'ଆପଣ ଇସ୍ରାଏଲରେ ସବୁଠାରୁ ଲୋକପ୍ରିୟ, ଆମ ଦଳରେ ଯୋଗ ଦିଅନ୍ତୁ', ପିଏମ ମୋଦିଙ୍କୁ କହିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ
Advertisement
Article Detail0/zeeodisha/odisha1020341

'ଆପଣ ଇସ୍ରାଏଲରେ ସବୁଠାରୁ ଲୋକପ୍ରିୟ, ଆମ ଦଳରେ ଯୋଗ ଦିଅନ୍ତୁ', ପିଏମ ମୋଦିଙ୍କୁ କହିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ

ଜଳବାୟୁ ଶିଖର ସମ୍ମିଳନୀରେ ସୋମବାର ସଂକ୍ଷିପ୍ତ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଓ ବେନେଟ (Naftali Bennet) ପ୍ରଥମ ଆନୁଷ୍ଠାନିକ ବୈଠକ କରିଛନ୍ତି ।

'ଆପଣ ଇସ୍ରାଏଲରେ ସବୁଠାରୁ ଲୋକପ୍ରିୟ, ଆମ ଦଳରେ ଯୋଗ ଦିଅନ୍ତୁ', ପିଏମ ମୋଦିଙ୍କୁ କହିଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ

ଗ୍ଲାସ୍ଗୋ: ମଙ୍ଗଳବାର ଗ୍ଲାସ୍ଗୋରେ COP26 ଜଳବାୟୁ ଶିଖର ସମ୍ମିଳନୀରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ (Israeli PM Naftali Bennet) ଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ଏହା ସେମାନଙ୍କର ପ୍ରଥମ ଆନୁଷ୍ଠାନିକ ବୈଠକ ଥିଲା । ଏହି ସମୟରେ ବେନେଟ୍ ମୋଦିଙ୍କୁ କହିଛନ୍ତି ଯେ ସେ ଇସ୍ରାଏଲରେ ବହୁତ ଲୋକପ୍ରିୟ ଓ ସେ ତାଙ୍କ ଦଳରେ ଯୋଗଦେବା ଉଚିତ୍ । ଏହାସହ ଦୁଇ ନେତା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଛନ୍ତି ଓ ଉଚ୍ଚ-ବୈଷୟିକ ଜ୍ଞାନକୌଶଳ ତଥା ନବସୃଜନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ବିଚାରର ଆଦାନ ପ୍ରଦାନ କରିଛନ୍ତି ।

'ଆସନ୍ତୁ ମୋ ପାର୍ଟିରେ ଯୋଗ ଦିଅନ୍ତୁ'

ଜଳବାୟୁ ଶିଖର ସମ୍ମିଳନୀରେ ସୋମବାର ସଂକ୍ଷିପ୍ତ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଓ ବେନେଟ (Naftali Bennet) ପ୍ରଥମ ଆନୁଷ୍ଠାନିକ ବୈଠକ କରିଛନ୍ତି । ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓ ଅନୁଯାୟୀ ବେନେଟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଛନ୍ତି ଯେ, "ଆପଣ ଇସ୍ରାଏଲର ସବୁଠାରୁ ଲୋକପ୍ରିୟ ବ୍ୟକ୍ତି ।" ଏହି ମନ୍ତବ୍ୟର ଉତ୍ତରରେ ମୋଦି କହିଛନ୍ତି, "ଧନ୍ୟବାଦ, ଧନ୍ୟବାଦ ।" ବେନେଟ ଏହା ପରେ ମୋଦିଙ୍କୁ ନିଜ ଦଳ ୟାମିନିରେ ଯୋଗ ଦେବା ପାଇଁ କହିଛନ୍ତି । ଉଭୟ ନେତା ହସିବା ସହ ହାତ ମିଳାଇଲେ । ଏହି ସମୟରେ ବେନେଟ୍ କହିଥିଲେ, 'ଆସନ୍ତୁ ମୋ ପାର୍ଟିରେ ଯୋଗ ଦିଅନ୍ତୁ ।'

