କେବେ ଜାମୁ କାଶ୍ମୀରକୁ ମିଳିବ ପୂର୍ଣ୍ଣ ପାହ୍ୟା ରାଜ୍ୟ ମାନ୍ୟତା? ସଂସଦରେ ଜବାବ ରଖିଲେ କେନ୍ଦ୍ର ସରକାର
Advertisement
Article Detail0/zeeodisha/odisha1048297

କେବେ ଜାମୁ କାଶ୍ମୀରକୁ ମିଳିବ ପୂର୍ଣ୍ଣ ପାହ୍ୟା ରାଜ୍ୟ ମାନ୍ୟତା? ସଂସଦରେ ଜବାବ ରଖିଲେ କେନ୍ଦ୍ର ସରକାର

ଗତ ୨୦୧୯ ଅଗଷ୍ଟ ମାସରେ କେନ୍ଦ୍ର ସରକାର ଜାମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ୩୭୦ ଧାରକୁ ଉଚ୍ଛେଦ କରି ଦେଇଥିଲେ।

କେବେ ଜାମୁ କାଶ୍ମୀରକୁ ମିଳିବ ପୂର୍ଣ୍ଣ ପାହ୍ୟା ରାଜ୍ୟ ମାନ୍ୟତା? ସଂସଦରେ ଜବାବ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଜାମୁ କାଶ୍ମୀରକୁ ଉପଯୁକ୍ତ ସମୟରେ ପୂର୍ଣ୍ଣ ପାହ୍ୟା ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ। ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ କରାଇବା ଦାୟିତ୍ୱ ନିର୍ବାଚନ ଆୟୋଗ ଅଧିକାର। ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହା କହିଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ।

ଜାମୁ କାଶ୍ମୀର (Jammu & Kashmir) ସହ ଅନ୍ୟତମ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖକୁ (Ladakh) ପୂର୍ଣ୍ଣ ପାହ୍ୟା ରାଜ୍ୟ ମାନ୍ୟତା ପ୍ରଦାନ କରିବା ପାଇଁ କୌଣସି ସମୟ ସୀମା ରହିଛି ନା ନାହିଁ ସେ ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଜାମୁ କାଶ୍ମୀରକୁ ଉପଯୁକ୍ତ ସମୟରେ ପୂର୍ଣ୍ଣ ପାହ୍ୟା ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ। ଏହି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ କରାଇବା ଦାୟିତ୍ୱ ନିର୍ବାଚନ ଆୟୋଗଙ୍କ ବୋଲି କହିଛନ୍ତି ଗୃହ ମନ୍ତ୍ରୀ। 

Also Read: କାଶ୍ମୀର ନେତାଙ୍କ ଧମକ; ବିଧାନସଭା ନିର୍ବାଚନ ପୂର୍ବରୁ ମିଳୁ ପୂର୍ଣ୍ଣ ପାହ୍ୟା ରାଜ୍ୟ ମାନ୍ୟତା

ଗତ ୨୦୧୯ ଅଗଷ୍ଟ ମାସରେ କେନ୍ଦ୍ର ସରକାର ଜାମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ୩୭୦ ଧାରକୁ ଉଚ୍ଛେଦ କରି ଦେଇଥିଲେ। ଏହା ପରେ ଏହି ରାଜ୍ୟର ପୁନଃର୍ଗଠନ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ କରାଇବାକୁ ଜାମୁ କାଶ୍ମୀରର ରାଜନୈତିକ ଦଳ ବିଭିନ୍ନ ସମୟରେ ଦାବି କରିଆସୁଛନ୍ତି।

Also Read: ଆସନ୍ତାବର୍ଷ ହୋଇପାରେ ନିର୍ବାଚନ; ବିଧାନସଭା ଆସନ ସୀମା ପୁନଃନିର୍ଦ୍ଧାରଣ ରିପେୋର୍ଟ ପ୍ରସ୍ତୁତ

ପୂର୍ବରୁ ଏହି ପ୍ରସଙ୍ଗ ଚଳିତ ବର୍ଷ ଜୁଲାଇ ମାସରେ ମଧ୍ୟ ସଂସଦରେ ଉଠିସାରିଛି। ଏହା ପରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂସଦରେ ଜବାବ ରଖି କୁହାଯାଇଥିଲା ସ୍ଥିତି ସ୍ୱାଭାବିକ ହେଲେ ଏହି କେନ୍ଦ୍ର ଶାସିତ ଅଞ୍ଚଳକୁ ପୂର୍ଣ୍ଣ ପାହ୍ୟା ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ। ଏନେଇ ଉପଯୁକ୍ତ ସମୟରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ।