RBI Bank locker rules: ଏହି ନିୟମ ଲାଗୁ ହେବା ଦ୍ୱାରା ଗ୍ରାହକ ମାନେ ନିୟମ ସହ ଆଉ କୌଣସି ଘୋଟାଲା ହେବ ନାହିଁ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ। ଲକର ସାଇଜ ଓ ଲୋକେସନ ଆଧାର ଉପରେ ନିର୍ଭର କରି ଏହାର ବାର୍ଷିକ ଚାର୍ଜ ମଧ୍ୟ ସ୍ଥିର କରାଯାଇଛି ।
Trending Photos
Bank locker rules: କଣ ଆପଣ ଲକ୍ ର ନେବାକୁ କିଛି ଯୋଜନା କରୁଛନ୍ତି କି । ଯଦି ଲକ୍ ର ପୂର୍ବରୁ ବ୍ୟବହାର କରୁଛନ୍ତି ତେବେ ଏଠାରେ କହିରଖୁଛୁ ଯେ ଲକ୍ ର ନେଇ ଅନେକ କିଛି ସୂଚନା ଆପଣଙ୍କ ଜାଣିବା ଦରକାର। ସବୁଠାରୁ ପ୍ରଥମ ନିୟମ ହେଲା ଆପଣଙ୍କୁ ରିଜର୍ଭ ବ୍ୟାଙ୍କର ଲକର ନିୟମ ବିଷୟରେ ଜାଣିବାକୁ ହେବ। ପ୍ରକୃତରେ ୧ ଜାନୁଆରୀ ୨୦୨୩ ରେ ନୂଆବର୍ଷ ସହ ରିଜର୍ଭ ବ୍ୟାଙ୍କ ଲକର୍ ସହ ଜଡ଼ିତ ନିୟମ କୁ ମଧ୍ୟ ବଦଳାଯାଇଛି। ଏହି ନିୟମ ଲାଗୁ ହେବା ଦ୍ୱାରା ଗ୍ରାହକ ମାନେ ନିୟମ ସହ ଆଉ କୌଣସି ଘୋଟାଲା ହେବ ନାହିଁ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହେବ।
1-ଯଦି ବ୍ୟାଙ୍କ ଲକରରେ ଥିବା ଆପଣଙ୍କ ସାମଗ୍ରୀକୁ କୌଣସି କ୍ଷତି ପହଞ୍ଚେ ତେବେ ଏଥିପାଇଁ ବ୍ୟାଙ୍କ ଦାୟୀ ରହିବ। ଏହାବାଦ୍ ବ୍ୟାଙ୍କ ସହ ଗ୍ରାହକଙ୍କୁ ଏକ ଏଗ୍ରିମେଣ୍ଟ ସାଇନ କରିବାକୁ ହେବ। ଏହା ଜରିଆରେ ଗ୍ରାହକଙ୍କୁ ନିୟମ ବିଷୟରେ ତଥ୍ୟ ଏସଏମଏସ ମାଧ୍ୟମରେ ବ୍ୟାଙ୍କ ଦେବ।
2- ଆପଣ ଯେଉଁ ବ୍ରାଞ୍ଚରେ ଲକର୍ ଖୋଲିବାକୁ ଚାହୁଁଛନ୍ତି ସେଠାରେ ଯାଇ ଆପ୍ଲିକେସନ ଦେବାକୁ ହେବ। ଲକର ର ସୁବିଧା ପ୍ରଥମେ ଆସନ୍ତୁ ପ୍ରଥମେ ପାଆନ୍ତୁ ଆଧାର ଉପରେ ଦିଆଯାଇଥାଏ। ଯଦି ଭୋଟିଂ ଲିଷ୍ଟରେ ଆପଣଙ୍କ ନାଁ ଅଛି ତେବେ କୌଣସି ଉପୟୋଗକର୍ତ୍ତାଙ୍କ ଛାଡ଼ିବା ପରେ ସେ ଲକର୍ ଆପଣ ପାଇବେ। ଏଥିପାଇଁ ବ୍ୟାଙ୍କରେ ଏକ ସର୍ବନିମ୍ନ ଆକାଉଣ୍ଟ ମଧ୍ୟ ଖୋଲିବା ଜରୁରୀ । ଯାହାଫଳରେ ଆକାଉଣ୍ଟ ପାଇଁ ପ୍ରତି ବର୍ଷ ହିସାବରେ ଭଡ଼ା ମଧ୍ୟ ଆପଣଙ୍କୁ ଭରିବାକୁ ହେବ।
