ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ହେଲେ କମିନ୍ସ
Advertisement
Article Detail0/zeeodisha/odisha612620

ଆଇପିଏଲ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ହେଲେ କମିନ୍ସ

ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ଭାବେ ଅଷ୍ଟ୍ରେଲିଆର ପାଟ କମିନ୍ସ ଏହି ରେକର୍ଡ କରିଛନ୍ତି 

ସୌଜନ୍ୟ: ସୋସିଆଲ ମିଡିଆ
ନୂଆଦିଲ୍ଲୀ: 2020ରେ ଆଇପିଏଲର 13ତମ ସଂସ୍କରଣ ଖେଳାଯିବ । ଏଥିପାଇଁ ଗୁରୁବାର ଠାରୁ ଏହାର ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଆଇପିଏଲ ଇତିହାସରେ ସବୁଠାରୁ ଦାମୀ ଖେଳାଳି ଭାବେ ଅଷ୍ଟ୍ରେଲିଆର ପାଟ କମିନ୍ସ ଏହି ରେକର୍ଡ କରିଛନ୍ତି । ଆପିଏଲର ଆଗାମୀ ସଂସ୍କରଣ ପାଇଁ କମିନ୍ସଙ୍କୁ କୋଲକାତା ନାଇଟ ରାଇଡର୍ସ 15.5 କୋଟିରେ କିଣି ନେଇଛି । 
 
ସେହିଭଳି ଇଂଲଣ୍ଡର ଇଅନ ମୋର୍ଗାନଙ୍କୁ 5 କୋଟି ଟଙ୍କାରେ କୋଲକାତା କିଣିଥିବା ବେଳେ ଜସନ ରାୟଙ୍କୁ ଦିଲ୍ଲୀ, ଭାରତର ରବୀନ ଉତ୍ଥପ୍ପାଙ୍କୁ ରାଜସ୍ଥାନ ରୟାଲ୍ସ, ଆରୋନ ଫିଞ୍ଚଙ୍କୁ ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର, ଗ୍ଲେନ ମାକ୍ସଓ୍ୱେଲଙ୍କୁ କିଙ୍ଗସ ଏକାଦଶ ପଞ୍ଜାବ, ଇଂଲଣ୍ଡର ଅଲରାଉଣ୍ଡର ସାମ କୁରାନଙ୍କୁ ଚେନ୍ନାଇ ସୁପର କିଙ୍ଗସ, ନାଥନ କୁଲଟରନାଏଲଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ, ପିୟୁଷ ଚାଓ୍ୱଲାଙ୍କୁ 6 ।5 କୋଟି ଚେନ୍ନାଇ ସୁପର କିଙ୍ଗସ, କଟ୍ରେଲଙ୍କୁ କିଙ୍ଗସ ଏକାଦଶ ପଞ୍ଜାବ ଓ କ୍ରିସ ମୋରିସଙ୍କୁ ଆରସିବି କିଣିଥିବା ଜଣାପଡ଼ିଛି । 
 
ନିଲାମୀରେ ହନୁମା ବିହାରୀ(ବେସ ପ୍ରାଇସ 50 ଲକ୍ଷ), ଚେତେଶ୍ୱର ପୂଜାରା(ବେସ ପ୍ରାଇସ 50 ଲକ୍ଷ), ୟୁସୁଫ ପଠାନ(ବେସ ପ୍ରାଇସ 50 ଲକ୍ଷ), ଜାହିର ଖାନ, ଆଦାମ ଜମ୍ପା, ହରପ୍ରିତ ସିଂ, ମାର୍ଟିନ ଗୁପ୍ତିଲ, ମନୋଜ ତିଓ୍ୱାରୀ, ମାର୍କସ ଷ୍ଟୋଇନିସ, ଡାନିଏଲ ସାମ୍ସ ପ୍ରମୁଖ ଖେଳାଳିମାନେ ଆଜି ବିକ୍ରି ହୋଇ ପାରିନାହାନ୍ତି । 
 
ତେବେ ଆଜିର ବିକ୍ରି ହୋଇଥିବା ଖେଳାଳିଙ୍କ ମଧ୍ୟରେ ପାଟ କମିନ୍ସ ସବୁଠାରୁ ମହଙ୍ଗା ଖେଳାଳି ରହିଥିବାବେଳେ ଗ୍ଲେନ ମ୍ୟାକ୍ସଓ୍ୱେଲ(10.75 କୋଟି) ଦ୍ୱିତୀୟ, କ୍ରିସ ମୋରିସ(10 କୋଟି) ତୃତୀୟ, ସେଲଡନ କଟ୍ରେଲ(8.5 କୋଟି) ଚତୁର୍ଥ ଏବଂ ନାଥନ କୁଲଟର(8 କୋଟି) ପଞ୍ଚମ ବ୍ୟୟ ବହୁଳ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । 
 
ନିଲାମୀ ସମୟରେ ମୋଟ 62 ଜଣ ଖେଳାଳି ବିକ୍ରୀ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ମୋଟ 29 ଜଣ ବିଦେଶୀ ଖେଳାଳି ରହିଥିବା ଜଣାପଡ଼ିଛି । ଏମାନଙ୍କୁ କିଣିବା ପାଇଁ 8ଟି ଆଇପିଏଲ ଟିମ ମୋଟ 140 ।3 କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । 
 
ସେହିପରି କିଙ୍ଗସ ଏକାଦଶ ପଞ୍ଜାବରେ 25 ଜଣ ଖେଳାଳି, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ 21 ଜଣ ଖେଳାଳି, ଚେନ୍ନାଇ ସୁପର କିଙ୍ଗସରେ 24 ଜଣ ଖେଳାଳି, ଦିଲ୍ଲୀ କ୍ୟାପିଟାଲ୍ସରେ 22ଜଣ ଖେଳାଳି, ସନରାଇଜର୍ସ ହାଇଦ୍ରାବାଦରେ 25 ଜଣ ଖେଳାଳି, କୋଲକାତା ନାଇଟ ରାଇଡର୍ସ 23 ଜଣ ଖେଳାଳି, ରାଜସ୍ଥାନ ରୟାଲ୍ସ 25 ଜଣ ଖେଳାଳି ଓ ମୁମ୍ୱାଇ ଇଣ୍ଡିଆନ୍ସରେ 24 ଜଣ ଖେଳାଳି ରହିଛନ୍ତି । 
 

ସେହିଭଳି ଆଜିର ନିଲାମୀରେ ଅଷ୍ଟ୍ରେଲିଆରୁ 12 ଜଣ ଖେଳାଳି ମୋଟ 41.75 କୋଟି, ଇଂଲଣ୍ଡର 7 ଜଣ ଖେଳାଳି 17 .75 କୋଟି, ଭାରତର ସର୍ବାଧିକ 34 ଜଣ ଖେଳାଳି ମୋଟ 482 କୋଟି, , ଦକ୍ଷିଣ ଆଫ୍ରିକାର 3ଜଣ ଖେଳାଳି 10 .75 କୋଟି, ଓ୍ୱେଷ୍ଟଇଣ୍ଡିଜର 4 ଜଣ ଖେଳାଳି 17 .25 କୋଟି ଏବଂ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡର  ଜଣେ ଖେଳାଳି 50 ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଜଣାପଡ଼ିଛି ।