ମିଳିଲାନି ଦରମା; ଅଫିସର ୪୩୭ କୋଟି ଟଙ୍କା ନଷ୍ଟ କରିଦେଲେ କର୍ମଚାରୀ
Advertisement
Article Detail0/zeeodisha/odisha807419

ମିଳିଲାନି ଦରମା; ଅଫିସର ୪୩୭ କୋଟି ଟଙ୍କା ନଷ୍ଟ କରିଦେଲେ କର୍ମଚାରୀ

ଦରମା ନପାଇବା କାରଣରୁ ଅସନ୍ତୁଷ୍ଟ ହୋଇଉଠିଥିଲେ ଆଇଫୋନ କମ୍ପାନୀ କର୍ମଚାରୀ। ଯାହାକୁ ନେଇ ସେମାନେ ଗତ ଶନିବାର ଫ୍ୟାକ୍ଟ୍ରି ପରିସରରେ ଉତ୍ପାତ ମଚାଇଥିଲେ।

ମିଳିଲାନି ଦରମା; ଅଫିସର ୪୩୭ କୋଟି ଟଙ୍କା ନଷ୍ଟ କରିଦେଲେ କର୍ମଚାରୀ

ବେଙ୍ଗାଲୁରୁ: କର୍ମଚାରୀଙ୍କୁ ଦରମା ନଦେବା ଗୋଟିଏ ଆଇଫୋନ (iPhone) ନିର୍ମାତା କମ୍ପାନୀକୁ ବେଶ ମହଙ୍ଗା ପଡିଛି। ବେତନ ନପାଇ ଅସନ୍ତୁଷ୍ଟ ହୋଇଉଠିଥିବା କର୍ମଚାରୀ ଭଙ୍ଗାରୁଜା କରିବା କାରଣରୁ ଏହି କମ୍ପାନୀକୁ ୪୩୭ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ତାଇୱାନ (Taiwan) ଭିତ୍ତିକ ୱିଷ୍ଟ୍ରନ କର୍ପୋରେସନ (Wistron Corporation) ଏହି ଆଇଫୋନ୍ ପ୍ରସ୍ତୁତ କରୁଥିବା କମ୍ପାନୀକୁ ପରିଚାଳିତ କରିଥାଏ।       

ଦରମା ନପାଇବା କାରଣରୁ ଅସନ୍ତୁଷ୍ଟ ହୋଇଉଠିଥିଲେ ଆଇଫୋନ କମ୍ପାନୀ କର୍ମଚାରୀ। ଯାହାକୁ ନେଇ ସେମାନେ ଗତ ଶନିବାର ଫ୍ୟାକ୍ଟ୍ରି ପରିସରରେ ଉତ୍ପାତ ମଚାଇଥିଲେ। ଏନେଇ ୱିଷ୍ଟ୍ରନ କର୍ପୋରେସନ ପକ୍ଷରୁ ପୋଲିସରେ କରାଯାଇଥିବା ଅଭିଯୋଗରେ କୁହାଯାଇଛି କମ୍ପାନୀରେ ହିଂସାକାଣ୍ଡ ଘଟିବା ବେଳେ ହଜାର ହଜାର ଆଇଫୋନ ଚୋରି ହୋଇଯାଇଛି। ଯାହା କ୍ଷୟକ୍ଷତିର ସବୁଠାରୁ ବଡ କାରଣ। ଏହା ବ୍ୟତୀତ  ଅସନ୍ତୁଷ୍ଚ କର୍ମଚାରୀ ମଧ୍ୟ ଅନ୍ୟାନ୍ୟ ଉପକରଣକୁ ନଷ୍ଟ କରିଛନ୍ତି।         

ଏ ଘଟଣାରେ ପ୍ରତିକ୍ରିୟା ରଖି କର୍ଣ୍ଣାଟକ ଶ୍ରମମନ୍ତ୍ରୀ (Karnataka Labour Minister) ଶିବରାମ ହେବ୍ବର (Shivaram Hebbar) ଏପରି ହିଂସାକାଣ୍ଡକୁ ନିନ୍ଦା କରି କମ୍ପାନୀକୁ ହୋଇଥିବା କ୍ଷତି ଗ୍ରହଣୀୟ ନୁହେଁ। ୱିଷ୍ଟ୍ରନ ଏବଂ ଏହାର ଚୁକ୍ତିଭିତ୍ତିକ ଶ୍ରମିକଙ୍କ ମଧ୍ୟରେ ବିବାଦ ୩ ମାସ ଧରି ଚାଲିଛି। ୱିଷ୍ଟ୍ରନ କର୍ପୋରେସନ ଏହାର ୬ଟି ସହାୟକ କମ୍ପାନୀ ସହିତ ଏହାର କୋଲାର ୟୁନିଟ୍ ପାଇଁ ୮୯୦୦ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ଚୁକ୍ତି କରିଛି। ଏହା ବ୍ୟତୀତ କମ୍ପାନୀ ୧୨୦୦ ସ୍ଥାୟୀ କର୍ମଚାରୀ ଅଛନ୍ତି। 

Also Read: ଟିପୁ ସୁଲତାନଙ୍କୁ ନେଇ କର୍ଣ୍ଣାଟକ ବିଜେପି ଦୁଇ ଫାଳ

ଅନ୍ୟପଟେ କର୍ଣ୍ଣାଟକ ଉଦ୍ୟୋଗ ମନ୍ତ୍ରୀ (Karnataka Industries Minister) ଜଗଦୀଶ ଶେଟ୍ଟାର (Jagadish Shettar) କହିଛନ୍ତି ୱିଷ୍ଟ୍ରନ କର୍ପୋରେସନ ଏବଂ ଏହାର କର୍ମଚାରୀଙ୍କ ମଧ୍ୟରେ ଭୁଲ ବୁଝାମଣା କାରମରୁ ଏହି ହିଂସାକାଣ୍ଡ ଘଟିଛି। ଏହି କମ୍ପାନୀ କଣ୍ଟ୍ରାକ୍ଟରଙ୍କୁ ଟଙ୍କା ଦେଇଛି, ହେଲେ ସେମାନେ କର୍ମଚାରୀଙ୍କୁ ପ୍ରଦାନ କରିବାରେ ବିଳମ୍ବ କରିଥିଲେ। କର୍ଣ୍ଣାଟକ ଶ୍ରମ ବିଭାଗ ୱିଷ୍ଟ୍ରନକୁ ନୋଟିସ ଜାରି କରି ଫାର୍ମକୁ ୩ ଦିନ ମଧ୍ୟରେ ବକେୟା ଅର୍ଥ ଦେବାକୁ କହିଛି।