3-ଲକର ସାଇଜ ଓ ଲୋକେସନ ଆଧାର ଉପରେ ନିର୍ଭର କରି ଏହାର ବାର୍ଷିକ ଚାର୍ଜ ମଧ୍ୟ ସ୍ଥିର କରାଯାଇଛି । ସମସ୍ତ ବ୍ୟାଙ୍କରେ ଏହା ଭିନ୍ନ ହୋଇପାରେ। ଏସବିଆଇରେ ବ୍ୟାଙ୍କ ଲକରର ଚାର୍ଜ ୨ ହଜାରରୁ ୧୨ ହଜାର ପର୍ଯ୍ୟନ୍ତ ରହିଛି । ବ୍ୟାଙ୍କ ଲକର ପାଇଁ PNB ରେ ୧୨୫୦ ରୁ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିଥାଏ। କାନାଡା ବ୍ୟାଙ୍କରେ ଏହି ଚାର୍ଜ ୨ହଜାରରୁ ଦଶ ହଜାର ପର୍ଯ୍ୟନ୍ତ। HDFC ରେ, ଏହି ଚାର୍ଜ ତିନି ହଜାରରୁ ୨୦ ହଜାର ପର୍ଯ୍ୟନ୍ତ ରହିଛି। ଆଇସିଆଇସିଆଇ ବ୍ୟାଙ୍କରେ ଏହି ଚାର୍ଜ ୧୨୦୦ ରୁ ଆରମ୍ଭ ହୋଇ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।
4-ଆରବିଆଇର ନୂତନ ନିୟମ ଅନୁଯାୟୀ, ଯଦି ବ୍ୟାଙ୍କର ଅବହେଳା ହେତୁ ଲକରରେ ରଖାଯାଇଥିବା ସାମଗ୍ରୀର କୌ ଣସି କ୍ଷତି ହୁଏ, ତେବେ ବ୍ୟାଙ୍କ ଏଥିପାଇଁ ଦାୟୀ ରହିବ। ତେବେ ଗ୍ରାହକଙ୍କ ଲକର ଯେପରି ସୁରକ୍ଷିତ ରୁହେ ସେନେଇ ବ୍ୟାଙ୍କ ମାନେ ସବୁ ପ୍ରକାରର ସୁରକ୍ଷା ନେବେ । ଯଦି ବ୍ୟାଙ୍କର କର୍ମଚାରୀମାନେ କରିଥିବା ଠକେଇ ହେତୁ ଏହି କ୍ଷତି ହୁଏ, ତେବେ ଲକରର ବାର୍ଷିକ ଭଡା ଶହେ ଗୁଣ ପର୍ଯ୍ୟନ୍ତ ବ୍ୟାଙ୍କର ଦାୟିତ୍ୱ ରହିବ।
5-ଲକର ଧାରକମାନଙ୍କୁ ଏକ ନୂତନ ଲକର ଚୁକ୍ତି ପାଇଁ ଯୋଗ୍ୟତା ଦେଖାଇବାକୁ ପଡିବ ଏବଂ ଜାନୁୟାରୀ ୧,୨୦୨୩ ପୂର୍ବରୁ ନବୀକରଣ ପାଇଁ ଏକ ଚୁକ୍ତିନାମା କରିବାକୁ ପଡିଛି।'ଆରବିଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ, ନୂତନ ଲକର ଚୁକ୍ତି ୩୧ ଡିସେମ୍ବର ୨୦୨୨ ପୂର୍ବରୁ କାର୍ଯ୍ୟକାରୀ ହେବ।
Also Read: IRCTC Tour Package: ମାତ୍ର ୧୩ ହଜାରରେ ବୁଲନ୍ତୁ ୯ ଦିନ, ଖାଇବା ପିଇବା ପୁରା ଫ୍ରି
Also Read: Garlic Side Effects: ଏହି ୭ ଟି ରୋଗରେ ଆକ୍ରାନ୍ତ ଥିବା ବେଳେ ଖାଆନ୍ତୁ ନାହିଁ ରସୁଣ, ନଚେତ୍...