ରେଳ ଯାତ୍ରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ଫେବୃଆରୀ ୧ରୁ ପୁଣି ଆରମ୍ଭ ହେଉଛି ଏହି ସେବା
Advertisement
Article Detail0/zeeodisha/odisha838886

ରେଳ ଯାତ୍ରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ଫେବୃଆରୀ ୧ରୁ ପୁଣି ଆରମ୍ଭ ହେଉଛି ଏହି ସେବା

ଆହୁରି ମଧ୍ୟ ରେଳ ମନ୍ତ୍ରଣାଳୟ ଲେଖିଛି ଯେ, "ଏହି (ଇ-କ୍ୟାଟରିଂ ସେବା) ଯାତ୍ରାର ଅନୁଭବ ଓ ଯାତ୍ରୀମାନଙ୍କ ଯାତ୍ରା ସୁବିଧାକୁ ଆହୁରି ବଢ଼ାଇବ । କାରଣ ସେମାନେ ଟ୍ରେନ୍ ଯାତ୍ରା ସମୟରେ ସେମାନଙ୍କର ପ୍ରିୟ ଏବଂ ତାଜା ଖାଦ୍ୟ ଉପଭୋଗ କରିପାରିବେ ।" 

ରେଳ ଯାତ୍ରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ଫେବୃଆରୀ ୧ରୁ ପୁଣି ଆରମ୍ଭ ହେଉଛି ଏହି ସେବା

ନୂଆଦିଲ୍ଲୀ: ରେଳ ଯାତ୍ରୀମାନଙ୍କୁ ବହୁତ ବଡ଼ ରିହାତି ଦେଇ ଭାରତୀୟ ରେଳ (Indian Railways) ଟ୍ରେନରେ ଇ-କ୍ୟାଟରିଂ ସେବା (E-Catering Services) ଆରମ୍ଭ କରିବାକୁ ଯାଉଛି । ଭାରତୀୟ ରେଳବାଇ ଫେବୃଆରୀ ୧ରୁ ଇ-କ୍ୟାଟରିଂ ସେବା ଆରମ୍ଭ କରିବ । ଏହି ବିଷୟରେ ସୂଚନା ରେଳ ମନ୍ତ୍ରଣାଳୟ  (Ministry of Railways) ଟ୍ୱିଟ୍ କରି ଦେଇଛି । ରେଳ ମନ୍ତ୍ରଣାଳୟ ଏହି ଟ୍ୱିଟରେ ଲେଖିଛି ଯେ ଭାରତୀୟ ରେଳବାଇ ଫେବୃଆରୀ ୧ରୁ ଇ-କ୍ୟାଟରିଂ ସେବା ଆରମ୍ଭ କରିବାକୁ ଯାଉଛି ।

ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେବେ ମୋଦି ସରକାର, ବଢ଼ିବ ୪ ପ୍ରତିଶତ ମହଙ୍ଗା ଭତ୍ତା!

ରେଳ ଯାତ୍ରୀମାନେ ହେବେ ଉପକୃତ 

ଆହୁରି ମଧ୍ୟ ରେଳ ମନ୍ତ୍ରଣାଳୟ ଲେଖିଛି ଯେ, "ଏହି (ଇ-କ୍ୟାଟରିଂ ସେବା) ଯାତ୍ରାର ଅନୁଭବ ଓ ଯାତ୍ରୀମାନଙ୍କ ଯାତ୍ରା ସୁବିଧାକୁ ଆହୁରି ବଢ଼ାଇବ । କାରଣ ସେମାନେ ଟ୍ରେନ୍ ଯାତ୍ରା ସମୟରେ ସେମାନଙ୍କର ପ୍ରିୟ ଏବଂ ତାଜା ଖାଦ୍ୟ ଉପଭୋଗ କରିପାରିବେ ।" ଉଲ୍ଲେଖନୀୟ ବିଷୟ ହେଉଛି, କୋରୋନା ମହାମାରୀ ଓ ଫଳସ୍ୱରୂପ ଲକଡାଉନ୍ କାରଣରୁ ମାର୍ଚ୍ଚ ୨୦୨୦ରେ ଇ-କ୍ୟାଟରିଂ ସେବା ସ୍ଥଗିତ ରଖାଯାଇଥିଲା ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ ଫେବୃଆରୀ ୧ରୁ କେଉଁ କେଉଁ ସ୍ଥାନରେ ଖୋଲିବ ସ୍କୁଲ, କ'ଣ ରହିଛି ଗାଇଡଲାଇନ୍?

ଲକଡାଉନରେ ବନ୍ଦ ହୋଇଯାଇଥିଲା ଟ୍ରେନ

ଲକଡାଉନ୍ ଯୋଗୁଁ ଟ୍ରେନ୍ ମଧ୍ୟ ବନ୍ଦ ରହିଥିଲା । କିନ୍ତୁ, ପରେ ଧୀରେ ଧୀରେ ଟ୍ରେନ୍ ଆରମ୍ଭ ହେଉଛି । ତଥାପି ସମସ୍ତ ଟ୍ରେନ୍ ପୁନଃ ଆରମ୍ଭ ହୋଇନାହିଁ । କିନ୍ତୁ, ଭାରତୀୟ ରେଳ କ୍ରମାଗତ ଭାବରେ ନୂତନ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରୁଛି । ଯାହା ଦ୍ୱାରା ଲୋକମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ବର୍ତ୍ତମାନ ସମସ୍ତ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ସହର ମଧ୍ୟରେ ଟ୍ରେନ୍ ଆରମ୍ଭ ହୋଇଛି ଏବଂ ପ୍ରକ୍ରିୟା ଜାରି ରହିଛି ।

ଅଧିକ ପଢ଼ନ୍ତୁ:-ଚିରାଗ ପାସୱାନଙ୍କ ଏନଡିଏରୁ ମୋହ ଭଙ୍ଗ, ଏବେ ଆଉ ପିଏମ ମୋଦିଙ୍କ ପ୍ରଶଂସକ ନୁହଁନ୍ତି ସେ!

ଟ୍ରେନରେ କିପରି ଅର୍ଡର କରିବେ ଅନଲାଇନ ଖାଦ୍ୟ?

ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଇ-କ୍ୟାଟରିଂ ସେବା ପୁନଃ ଆରମ୍ଭ କରୁଛି । ଆପଣ https://www.ecatering.irctc.co.in/ ସାଇଟକୁ ଯାଇ କିମ୍ବା ୧୩୨୩ ନମ୍ବରକୁ କଲ କରି ଇ-କ୍ୟାଟରିଂର ସେବା ପାଇପାରିବେ । ୱେବସାଇଟରୁ ଅର୍ଡର କରିବା ପାଇଁ ଆପଣଙ୍କୁ ମୋବାଇଲ୍ ନମ୍ବର, ଇମେଲ୍ ID ଏବଂ PNR ନମ୍ବର ମଧ୍ୟ ଆବଶ୍ୟକ ।