USSR Last State Head: କିଏ ଏହି ମିଖାଇଲ ଗାର୍ବୋଚୋଭ? ଯିଏ ଶେଷ କରିଥିଲେ ଶୀତଳ ଯୁଦ୍ଧ
Advertisement
Article Detail0/zeeodisha/odisha1328640

USSR Last State Head: କିଏ ଏହି ମିଖାଇଲ ଗାର୍ବୋଚୋଭ? ଯିଏ ଶେଷ କରିଥିଲେ ଶୀତଳ ଯୁଦ୍ଧ

Mikhail Gorbachev: ୧୯୯୦ ମସିହାରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। କାରଣ ଶୀତଳ ଯୁଦ୍ଧକୁ ସମାପ୍ତ କରି ବିଶ୍ୱ ଶାନ୍ତି ପ୍ରତିଷ୍ଠା କରିବା କ୍ଷେତ୍ରରେ ତାଙ୍କର ଗୁରୁତ୍ୱ ଭୂମିକା ରହିଥିଲା।

USSR Last State Head: କିଏ ଏହି ମିଖାଇଲ ଗାର୍ବୋଚୋଭ?  ଯିଏ ଶେଷ କରିଥିଲେ ଶୀତଳ ଯୁଦ୍ଧ

USSR last State Head Mikhail Gorbachev: କେନ୍ଦ୍ରୀୟ ସମାଜବାଦୀ ସୋଭିଏତ ସାଧାରଣତନ୍ତ୍ର ଅର୍ଥାତ ୟୁଏସଏସଆର ରାଷ୍ଟ୍ରସଂଘ ଶେଷ ରାଷ୍ଟ୍ରମୁଖ୍ୟ ମିଖାଇଲ୍ ଗୋର୍ବୋଚେଭଙ୍କ ଅଗଷ୍ଟ ୩୦ ତାରିଖ ମଙ୍ଗଳବାର ଦେହାନ୍ତ ହୋଇଯାଇଛି।  ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ରାଷ୍ଟ୍ରମୁଖ୍ୟ ଦାୟିତ୍ୱରେ ରହିଥିବା ବେଳେ ସେ ସୋଭିଏତ୍ ସଂଘରେ ଅନେକ ସଂସ୍କାର ଆଣିବାକୁ ଚେଷ୍ଟା କରିଥିଲେ। ଏହି କ୍ରମରେ ସେ ସୋଭିଏତ୍ ସଂଘର ବିଭାଜନ ଏବଂ ଶୀତଳ ଯୁଦ୍ଧର ପରିସମାପ୍ତି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଋଷିଆ ରାଜଧାନୀ ମସ୍କୋସ୍ଥିତ ସେଣ୍ଟ୍ରାଲ୍ କ୍ଲିନିକାଲ୍ ହସ୍ପିଟାଲ୍ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ଦୀର୍ଘ ଦିନ ଧରି ଅସୁସ୍ଥ ହେବା ପରେ  ମିଖାଇଲ୍ ଗୋର୍ବୋଚେଭଙ୍କ ମୃତ୍ୟୁ ହୋଇଥିଲା। 

୧୯୯୫ ମସିହାରୁ ୧୯୯୧ ପର୍ଯ୍ୟନ୍ତ ପ୍ରାୟ ୬ ବର୍ଷ  କାଳ ଧରି କେନ୍ଦ୍ରୀୟ ସମାଜବାଦୀ ସୋଭିଏତ ସାଧାରଣତନ୍ତ୍ର (Union of Soviet Socialist Republics) ୟୁଏସଏସଆର (USSR) ରାଷ୍ଟ୍ରସଂଘ ରାଷ୍ଟ୍ରମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ ମିଖାଇଲ୍ ଗୋର୍ବୋଚେଭ (Mikhail Gorbachev)। ତାଙ୍କର ଶାସନ କାଳରେ ସୋଭିଏତ୍ ସଂଘର (Soviet Union) ବିଭାଜନ ହେବା ସହ ପୂର୍ବ ୟୁରୋପୀୟ ଦେଶଙ୍କୁ (Eastern European Countrie) ୟୁଏସଏସଆର ଆଧିପତ୍ୟରୁ ମୁକ୍ତ କରିବା ଏବଂ ଦଶନ୍ଦି ଦଶନ୍ଧି ଧରି ଚାଲିଥିବା ପୂର୍ବ-ପଶ୍ଚିମ ପରମାଣୁ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ବିଶ୍ୱ ଶାନ୍ତି ପ୍ରତିଷ୍ଠା କରିବା କ୍ଷେତ୍ରରେ ତାଙ୍କର ଗୁରୁତ୍ୱ ଭୂମିକା ରହିଥିଲା।

ଗତ ୧୯୯୧ ମସିହାରେ ତାଙ୍କୁ କ୍ଷମତାରୁ ଗାଦିଚ୍ୟୁତ କରିବାକୁ ଷଡଯନ୍ତ୍ର କରାଯାଇଥିଲା। ମାତ୍ର ତାଙ୍କର ଶେଷ ଶାସନ କାଳ ସମୟରେ ସୋଭିଏତ ସଂଘରେ ସାମିଲ ରହିଥିବା ସମସ୍ତ ୧୫ ଦେଶ ନିଜର ସ୍ୱାଧିନତା ଘୋଷଣା କରିଥିଲେ। ୧୯୯୧ ମସିହା ଡିସେମ୍ବର ୨୫ ତାରିଖରେ ସେ ୟୁଏସଏସଆର ରାଷ୍ଟ୍ରମୁଖ୍ୟ (USSR State Head ) ପଦରୁ ଇସ୍ତଫା ଦେଇଥିଲେ ମିଖାଇଲ୍ ଗୋର୍ବୋଚେଭ। ତାଙ୍କର ଇସ୍ତଫା ପରେ ଔପଚାରିକ ଭାବେ ସୋଭିଏତ ସଂଘର ବିଭାଜନ (Collapse of Soviet Union) ହୋଇଥିଲା।   

