କେବେ ସାଧାରଣ ବଜେଟର ଅଂଶ ହେଲା ରେଳ ବଜେଟ୍? ଜାଣନ୍ତୁ ଏହାର ଇତିହାସ
Advertisement

କେବେ ସାଧାରଣ ବଜେଟର ଅଂଶ ହେଲା ରେଳ ବଜେଟ୍? ଜାଣନ୍ତୁ ଏହାର ଇତିହାସ

ସାଧାରଣତଃ କେନ୍ଦ୍ରୀୟ ବଜେଟ ଆଗତ ହେବାର ଗୋଟିଏ ଦିନ ପୂର୍ବରୁ ସଂସଦରେ ରେଳ ବଜେଟ ଉପସ୍ଥାପିତ ହେଉଥିଲା।

କେବେ ସାଧାରଣ ବଜେଟର ଅଂଶ ହେଲା ରେଳ ବଜେଟ୍? ଜାଣନ୍ତୁ ଏହାର ଇତିହାସ

ନୂଆଦିଲ୍ଲୀ: ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ସଂସଦରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ବର୍ତ୍ତମାନ ସମୟରେ ସଂସଦରେ ଉପସ୍ଥାପିତ ହେଉଥିବା କେନ୍ଦ୍ରୀୟ ବଜେଟରେ ରେଳ ସମ୍ବନ୍ଧୀୟ ପ୍ରକଳ୍ପ ବାବଦରେ ମଧ୍ୟ ଘୋଷଣା କରାଯାଉଛି। ହେଲେ ଗତ ୨୦୧୭ ବର୍ଷ ପୂର୍ବରୁ ସଂସଦରେ ଭାରତୀୟ ରେଳବାଇ ପାଇଁ ଏକ ସ୍ୱତନ୍ତ୍ର ରେଳ ବଜେଟ୍ ଉପସ୍ଥାପିତ ହେଉଥିଲା। ସାଧାରଣତଃ କେନ୍ଦ୍ରୀୟ ବଜେଟ ଆଗତ ହେବାର ଗୋଟିଏ ଦିନ ପୂର୍ବରୁ ସଂସଦରେ ରେଳ ବଜେଟ ଉପସ୍ଥାପିତ ହେଉଥିଲା।

ଜାଣନ୍ତୁ ୯୨ ବର୍ଷରୁ ଅଧିକ ଇତିହାସ ରହିଥିବା ରେଳ ବଜେଟ୍ କିପରି ସାଧାରଣ ବଜେଟର ଅଂଶ ବିଶେଷ ହେଲା... 

୧.୨୦୧୭ ବର୍ଷରେ ଉପସ୍ଥାପିତ ହୋଇଥିଲା ପ୍ରଥମ ମିଳିତ ବଜେଟ୍
ପ୍ରଥମ କାର୍ଯ୍ୟକାଳରେ ମୋଦି ସରକାର ରେଳ ବଜେଟକୁ ସାଧାରଣ ବଜେଟରେ ମିଶାଇ ଦେଇଥିଲେ। ଗତ ୨୦୧୭ ଫେବୃଆରୀ ପହିଲାରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସଂସଦରେ ସ୍ୱାଧୀନ ଭାରତର ପ୍ରଥମ ମିଳିତ ବଜେଟ୍ ଉପସ୍ଥାପନ କରିଥିଲେ। 

Also Read: ମୋଦି ସରକାରଙ୍କ ଅମଳରେ ଭାଙ୍ଗିଛି ବଜେଟ ସହ ଜଡ଼ିତ ୫ ପରମ୍ପରା

୨.୧୯୨୪ ମସିହାରେ ପ୍ରଥମ ଥର ପାଇଁ ଉପସ୍ଥାପିତ ହୋଇଥିଲା ରେଳ ବଜେଟ୍ 
୧୯୨୪ ମସିହାରେ ତତ୍କାଳୀନ ବ୍ରିଟିଶ ସରକାରଙ୍କ ସମୟରେ ରେଳ ପାଇଁ ଏକ ପୃଥକ ବଜେଟ୍ ଉପସ୍ଥାପିତ ହୋଇଥିଲା। ସେତେବେଳେ ସରକାରଙ୍କ ରୋଜଗାର ମୁଖ୍ୟତଃ ରେଳବାଇ ଉପରେ ନିର୍ଭର କରୁଥିଲା ଏବଂ ରେଳବାଇ ଦେଶର ଜିଡିପିରେ ବହୁତ ଅବଦାନ ଦେଇଥିଲା। ଏଭଳି ପରିସ୍ଥିତିରେ ୧୯୨୪ ମସିହାରୁ ରେଳବାଇ ପାଇଁ ଏକ ପୃଥକ ବଜେଟ୍ ଉପସ୍ଥାପନ କରାଯାଇଥିଲା।

