ଲଦାଖ ସଂଘର୍ଷ: ନାଇଟ ପାଟ୍ରୋଲିଂକୁ ଜୋରଦାର କରିଛି ଭାରତୀୟ ବାୟୁସେନା
Advertisement
Article Detail0/zeeodisha/odisha707571

ଲଦାଖ ସଂଘର୍ଷ: ନାଇଟ ପାଟ୍ରୋଲିଂକୁ ଜୋରଦାର କରିଛି ଭାରତୀୟ ବାୟୁସେନା

ଲଦାଖ ଘଟଣା ପରେ ଚୀନ ସମସ୍ତ ଗତିବିଧି ଉପରେ ନଜର ରଖିବାକୁ ନାଇଟ ପାଟ୍ରୋଲିଂ ଜାରି ରଖିଛି  ଆଇଏଏଫ ।  

ଲଦାଖ ସଂଘର୍ଷ: ନାଇଟ ପାଟ୍ରୋଲିଂକୁ ଜୋରଦାର କରିଛି ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଜୁନ ୧୫-୧୬ ମଧ୍ୟରାତ୍ରୀରେ ପୂର୍ବ ଲଦାଖରେ ଗଲୱାନ ଉପତ୍ୟାକାରେ ହୋଇଥିବା ସଂଘର୍ଷ ପରେ, ପ୍ରତିଦ୍ୱନ୍ଦୀ ଚୀନକୁ ଯଥାସମ୍ଭବ ଜବାବ ଦେବାକୁ ଉଦ୍ୟମ ଜାରି ରଖିଛି ଭାରତ। ଏହାକୁ ଦୃଷ୍ଟିରେ ରଖି ଡ୍ରାଗନ ଆର୍ମୀ କୁହାଯାଉଥିବା ଚୀନ ସେନାକୁ ମାତ ଦେବାକୁ ସତର୍କ ହୋଇଉଠିଛି ଭାରତୀୟ ସ୍ଥଳ ଏବଂ ବାୟୁସେନା।   

ଏହି କ୍ରମରେ ଉଭୟ ଦେଶର ସୀମାକୁ ପୃଥକ କରୁଥିବା ପ୍ରକୃତ ନିୟନ୍ତ୍ରଣ ସୀମାରେଖା-ଏଲଏସି(Line of Actual Control-LAC) ଅଞ୍ଚଳରେ ରାତି ସମୟରେ ନାଇଟ୍ ପାଟ୍ରୋଲିଂ(Night Patroling) କରିବା ଆରମ୍ଭ କରିଛି ଭାରତୀୟ ବାୟୁସେନା-ଆଇଏଏଫ (Indian Air Force-IAF)।ଏହି ଅଭିଯାନରେ ଆଇଏଏଫ ପକ୍ଷରୁ ମିଗ ୨୯ ଯୁଦ୍ଧ ବିମାନ(mig29 fighter aircraft) ଏବଂ ଆକ୍ରମଣକାରୀ ଆପାଚେ ହେଲିକପ୍ଟର (Apache attack helicopter) ନିୟୋଜିତ କରାଯାଇଛି।         

ଏହି  ନାଇଟ ପାଟ୍ରୋଲିଂରେ ସାମିଲ ଥିବା ଗ୍ରୁପ କ୍ୟାପଟେନ ଏ ରାଠି କହିଛନ୍ତି, “ରାତ୍ରି ସମୟରେ ହେଉଥିବା ଅପରେସନର ଅନ୍ତର୍ନିହିତ କାରଣ ଅଛି । ଆଇଏଏଫ୍ ସଂପୂର୍ଣ୍ଣ ତାଲିମପ୍ରାପ୍ତ, ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ପ୍ରେରିତ କର୍ମଚାରୀଙ୍କ ସାହାଯ୍ୟରେ ଯେକୌଣସି ପରିବେଶରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ। "

ଗଲୱାନ ଉପତ୍ୟାକାରେ ହୋଇଥିବା ସାମରିକ ସଂଘର୍ଷ ପରେ ସତର୍କ ହୋଇ ଉଠିଛି ଉଭୟ ସ୍ଥଳ ଏବଂ ବାୟୁସେନା। ଏପରିକି ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ସ୍ଥଳସେନା ଏବଂ ବାୟୁସେନା ମୁଖ୍ୟ ଲଦାଖ ଗସ୍ତ କରିବା ସହ ସେଠାକାର ସ୍ଥିତି ଏହି ଘଟଣା ପରେ କିପରି ରହିଛି ତାହାର ସମୀକ୍ଷା କରିଛନ୍ତି । 

