Jk Assembly Elections: ପ୍ରକାଶ ପାଇଲା ତୃତୀୟ ତାଲିକା, ବୈଷ୍ଣୋଦେବୀ ଆସନରୁ ବଦଳିଲେ ପ୍ରାର୍ଥୀ
Advertisement
Article Detail0/zeeodisha/odisha2402878

Jk Assembly Elections: ପ୍ରକାଶ ପାଇଲା ତୃତୀୟ ତାଲିକା, ବୈଷ୍ଣୋଦେବୀ ଆସନରୁ ବଦଳିଲେ ପ୍ରାର୍ଥୀ

Jk Assembly Elections:  ବୈଷ୍ଣୋ ଦେବୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ବଦଳାଇଛି ବିଜେପି । ଆଜିର ତାଲିକା ଅନୁଯାୟୀ ବଳଦେବ ରାଜ ଶର୍ମାଙ୍କୁ ବୈଷ୍ଣୋ ଦେବୀ ନିର୍ବାଚନମଣ୍ଡଳୀରୁ ବିଧାନସଭା ପାଇଁ ପ୍ରାର୍ଥୀ କରିଛି ଦଳ । 

Jk Assembly Elections: ପ୍ରକାଶ ପାଇଲା ତୃତୀୟ ତାଲିକା, ବୈଷ୍ଣୋଦେବୀ ଆସନରୁ ବଦଳିଲେ ପ୍ରାର୍ଥୀ

Jk Assembly Elections: ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏହି ତାଲିକାରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମୋଟ ୧୦ ଜଣ ପ୍ରାର୍ଥୀ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ମୋଟ ୧୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ଆପଣଙ୍କୁ କହିରଖୁଛୁ ଯେ, ଏହା ପୂର୍ବରୁ ବିଜେପି ଦୁଇଟି ପ୍ରାର୍ଥୀ ତାଲିକା ଜାରି କରିସାରିଛି । ପ୍ରଥମ ତାଲିକାରେ ବିଜେପି ୧୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ କେବଳ ଜଣଙ୍କ ନାମ ଘୋଷଣା କରାାଇଥିଲା । ଏହା ପରେ ଆଜି ୨୭ ଅଗଷ୍ଟ (ମଙ୍ଗଳବାର) ଦିନ ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପୂର୍ବରୁ ବିଜେପି ମୋଟ ୪୪ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିଲା । ଯାହା ଶ୍ରମିକଙ୍କ ବିରୋଧ ପରେ ପ୍ରତ୍ୟାହାର କରାଯାଇଥିଲା।

ବୈଷ୍ଣୋ ଦେବୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ବଦଳାଇଛି ବିଜେପି । ଆଜିର ତାଲିକା ଅନୁଯାୟୀ ବଳଦେବ ରାଜ ଶର୍ମାଙ୍କୁ ବୈଷ୍ଣୋ ଦେବୀ ନିର୍ବାଚନମଣ୍ଡଳୀରୁ ବିଧାନସଭା ପାଇଁ ପ୍ରାର୍ଥୀ କରିଛି ଦଳ । ପ୍ରଥମ ତାଲିକାରେ ରୋହିତ ଦୁବେଙ୍କୁ ଏହି ଆସନରୁ ଟିକେଟ ଦିଆଯାଇଥିଲା କିନ୍ତୁ ତାହାକୁ ପ୍ରତ୍ୟାହାର କରାଯାଇ ନୂଆ ତାଲିକାରେ ବଳଦେବ ଶର୍ମାଙ୍କୁ ପ୍ରାର୍ଥୀ କରାଯାଇଛି । ଅନ୍ୟପଟେ ତୃତୀୟ ତାଲିକାରେ ଡକ୍ଟର ନିର୍ମଳ ସିଂଙ୍କ ନାମ ଘୋଷଣା ହେବା ନେଇ ଚର୍ଚ୍ଚା ହେଉଥିଲା କିନ୍ତୁ ତାଲିକାରେ ତାଙ୍କ ନାମ ନାହିଁ। ଏଥିସହ କବିନ୍ଦର ଗୁପ୍ତାଙ୍କ ନାମ ମଧ୍ୟ ତାଲିକାରେ ନଥିବା ଦେଖିବାକୁ ମିଳିଛି ।

ଏହାପୂର୍ବରୁ ସୋମବାର ଦିନ ସକାଳ ୧୦ ଟା ସମୟ ବିଜେପି ଜାମ୍ମୁ କାଶ୍ମୀର ନିର୍ବାଚନ ପାଇଁ ମୋଟ ୪୪ ଜଣ ପ୍ରାର୍ଥୀଙ୍କ ନାମ ତାଲିକାରେ ଘୋଷଣା କରିଥିଲା । କିନ୍ତୁ ପରେ ଏହି ତାଲିକାକୁ ପ୍ରତ୍ୟାହାର କରାଯାଇଥିଲା । ପ୍ରଥମ ତାଲିକାକୁ ନେଇ ବିଜେପିକୁ ଆଞ୍ଚଳିକ ସ୍ତରରେ ବହୁ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ବିଜେପିର ଅନେକ ବରିଷ୍ଠ ନେତା ପ୍ରଥମ ତାଲିକାକୁ ନେଇ ଅସନ୍ତୁଷ୍ଟ ଥିଲେ । ଯେଉଁଥିପାଇଁ ବିଜେପିକୁ ଏକ ନୂଆ ତାଲିକା ଜାରି କରିବାକୁ ପଡ଼ିଲା । 

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଜାମ୍ମୁ କାଶ୍ମୀରରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। କିଛି ଦିନ ପୂର୍ବରୁ ରାଜ୍ୟର ୯୦ ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ପାଇଁ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିଥିଲେ। ଜାମ୍ମୁ କାଶ୍ମୀରରେ 18 ସେପ୍ଟେମ୍ବର, 25 ସେପ୍ଟେମ୍ବର ଏବଂ 1 ଅକ୍ଟୋବରରେ ମତଦାନ ଅନୁଷ୍ଠିତ ହେବ। 

Also Read- BSNL Recharge Plan: ଖୁସି ଖବର ! କମ ଟଙ୍କାରେ ୩୦ଦିନ ପର୍ଯ୍ୟନ୍ତ ସବୁ ମାଗଣା

Also Read- Shani Gochar 2024: ଶନିଦେବଙ୍କ ଶୁଭଦୃଷ୍ଟି, ୩ ରାଶିରେ ହେବ ଧନ ବୃଷ୍ଟି