ଚେନ୍ନାଇ ଖୋଜୁଛି ଧୋନିଙ୍କ ବିକଳ୍ପ: ଲିଷ୍ଟରେ ଏହି ତିନି ଷ୍ଟାର ଖେଳାଳି
Advertisement

ଚେନ୍ନାଇ ଖୋଜୁଛି ଧୋନିଙ୍କ ବିକଳ୍ପ: ଲିଷ୍ଟରେ ଏହି ତିନି ଷ୍ଟାର ଖେଳାଳି

ଧୋନି ଚାହୁଁନାହାଁନ୍ତି ଯେ, CSK ଆଉ ଧୋନିଙ୍କ ଉପରେ ପଇସା ପାଣି ପରି ଖର୍ଚ୍ଚ କରୁ । ଏହି କଥାରୁ ଅନୁମାନ କରାଯାଉଛି ଯେ, ମହେନ୍ଦ୍ର ସିଂ ଧୋନି ଶୀଘ୍ର ହିଁ IPL ରୁ ସନ୍ନ୍ୟାସ ନେବେ । ଧୋନିଙ୍କ ସନ୍ନ୍ୟାସ ପରେ ଏମିତି ୩ ଖେଳାଳି ଅଛନ୍ତି ଯିଏ ସିଏସକେ ର ଆଗାମୀ କ୍ୟାପଟେନ ହୋଇପାରନ୍ତି ।

ଚେନ୍ନାଇ ଖୋଜୁଛି ଧୋନିଙ୍କ ବିକଳ୍ପ: ଲିଷ୍ଟରେ ଏହି ତିନି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ସଫଳ ଆଇପିଏଲ ଦଳ ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସ ପରେ ଦ୍ୱିତୀୟ ସ୍ଥାନରେ ରହିଛି। ଚେନ୍ନାଇ ସୁପର କିଙ୍ଗ୍ସରେ ୪ ଟି ଆଇପିଏଲ୍ ଟ୍ରଫି ଜିତିବାର ରେକର୍ଡ ଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ୍ ଚାମ୍ପିଅନ୍ ହେବାର ସୌଭାଗ୍ୟ ହାସଲ କରିଛି। ଆଇପିଏଲ୍ ୨୦୨୧ ରେ ଚେନ୍ନାଇ ସୁପର କିଙ୍ଗ୍ସ ଫାଇନାଲରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରି ଚତୁର୍ଥ ଟାଇଟଲ୍ ଜିତିଥିଲା। ନିକଟରେ ଚେନ୍ନାଇ ସୁପର କିଙ୍ଗସ ମାଲିକ ଏନ୍ ଶ୍ରୀନିବାସନ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ଏକ ବଡ ଅପଡେଟ ଦେଇଥିଲେ । ସେ କହିଥିଲେ ଯେ, ଧୋନି ଚାହୁଁନାହାଁନ୍ତି ଯେ, CSK ଆଉ ଧୋନିଙ୍କ 
ଉପରେ ପଇସା ପାଣି ପରି ଖର୍ଚ୍ଚ କରୁ । ଏହି କଥାରୁ ଅନୁମାନ କରାଯାଉଛି ଯେ, ମହେନ୍ଦ୍ର ସିଂ ଧୋନି ଶୀଘ୍ର ହିଁ IPL ରୁ ସନ୍ନ୍ୟାସ ନେବେ । ଧୋନିଙ୍କ ସନ୍ନ୍ୟାସ ପରେ ଏମିତି ୩ ଖେଳାଳି ଅଛନ୍ତି ଯିଏ ସିଏସକେ ର ଆଗାମୀ କ୍ୟାପଟେନ ହୋଇପାରନ୍ତି ।

ଋତୁରାଜ ଗାୟକୱାଡ

ଋତୁରାଜ ଗାୟକୱାଡ (Ruturaj Gaikwad) IPLରେ ଶାନଦାର ପ୍ରଦର୍ଶନ କରି ହଇଚଇ ସୃଷ୍ଟି କରିଛନ୍ତି। ଋତୁରାଜ ଗାୟକୱାଡ ୨୦୨୦ ମସିହାରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲ୍ ଡେବ୍ୟୁ କରିଥିଲେ। ଧୋନିଙ୍କ ପରେ ଏହି ଖେଳାଳି ଚେନ୍ନାଇ ସୁପର କିଙ୍ଗ୍ସର (Chennai Super Kings) ଅଧିନାୟକଙ୍କ ପାଇଁ ଏକ ଦୃଢ ପ୍ରତିଯୋଗୀ ଭାବରେ ଦେଖାଯାଆନ୍ତି । ଆଇପିଏଲ୍ ୨୦୨୧ ରେ ଚତୁର୍ଥ ଥର ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ଚାମ୍ପିୟନ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓପନର୍ ରତୁରାଜ ଗାୟକୱାଡଙ୍କୁ ନିକଟରେ ସୟଦ ମୁସ୍ତାକ ଅଲି ଟ୍ରଫିରେ ମହାରାଷ୍ଟ୍ର ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ସୟଦ ମୁସ୍ତାକ ଅଲି ଟୁର୍ଣ୍ଣାମେଣ୍ଟ ନଭେମ୍ବର ୪ ରୁ ଆରମ୍ଭ ହୋଇସାରିଛି । ଏହି ସିଜିନରେ ଋତୁରାଜ ଆଇପିଏଲରେ ସର୍ବାଧିକ ରନ୍ ସଂଗ୍ରହ କରି ଅରେଞ୍ଜ କ୍ୟାପ୍ ହାସଲ କରିଥିଲେ। ୧୬ ଟି ମ୍ୟାଚରେ, ଋତୁରାଜ ଗାୟକୱାଡ ୪୫.୩୫ ର ହାରାହାରି ୬୩୫ ରନ୍ ଏବଂ ଷ୍ଟ୍ରାଇକ୍ ରେଟ୍ ୧୩୬.୨୬ ରନ୍ କରିଥିଲେ। 