ଏଲଏସି ଅଞ୍ଚଳରେ ସାମରିକ ପ୍ରସ୍ତୁତିକୁ ଆହୁରି ବ୍ୟାପକ କରିବା ପାଇଁ ଆଇଏଏଫ ପକ୍ଷରୁ ସି-୧୭ ଗ୍ଲୋବାମାଷ୍ଟର ପରିବହନ ବିମାନ(C-17 Globemaster III transport aircraft) ଏବଂ ସି-130ଜେ ସୁପର ହର୍କ୍ୟୁଲେସ(C-130J Super Hercules) ଆଦି ବିମାନକୁ ଭାରୀ ସାମରିକ ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ପରିବହନ ପାଇଁ ନିୟୋଜିତ କରାଯାଇଛି। 

ଆଇଏଏଫ ଏହାର ଇଲିୟୁସିନ-୭୬ ଜାହାଜକୁ(Ilyushin-76 fleet) ଭାରତ-ଚୀନ୍ ମଧ୍ୟରେ ଥିବା ୩୫୦୦ କିଲୋମିଟର ଦୂରତା ବିଶିଷ୍ଟ ସୀମାରେଖା କ୍ଷେତ୍ରରେ ସୈନ୍ୟ ପରିବହନ ପାଇଁ ବ୍ୟବହାର କରାଯାଉଛି। ଚୀନ ସହ ମୁହାଁମୁହିଁ ହେବା ପରେ ସୁଖୋଇ ୩୦ ଏମକେଆଇ(Sukhoi 30 MKI), ଜାଗୁଆର(Jaguar), ମିରାଜ ୨୦୦୦(Mirage 2000) ଆଦି ଯୁ୍ଦ୍ଧ ବିମାନକୁ ଲେହ ଏବଂ ଶ୍ରୀନଗର ସମେତ ଅନେକ ପ୍ରମୁଖ ବାୟୁସେନା ଘାଟିରେ(airbases) ମୁତୟନ କରାଯାଇଛି।

ଏହା ସହିତ ସାମରିକ ଉପକରଣ ପରିବହନ ପାଇଁ ଚିନୁକ ହେଲିକପ୍ଟର(chinook helicopter) ନିୟୋଜିତ ହୋଇଛି। ସୀମରେ ଚୀନର ସାମରିକ ଗତିବିଧି ଉପରେ ନଜର ରଖିବା ସହ ସମସ୍ତ କାର୍ଯ୍ୟକଳାପର ଜବାବ ଦେବାକୁ ପ୍ରସ୍ତୁତ ହୋଇଉଠିଛି ଭାରତୀୟ ସୁରକ୍ଷା ବାହିନୀ। 

ଲଦାଖ ଘଟଣା ପରେ ଗଲୱାନ, ହଟସ୍ପ୍ରିଙ୍ଗି ଏବଂ ଗୋଗ୍ରା ଅଞ୍ଚଳରୁ ପ୍ରାୟ ଦେଢ କିଲୋମିଟର ପଛକୁ ହଟିଛି ଚୀନ ସେନା । ପାଟ୍ରୋଲିଂ ପଏଣ୍ଟ ୧୪ରୁ ଚୀନର ପିପୁଲ୍ସ ଲିବରେସନମ ଆର୍ମୀ(Pepple Liberation Army-PLA) ପକ୍ଷରୁ ସେମାନଙ୍କର ତମ୍ବୁକୁ ହଟାଇଛନ୍ତି । ଗଲୱାନ ଉପତ୍ୟାକାର ଆଭ୍ୟନ୍ତରୀଣ ଅଞ୍ଚଳରେ ଡ୍ରାଗନ ଆର୍ମୀ ଅର୍ଥାତ ଚୀନ ସେନାର ଭାରୀ ସାମରିକ ଯାନବାହନ ଏବଂ ଉପକରଣ ମହଜୁଦ ରହିଛି। 

ଏଲଏସିରେ ହୋଇଥିବା ହୋଇଥିବା ବିବାଦର ସମାଧାନ କରିବା ଲାଗି ସାମରିକ ଏବଂ ବୈଦେଶିକ ସ୍ତରରେ ଜାରି ରହିଛି କଥାବାର୍ତ୍ତା। ଲଦାଖ ଘଟଣାରେ ଭାରତ ପ୍ରତି ନିଜର ସମର୍ଥନ ଜଣାଇ ସାରିଛନ୍ତି ବିଶ୍ୱର ପ୍ରମୁଖ ଶକ୍ତି କୁହାଯାଉଥିବା ଆମେରିକା, ଋଷିଆ, ଜାପାନ, ଅଷ୍ଟ୍ରେଲିଆ ଏବଂ ବିଭିନ୍ନ ୟୁରୋପୀୟ ଦେଶ।