'ମୁଁ ପାର୍ବତୀ, ଶିବଙ୍କୁ ବିବାହ କରିବି ...; ପ୍ରଶାସନର ବଢ଼ିଲା ଟେନସନ୍
Advertisement
Article Detail0/zeeodisha/odisha1207852

'ମୁଁ ପାର୍ବତୀ, ଶିବଙ୍କୁ ବିବାହ କରିବି ...; ପ୍ରଶାସନର ବଢ଼ିଲା ଟେନସନ୍

Kailash Mansarovar: ଭାରତ-ଚୀନ୍ ସୀମା ନିକଟ କୈଳାସ ମାନସରୋଭର ରାସ୍ତାରେ ଜଣେ ମହିଳା ରହିବା ଆରମ୍ଭ କରିଛନ୍ତି । ୟୁପିରୁ ଆସିଥିବା ଏହି ମହିଳା ଦାବି କରିଛନ୍ତି ଯେ ସେ ମାତା ପାର୍ବତୀଙ୍କ ରୂପ ଏବଂ କୈଳାସରେ ରହୁଥିବା ଭଗବାନ ଶିବଙ୍କୁ ବିବାହ କରିବେ ।

ସାଙ୍କେତିକ ଫଟୋ

Kailash Mansarovar Yatra: ଭାରତ-ଚୀନ୍ ସୀମା ନିକଟସ୍ଥ ନାବିଦାଙ୍ଗର ପ୍ରତିବନ୍ଧିତ ଅଞ୍ଚଳରେ ବେଆଇନ ଭାବେ ରହୁଥିବା ଜଣେ ମହିଳା ଦାବି କରିଛନ୍ତି ଯେ ସେ ମାତା ପାର୍ବତୀଙ୍କ ଅବତାର ଅଟନ୍ତି ଏବଂ କୈଳାସ ପର୍ବତରେ ରହୁଥିବା ମହାଦେବଙ୍କୁ ବିବାହ କରିବେ । ଲକ୍ଷ୍ନୌରୁ ଆସିଥିବା ଏହି ମହିଳାଙ୍କୁ ହଟାଇବାକୁ ଯାଇଥିବା ପିଥୋରାଗଡ ପୋଲିସକୁ ଖାଲି ହାତରେ ଫେରିବାକୁ ପଡିଲା । ପିଥୋରାଗଡ ଏସପି ଲୋକେନ୍ଦ୍ର ସିଂଙ୍କ ଅନୁଯାୟୀ, ଯେତେବେଳେ ସୀମିତ ଅଞ୍ଚଳରେ ରହୁଥିବା ହରମିନ୍ଦର କୌରଙ୍କୁ ପୋଲିସ ହଟାଇବାକୁ ଯାଇଥିଲା ସେତେବେଳେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ ।

ଏସପି ଲୋକେନ୍ଦ୍ର ସିଂଙ୍କ କହିବାନୁସାରେ, ଯେତେବେଳେ ପୋଲିସ ତାଙ୍କୁ ସେଠାରୁ ହଟାଇବାକୁ ଚେଷ୍ଟା କଲା, ସେ କହିଥିଲେ ଯେ ଯଦି ତାଙ୍କୁ ବାଧ୍ୟ କରନ୍ତି, ତେବେ ସେ ଆତ୍ମହତ୍ୟା କରିବେ । ଏହା ପରେ ପୋଲିସ ଟିମ୍ ଚୁପଚାପ୍ ସେଠାରୁ ଫେରି ଆସିଥିଲେ । ଏସପି ଲୋକେନ୍ଦ୍ର ସିଂଙ୍କ କହିବାନୁସାରେ, ମହିଳାଙ୍କୁ ସେଠାରୁ ହଟାଇବା ପାଇଁ ଏକ ବଡ଼ ଟିମ୍ ପଠାଯିବ ।

ଏସପି ଲୋକେନ୍ଦ୍ର ସିଂଙ୍କ ଅନୁଯାୟୀ ଉତ୍ତରପ୍ରଦେଶର ଆଲିଗଞ୍ଜ ଅଞ୍ଚଳରୁ ଆସିଥିବା ଏହି ମହିଳା ଧାରଚୁଲା ଏସଡିଏମଙ୍କ ଅନୁମତି ନେଇ ୧୫ ଦିନ ପାଇଁ ତାଙ୍କ ମାଆଙ୍କ ସହ ଗୁଞ୍ଜୀ ଯାଇଥିଲେ । ମେ' ୨୫ ରେ ତାଙ୍କର ଅନୁମତି ସମାପ୍ତ ହେବା ପରେ ମଧ୍ୟ ଏହି ପ୍ରତିବନ୍ଧିତ ଅଞ୍ଚଳ ଛାଡିବାକୁ ମନା କରିଦେଇଥିଲେ । ଦୁଇ ସବ୍-ଇନ୍ସପେକ୍ଟର ଏବଂ ଜଣେ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ପୋଲିସ ଧାରଚୁଲା ଠାରୁ ଏକ ପୋଲିସ୍ ଟିମ୍ ପଠାଇଥିଲା କିନ୍ତୁ ସେମାନଙ୍କୁ ଖାଲି ହାତରେ ଫେରିବାକୁ ପଡିଲା । ପୋଲିସର ସୂଚନାନୁସାରେ, ମହିଳାଙ୍କୁ ଉଦ୍ଧାର କରିବା ପାଇଁ ମେଡିକାଲ କର୍ମଚାରୀଙ୍କ ସମେତ ୧୨ ଜଣିଆ ଏକ ବଡ ପୋଲିସ ଦଳ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି ।

ପୋଲିସର ସୂଚନାନୁସାରେ, ମହିଳାଙ୍କ ମାନସିକ ଅବସ୍ଥା ଭଲ ନୁହେଁ ଏବଂ ସେ ଦେବୀ ପାର୍ବତୀଙ୍କ ଅବତାର ବୋଲି ଦାବି କରୁଛନ୍ତି ଏବଂ ଭଗବାନ ଶିବଙ୍କୁ ବିବାହ କରିବାକୁ ଆସିଛନ୍ତି । ଗୁଞ୍ଜୀ କୈଳାସ-ମାନସରୋଭର ରାସ୍ତାରେ ପଡିଥାଏ ।

ଏହା ବି ପଢ଼ନ୍ତୁ: ଅମିତ ଶାହାଙ୍କ ବୈଠକର ପ୍ରଭାବ; ୧୭୭ କାଶ୍ମୀରୀ ପଣ୍ଡିତ ଶିକ୍ଷକଙ୍କର ହେଲା ଟ୍ରାନ୍ସଫର

ଏହା ବି ପଢ଼ନ୍ତୁ: ଆର୍ଯ୍ୟ ସମାଜର ବିବାହ ପ୍ରମାଣପତ୍ର ଅବୈଧ, SC କହିଲେ- ଆପଣଙ୍କୁ ଏହି ଅଧିକାର କେଉଁଠାରୁ ମିଳିଛି?