Aditya L1: ସୂର୍ଯ୍ୟ ଅଧ୍ୟୟନ ନେଇ ସୌର ଅବଜରଭେଟୋରୀ ଉପରେ ଏକ ରିମୋଟ୍ ସେନ୍ସିଂ ପେଲୋଡ୍ ପୃଥିବୀଠାରୁ ୫୦,୦୦୦ କିଲୋମିଟରରୁ ଅଧିକ ସୁପରଥର୍ମାଲ୍ ଆୟନ ବା ଅତି ଶକ୍ତିଶାଳୀ କଣିକା ଓ ଇଲେକ୍ଟ୍ରୋନ୍ ମାପିବା ଆରମ୍ଭ କରିଛି ।
Trending Photos
Solar Mission Aditya L1: ମହାକାଶରୁ ଖୁସି ଖବର ଦେଲା ଆଦିତ୍ୟ L-1 । ସୂର୍ଯ୍ୟଙ୍କ ଅଧ୍ୟୟନ ପାଇଁ ISRO ପଠାଇଥିବା ଆଦିତ୍ୟ- L1 ମହାକାଶରେ ବୈଜ୍ଞାନିକ ପରୀକ୍ଷଣ ଆରମ୍ଭ କରିଛି । ସୂର୍ଯ୍ୟ ଅଧ୍ୟୟନ ନେଇ ସୌର ଅବଜରଭେଟୋରୀ ଉପରେ ଏକ ରିମୋଟ୍ ସେନ୍ସିଂ ପେଲୋଡ୍ ପୃଥିବୀଠାରୁ ୫୦,୦୦୦ କିଲୋମିଟରରୁ ଅଧିକ ସୁପରଥର୍ମାଲ୍ ଆୟନ ବା ଅତି ଶକ୍ତିଶାଳୀ କଣିକା ଓ ଇଲେକ୍ଟ୍ରୋନ୍ ମାପିବା ଆରମ୍ଭ କରିଛି ।
ଏନେଇ ଇସ୍ରୋ ISRO ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛି । ମିଶନ୍ ଅପଡେଟ୍ ରେ ଇସ୍ରୋ (ISRO) ପକ୍ଷରୁ କୁହାଯାଇଛି ଯେ, ସୁପ୍ରା ଥର୍ମଲ୍ ଓ ଏନର୍ଜେଟିକ୍ ପାର୍ଟିକାଲ୍ ସ୍ପେକ୍ଟ୍ରୋମିଟର (STEPS) ନାମକ ଯନ୍ତ୍ରର ସେନ୍ସର ରହଛି ଯାହା ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି । ଇସ୍ରୋ ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ତଥ୍ୟ ପୃଥିବୀ ଚାରିପାଖରେ ଥିବା କଣିକାର ବିଶ୍ଳେଷଣ କରିବାରେ ବୈଜ୍ଞାନିକମାନଙ୍କୁ ସାହାଯ୍ୟ କରିବ।
Aditya-L1 Mission:
Aditya-L1 has commenced collecting scientific data.The sensors of the STEPS instrument have begun measuring supra-thermal and energetic ions and electrons at distances greater than 50,000 km from Earth.
This data helps scientists analyze the behaviour of… pic.twitter.com/kkLXFoy3Ri
— ISRO (@isro) September 18, 2023
ଆଜି ରାତିରେ ପୃଥିବୀ ଛାଡିବ ଆଦିତ୍ୟ L1
ଆଦିତ୍ୟ L1 ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି । ସୋମବାର ମଧ୍ୟରାତ୍ରୀରେ ମହାକାଶଯାନ ଟ୍ରାନ୍ସ-ଲାଗ୍ରାଙ୍ଗିଆନ୍ ପଏଣ୍ଟ ୧ ଇନ୍ସର୍ସନ୍ (TL1I) ଅତିକ୍ରମ କରିବ ବୋଲି ଇସ୍ରୋ କହିଛି । TL1 ପୃଥିବୀର କକ୍ଷପଥରୁ ଏକ ଉତକ୍ଷେପଣ ଅଟେ, ଯାହା ସେପ୍ଟେମ୍ବର ୧୯ ତାରିଖ ରାତି ୨:୦୦ ମିନିଟ୍ ଛଡ଼ାଯିବ । ପୃଥିବୀଠାରୁ ପ୍ରାୟ ୧.୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ସୂର୍ଯ୍ୟ-ପୃଥିବୀ ଲାଗ୍ରେଞ୍ଜ ପଏଣ୍ଟ 1 (L1) କୁ ପ୍ରାୟ ୧୧୦ ଦିନର ଯାତ୍ରା ଆରମ୍ଭର ପ୍ରତୀକ ଅଟେ।
ପ୍ରକାଶ ଥାଉ କି, ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ- L1 ମିଶନକୁ ଲଞ୍ଚ କରାଯାଇଥିଲା । ସୂର୍ଯ୍ୟଙ୍କ ଫଟୋ, କ୍ରୋମୋସିୟର ଓ କୋରୋନା ଅଧ୍ୟୟନ କରିବା ଏହାର ଲଞ୍ଚ ପଛର ମୂଳ ଉଦ୍ଦେଶ୍ୟ ଥିଲା । ଏହାସହ ଏହା ସ୍ପେସ୍ ପାଣିପାଗର ଗତିଶୀଳତା, କଣିକା ଓ କ୍ଷେତ୍ରର ପ୍ରସାର ବିଷୟରେ ମଧ୍ୟ ଅନୁସନ୍ଧାନ କରିବ ।
Also Read-India vs Bharat: ସେଦିନ ବି ଥିଲା ୧୮ ସେପ୍ଟେମ୍ବର, ଆଜି ବି ୧୮ ସେପ୍ଟେମ୍ବର; ଦେଶର ନାଁ କୁ ନେଇ ହେବ ଆଲୋଚନା