Also Read: ଦଳରେ ଏହି ୩ ଖେଳାଳିଙ୍କୁ ସ୍ଥାନ ଦେଇ ଫସିଲେ କୋହଲି! ଭାଙ୍ଗି ଚୂରମାର୍ ହେଲା କ୍ୟାପଟେନଙ୍କ ସ୍ୱପ୍ନ

ରବିନ୍ଦ୍ର ଜାଡେଜା

ଧୋନିଙ୍କ ସନ୍ନ୍ୟାସ ପରେ ରବିନ୍ଦ୍ର ଜାଡେଜା (Ravindra Jadeja) ସିଏସକେ ର କ୍ୟାପଟେନ ହେବା ନେଇ ବଡ଼ ଦାବିଦାର ମଧ୍ୟ । ଦେଖିବାକୁ ଗଲେ ଜାଡେଜା ବହୁତ ଭଲ ଫର୍ମରେ ଅଛନ୍ତି ଏବଂ ଧୋନି ନିଜେ ତାଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିଛନ୍ତି । ଏଠାରେ କହିରଖିବାକୁ ଚାହୁଁଛୁ ଯେ, ଆଗାମୀ ଦିନରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହେବାକୁ ରବିନ୍ଦ୍ର ଜାଡେଜା ଜଣେ ଦୃଢ ପ୍ରତିଯୋଗୀ ଅଟନ୍ତି। ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କର ସେହି ସବୁ ଗୁଣ ଅଛି, ଯାହାଫଳରେ ସେ ଆଗାମୀ ଦିନରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହୋଇପାରିବେ ବୋଲି ଚର୍ଚ୍ଚା ଚାଲିଛି । ଉତ୍କୃଷ୍ଟ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ପାରଦର୍ଶୀ ଥିବା ରବିନ୍ଦ୍ର ଜାଡେଜା CSKରେ ଧୋନିଙ୍କ ଉତ୍ତରାଧିକାରୀ ହେବାରେ ଆଗରେ ଅଛନ୍ତି।

Also Read: Padma Awards 2020: ୬ ଓଡ଼ିଆଙ୍କ ସମେତ ୧୧୯ ଜଣଙ୍କୁ ମିଳିଲା ପଦ୍ମ ପୁରସ୍କାର

ଡେଭିଡ ୱାର୍ଣ୍ଣର 

ଅଷ୍ଟ୍ରେଲିଆର ବିସ୍ଫୋରକ ଓପନର୍ ଡେଭିଡ୍ ୱାର୍ଣ୍ଣର (David Warner) ନିଷ୍ପତ୍ତି ନେଇଛନ୍ତି ଯେ ବର୍ତ୍ତମାନ ସେ ତାଙ୍କର ପୁରୁଣା ଆଇପିଏଲ୍ ଦଳ ସନରାଇଜର୍ସ ହାଇଦ୍ରାବାଦ ଛାଡି ମେଗା ନିଲାମରେ ଭାଗ ନେବେ। ଚେନ୍ନାଇ ସୁପର କିଙ୍ଗ୍ସର ଦଳ ଡେଭିଡ ୱାର୍ଣ୍ଣରଙ୍କ ଉପରେ ବେଟିଂ କରିପାରନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଡେଭିଡ ୱାର୍ଣ୍ଣର ଜଣେ ହିଟ୍ ଅଧିନାୟକ ବୋଲି ପ୍ରମାଣିତ ହୋଇପାରିବେ। ଡେଭିଡ ୱାର୍ଣ୍ଣରଙ୍କ ଅଧିନାୟକତ୍ୱରେ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ୍ ୨୦୧୬ (IPL2016) ଟାଇଟଲ୍ ଜିତିଥିଲା ​। ଡେଭିଡ ୱାର୍ଣ୍ଣର ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ତଥା ଚତୁର ଅଧିନାୟକ ଭାବେ ସାବ୍ୟସ୍ତ ହୋଇଛନ୍ତି ।