ପ୍ରାୟ ୨୫ ବର୍ଷ  ପୂ୍ର୍ବେ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ ସେ କହିଥିଲେ ଯେ ସୋଭିଏତ ସଂଘକୁ ଏକାଠି ରଖିବା ଲାଗି ରାଷ୍ଟ୍ରମୁଖ୍ୟ ଭାବେ ସେ କୌଣସି ବଳ ପ୍ରୟୋଗ କରିନଥିଲେ। କାରଣ ସେତେବେଳ ଯଦି ବଳ ପ୍ରୟୋଗ କରାଯାଇଥାନ୍ତା ତାହେଲେ ପରମାଣୁ ଶକ୍ତି ସମ୍ପନ୍ନ ୟୁଏସଏସଆର ରାଷ୍ଟ୍ରସଂଘରେ ଏହା ଅରାଜକତା ଭଳି ପରିସ୍ଥିତି ସୃଷ୍ଟି କରିଥାନ୍ତା। ବିଂଶ ଶତାବ୍ଦୀରେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଏବଂ ଲୋକପ୍ରିୟ ରାଜନେତା ଥିଲେ ମିଖାଇଲ୍ ଗୋର୍ବୋଚେଭ। ୧୯୯୦ ମସିହାରେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। କାରଣ ଶୀତଳ ଯୁଦ୍ଧକୁ ସମାପ୍ତ କରି ବିଶ୍ୱ ଶାନ୍ତି ପ୍ରତିଷ୍ଠା କରିବା କ୍ଷେତ୍ରରେ ତାଙ୍କର ଗୁରୁତ୍ୱ ଭୂମିକା ରହିଥିଲା।

Also Read: Russia-Ukraine Crisis: ଭୟାନକ ହେବାରେ ଲାଗିଛି ସ୍ଥିତି; ପୁଣି ବିଶ୍ୱ ମାନଚିତ୍ରରେ ଦୃଶ୍ୟମାନ ହୋଇପାରେ USSR

ଯଦିଓ ବିଶ୍ୱରେ ମିଖାଇଲ୍ ଗୋର୍ବୋଚେଭଙ୍କ ପରିଚୟ ଜଣେ ଉଦାରବାଦୀ ରାଜନେତା ଭାବେ ରହିଥିଲା ମାତ୍ର ତାଙ୍କୁ ତାଙ୍କ ନିଜେ ଦେଶରେ ବ୍ୟାପକ ସମାଲୋଚନା ସାମ୍ନା କରିବାକୁ ପଡ଼ିଥିଲା। ସୋଭିଏତ ସଂଘର ବିଲୟ ପାଇଁ ଋଷୀୟ ଲୋକେ ତାଙ୍କୁ ଦାୟୀ କରିଥିଲେ। ଏପରିକି ତାଙ୍କର ରାଜନୈତିକ ସହଯୋଗୀ ତାଙ୍କ ହାତ ଛାଡ଼ି ଦେଇଥିଲେ। ସୋଭିଏତ ସଂଘର ବିଭାଜନ ପରେ ଋଷିଆରେ ସୃଷ୍ଟି ହୋଇଥିବା ସଂକଟ ପାଇଁ ତାଙ୍କୁ ଦାୟୀ କରାଯାଇଥିଲା। ୧୯୯୬ ମସିହାରେ ସେ ରଷିଆ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ମାତ୍ର ଏହି ନିର୍ବାଚନରେ ତାଙ୍କୁ ପରିହାସର ପାତ୍ର ହେବାକୁ ପଡିଥିଲା। କାରଣ ତାଙ୍କୁ ମାତ୍ର ୧ ପ୍ରତିଶତ ଭୋଟ୍ ମିଳିଥିଲା। ସେ ସୋଭିଏତ୍ ବ୍ୟବସ୍ଥାକୁ ଭାଙ୍ଗିବାକୁ କେବେ ଚାହୁଁ ନଥିଲେ ମାତ୍ର ଏହାର ସଂସ୍କାର କରିବାକୁ ଚାହୁଁଥିଲେ ସେ । ମିଖାଇଲ୍ ସର୍ଗେୟବିଚଭିଚ୍ ଗୋର୍ବାଚେଭ ୧୯୩୧ ମସିହା ମାର୍ଚ୍ଚ ୨ ତାରିଖରେ ଦକ୍ଷିଣ ଋଷିଆର ପ୍ରିଭୋଲନୋଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଦେଶର ସର୍ବୋତ୍ତମ ବିଶ୍ୱବିଦ୍ୟାଳୟ ମସ୍କୋ ଷ୍ଟେଟ ୟୁନିଭରସିଟି ଠାରେ ଅଧ୍ୟୟନ କରିଥିଲେ. ଯେଉଁଠାରେ ସେ ରାଇସା ମ୍ୟାକ୍ସିମୋଭନା ଟିଟୋରେଙ୍କୋଙ୍କୁ ଭେଟିଥିଲେ ଯାହାଙ୍କୁ ସେ ପରେ ବିବାହ କରିଥିଲେ। ଏହି ସମୟ ମଧ୍ୟରେ ସେ ଶାସକ କମ୍ୟୁନିଷ୍ଟ ପାର୍ଟି ଦଳରେ ଯୋଗ ଦେଇଥିଲେ।