Also Read: ବଜେଟ୍ ପୂର୍ବରୁ କର୍ମଚାରୀଙ୍କୁ କାହିଁକି ନିଜ ହାତ ତିଆରି ହାଲୱା ଖୁଆଇଥାନ୍ତି ଅର୍ଥମନ୍ତ୍ରୀ?

୩.କାହିଁକି ସାଧାରଣ ବଜେଟର ଅଂଶ ହେଲା ରେଳ ବଜେଟ୍?
ପ୍ରଥମ କାର୍ଯ୍ୟକାଳରେ ମୋଦି ସରକାର ବଜେଟ୍ ସଂସ୍କାର ଅଧିନରେ ୨୦୧୬ ବର୍ଷରେ ଦେଶର ସାଧାରଣ ବଜେଟ୍ ସହିତ ରେଳ ବଜେଟ୍ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସମୟ ଆଗକୁ ବଢିବା ସହିତ ଦେଶର ଅର୍ଥନୀତିରେ ରେଳବାଇର ଅଂଶ ମଧ୍ୟ ବଢିବାରେ ଲାଗିଲା। ଯେଉଁଥିପାଇଁ ସ୍ୱତନ୍ତ୍ର ରେଳ ବଜେଟ୍ ଉପସ୍ଥାପନ କରିବାର ଆବଶ୍ୟକତା ଆଉ ଅନୁଭବ ହେଲା ନାହିଁ। ଏଭଳି ପରିସ୍ଥିତିରେ ମୋଦି ସରକାର ରେଳ ବଜେଟକୁ ସାଧାରଣ ବଜେଟରେ ମିଶାଇ ଦେବାକୁ ନିଷ୍ପତ୍ତି ନେଇଥିଲେ। 

୪.ମିଶ୍ରଣ ପାଇଁ ପରାମର୍ଶ ଦେଇଥିଲା ନୀତି ଆୟୋଗ 

ନୀତି ଆୟୋଗ ସରକାରଙ୍କୁ ପରାମର୍ଶ ଦେଇଥିଲେ ଯେ ବର୍ତ୍ତମାନ ଦେଶରେ ଅଲଗା ରେଳ ବଜେଟ୍ ଉପସ୍ଥାପନ କରିବାର କୌଣସି ଆବଶ୍ୟକତା ନାହିଁ। ତତ୍କାଳୀନ ନୀତି ଆୟୋଗ ସଦସ୍ୟ ବିବେକ ଦେବରାୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହାର ରଦ୍ଦ ପାଇଁ ସୁପାରିଶ କରିଥିଲେ। ଯାହାକି ବହୁ ବିଚାର ବିମର୍ଶ ପରେ ୨୦୧୬ ସେପ୍ଟେମ୍ବର ୨୧ ତାରିଖରେ ଗ୍ରହଣ କରାଯାଇଥିଲା।

Also Read: Union Budget 2022: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ରହିଛି ଏହି ୫ ବଡ଼ ଚ୍ୟାଲେଞ୍ଜ

୫.ପରିବର୍ତ୍ତନର ଷଷ୍ଠ ବର୍ଷ
୧୯୨୪ ମସିହାରୁ ଚାଲିଆସୁଥିବା ରେଳ ବଜେଟ ପ୍ରକ୍ରିୟା ସମାପ୍ତ ହେଲା ଏବଂ ଏହାକୁ ସାଧାରଣ ବଜେଟର ଅଂଶବିଶେଷ କରାଲା। ଏହା ପରେ ସାଧାରଣ ବଜେଟ୍ ସହିତ ପ୍ରତିବର୍ଷ ରେଳ ବଜେଟ୍ ମଧ୍ୟ ଉପସ୍ଥାପିତ ହେଉଥିଲା।