'ଭାରତର ଲୋକମାନେ ଇସ୍ରାଏଲ ସହ ବନ୍ଧୁତାକୁ ଗୁରୁତ୍ୱ ଦିଅନ୍ତି'

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ବେନେଟଙ୍କ ସହ ହୋଇଥିବା ସାକ୍ଷାତକୁ ମନେ ପକାଇ କହିଛନ୍ତି ଯେ ଇସ୍ରାଏଲ ସହ ବନ୍ଧୁତାକୁ ଭାରତର ଲୋକମାନେ ଅଧିକ ଗୁରୁତ୍ୱ ଦିଅନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଟ୍ୱିଟ୍ କରି କହିଛି, "ଇସ୍ରାଏଲ ସହିତ ବନ୍ଧୁତାକୁ ଆହୁରି ମଜବୁତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନାଫ୍ଟାଲି ବେନେଟଙ୍କ ମଧ୍ୟରେ ଗ୍ଲାସ୍ଗୋରେ ଏକ ଫଳପ୍ରଦ ବୈଠକ ହୋଇଛି । ଆମର ନାଗରିକଙ୍କ ହିତ ପାଇଁ ସହଯୋଗର ବିଭିନ୍ନ ପଦକ୍ଷେପକୁ ମଜବୁତ କରିବାକୁ ନେଇ ଦୁଇ ନେତା ଆଲୋଚନା କରିଛନ୍ତି ।" ମୋଦି ଓ ବେନେଟଙ୍କ ମଧ୍ୟରେ ଏହି ସାକ୍ଷାତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଗତ ମାସର ଇସ୍ରାଏଲ ଗସ୍ତ ସମୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ ପ୍ରଦାନ କରିବା ପରେ ଏହା ହୋଇଛି ।

ଆସନ୍ତା ବର୍ଷ ଭାରତ ଆସିପାରନ୍ତି ବେନେଟ୍

ଇସ୍ରାଏଲ୍ ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ବେନେଟଙ୍କ ଆସନ୍ତା ବର୍ଷ ଭାରତ ଗସ୍ତ କରିବାର ସମ୍ଭାବନା ରହିଛି । ଜୁଲାଇ ୨୦୧୭ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସ୍ରାଏଲର ଐତିହାସିକ ଗସ୍ତ ଭାରତ-ଇସ୍ରାଏଲ୍ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ରଣନୀତିକ ଭାଗିଦାରୀକୁ ବୃଦ୍ଧି କରିଛି । ସେହି ସମୟ ଠାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଜ୍ଞାନ ଆଧାରିତ ସହଭାଗୀତାକୁ ବିସ୍ତାର କରିବା ଉପରେ କେନ୍ଦ୍ରିତ ରହିଛି, ଯେଉଁଥିରେ 'ମେକ୍ ଇନ୍ ଇଣ୍ଡିଆ' ପଦକ୍ଷେପକୁ ପ୍ରୋତ୍ସାହିତ କରିବା ସହିତ ନବସୃଜନ ଓ ଅନୁସନ୍ଧାନରେ ସହଯୋଗ ସାମିଲ ରହିଛି ।

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୩୧୧ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ଅଯୋଧ୍ୟାରେ ଆରମ୍ଭ ହେଲା ଭବ୍ୟ ଦୀପାବଳୀ ଉତ୍ସବ; ଆରତୀ ଓ ଲେଜର ଶୋ'ର ପ୍ରଦର୍ଶନୀ, ଆଜି ୧୨ ଲକ୍ଷ ଦୀପ ଜଳାଇବାର ସୃଷ୍ଟି ହେବ ରେକର୍ଡ

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଏହା ବି ପଢ଼ନ୍ତୁ:-ଦହି ଶରୀର ପାଇଁ ବେଶ ଉପକାରୀ, ଜାଣନ୍ତୁ ଏହାର ୧୮ଟି ଉପକାରିତା