7th Pay Commission: ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଲାଗୁ ପାଇଁ ହେଲା ନିଷ୍ପତ୍ତି
Advertisement
Article Detail0/zeeodisha/odisha2338497

7th Pay Commission: ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଲାଗୁ ପାଇଁ ହେଲା ନିଷ୍ପତ୍ତି

Karnataka cabinet has approved the implementation of the 7th Pay Commission's : ସରକାରୀ କର୍ମଚାରୀଙ୍କ ପାଇଁ ଘୋଷଣା ହୋଇଛି ଏକ ବଡ଼ ଉପହାର । ଲକ୍ଷ ଲକ୍ଷ କର୍ମଚାରୀଙ୍କ ବେତନରେ ବୃଦ୍ଧି ଘଟିବ ।

7th Pay Commission

7th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଘୋଷଣା ହୋଇଛି ଏକ ବଡ଼ ଉପହାର । ଲକ୍ଷ ଲକ୍ଷ କର୍ମଚାରୀଙ୍କ ବେତନରେ ବୃଦ୍ଧି ଘଟିବ । ପୂର୍ବରୁ ସପ୍ତମ ବେତନ କମିଶନଙ୍କ ସୁପାରିଶକୁ ଲାଗୁ କରିବା ପାଇଁ ଦାବି ହୋଇଆସୁଥିବା ବେଳେ ଏହା ମଧ୍ୟରେ କର୍ଣ୍ଣାଟକ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସପ୍ତମ ବେତନ ଆୟୋଗଙ୍କ ସୁପାରିଶକୁ ଲାଗୁ କରିବାକୁ ମନ୍ତ୍ରିମଣ୍ଡଳ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

 ଏହି ନିଷ୍ପତ୍ତି ଫଳରେ କର୍ମଚାରୀଙ୍କ ବେତନରେ ବମ୍ପର ବୃଦ୍ଧି ଦେଖିବାକୁ ମିଳିବ ।ସପ୍ତମ ବେତନ ଆୟୋଗଙ୍କ ସୁପାରିଶକୁ ରାଜ୍ୟରେ ଲାଗୁ କରିବା ପାଇଁ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଏହି ନୂଆ ନିଷ୍ପତ୍ତି ଆସନ୍ତା ମାସରୁ ଲାଗୁ ହେବ । ଏହଫଳରେ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ୭ ଲକ୍ଷ କର୍ମଚାରୀଙ୍କ ବେତନରେ ୨୭.୫ ପ୍ରତିଶତ ବୃଦ୍ଧି ଘଟିବ । 

କର୍ମଚାରୀଙ୍କ ବେତନ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆଜି ବିଧାନସଭାରେ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି । ସପ୍ତମ ବେତନ ଆୟୋଗଙ୍କ ସୁପାରିଶକୁ ଲାଗୁ କରିବା ପାଇଁ ଦୀର୍ଘ ସମୟ ଧରି ରାଜ୍ୟର ସରକାରୀ କର୍ମଚାରୀମାନେ ଦାବି କରିଆସୁଥିଲେ ।ଶେଷରେ ୭ ଲକ୍ଷ ସରକାରୀ କର୍ମଚାରୀଙ୍କୁ ରାଜ୍ୟ ସରକାର ଏକ ବଡ଼ ଉପହାର ଦେଇଛନ୍ତି । ଏହି ନିଷ୍ପତ୍ତି ଲାଗୁ କରିବା ଫଳରେ ରାଜ୍ୟ ରାଜକୋଷରୁ ବାର୍ଷିକ ପାଖାପାଖି ୧୭,୪୪୦ କୋଟି ଟଙ୍କା ଖର୍ଚ୍ଚ ହେବ ।

 ପୂର୍ବତନ ମୁଖ୍ୟ ସଚିବ କେ. ସୁଧାକର ରାଓଙ୍କ ଅଧ୍ୟକ୍ଷତାରେ ସପ୍ତମ ବେତନ ଆୟୋଗ ଲାଗୁ ନେଇ ନିଷ୍ପତ୍ତି ନିଆଯାଇଛି । ଗତବର୍ଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ କର୍ମଚାରୀଙ୍କ ବେତନ ୧୭ ପ୍ରତିଶତ ବୃଦ୍ଧି ବଡ଼ ଉପହାର ଦେଇଥିଲେ । ଏବେ ସିଦ୍ଧରମୈୟା ବେତନରେ ୧୦.୫ ପ୍ରତିଶତ ବୃଦ୍ଧି କରିପାରନ୍ତି । ଏପରି ଭାବେ ମୂଳ ବେତନରେ ୨୭.୫ ପ୍ରତିଶତ ବୃଦ୍ଧି ଘଟିବ ।