବିସ୍ଫୋରଣ; ୫୦ ମୃତ, ପ୍ରତ୍ୟକ୍ଷଦର୍ଶୀ କହିଲେ.

ମସ୍କୋରେ ଥିବା ମିସାଇଲ ଲଞ୍ଚର ଗାଡିରେ RS25 ନାମକ କ୍ଷେପଣାସ୍ତ୍ର ଖଞ୍ଜା ଯାଇଛି। ଏହା ଏକ ଥର୍ମୋ ନ୍ୟୁକ୍ଲିୟର ଇଣ୍ଟର କଣ୍ଟିନେଣ୍ଟ ଵାଲାଷ୍ଟିକ ମିସାଇଲ। ଏହାର ଟାର୍ଗେଟ ରେଞ୍ଜ ପାଞ୍ଚ ହଜାର କିଲୋମିଟରରୁ ଅଧିକ ହେବ। ଏହା ଏତେ ଶକ୍ତିଶାଳୀ ଯେ, କୌଣସି ଦେଶକୁ ନିମିସକ ମାତ୍ରେ ଧୂଳିସାତ କରିବା ସହିତ ପୁରା ବରବାଦ କରି ଦେବ। ଆସନ୍ତା ମେ ୯ ତାରିଖକୁ ନେଇ ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରୀ ୱାଲେସ ମଧ୍ୟ ଏକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି।

ବ୍ରିଟେନ ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ୱାଲେସ କହିଛନ୍ତି ଯେ, ଆସୁଥିବା ସପ୍ତାହ ଦୁନିଆ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ହେବ। ଏଥିପ୍ରତି ସମସ୍ତେ ସାବଧାନ ହୋଇ ରହିବା ଆବଶ୍ୟକ। ଅନ୍ୟପକ୍ଷରେ ଋଷର ଟିଭି ଚ୍ୟାନେଲରେ ଆଗାମୀ ଦିନର ଯୁଦ୍ଧକୁ ଯେଉଁଭଳି ଭାବରେ ବର୍ଣ୍ଣନା କରାଯାଉଛି, ତାହା ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। 

Also Read: କୋରୋନା ମାମଲାରେ ପୁଣି ବୃଦ୍ଧି; ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୫୦ ସଂକ୍ରମିତ

 

ଯଦି ଆମେ ମେ ୯ ତାରିଖର କଥା କହିବା, ତେବେ ବିଶେଷ କରି ୟୁରୋପ ଓ ଆମେରିକା ଏହି ତାରିଖ ଉପରେ କଡା ନଜର ରଖିଛନ୍ତି। କାରଣ ୯ ତାରିଖରେ ଋଷ ଭିକ୍ଟୋରୀ ପରେଡ କରିବାକୁ ଯାଉଛି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀକୁ ହରାଇବା ପରଠାରୁ ଋଷ ଏହି ତାରିଖକୁ ବିଜୟ ଦିବସ ରୂପେ ପାଳନ କରିଥାଏ। କୁହାଯାଉଛି ଯେ, ଯଦି ଋଷ, ୟୁକ୍ରେନ ଠାରୁ ଜିତିବା ଜଟିଳ ହେଉଛି, ତେବେ ୟୁକ୍ରେନକୁ ସାହାଯ୍ୟ କରୁଥିବା ନାଟୋ ଦେଶ ଉପରେ ପୁଟିନ ଆକ୍ରମଣ କରିବା  ଆଶଙ୍କା ପ୍ରକାଶ ପାଇଛି।