ବିଲୁଆ ମୁହଁ ମାସ୍କ ପିନ୍ଧି ଜଣେ ଗିରଫ
Advertisement
Article Detail0/zeeodisha/odisha820347

ବିଲୁଆ ମୁହଁ ମାସ୍କ ପିନ୍ଧି ଜଣେ ଗିରଫ

ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ପାକିସ୍ତାନ ପେଶାୱାର ସହରରେ ଜଣେ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବ ମହଙ୍ଗା ପଡିଯାଇଛି। ଆଉ ଏହି ଅଭିଯୋଗରେ ପୋଲିସ ତାଙ୍କୁ ଉଠାଇନେଇଛି।

ବିଲୁଆ ମୁହଁ ମାସ୍କ ପିନ୍ଧି ଜଣେ ଗିରଫ

ନୂଆଦିଲ୍ଲୀ: ବିଦାୟ ନେଇଛି ମହାମାରୀର ବର୍ଷ ୨୦୨୦ ଆଉ ଆସିଯାଇଛି ନୂଆ ବର୍ଷ ୨୦୨୧। ବିଦାୟୀ ବର୍ଷ ଆମକୁ ଜଣାଇ ଦେଇଥିଲା କୋରାନା ମହାମାରୀ ସମୟରେ ମାସ୍କ ପିନ୍ଧିବାର ଗୁରୁତ୍ୱ କ'ଣ ରହିଛି। ହେଲେ ଏବେ ନୂଆ ବର୍ଷ ଅବସରରେ ମାସ୍କ ପିନ୍ଧିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ପାକିସ୍ତାନରେ। 

 

ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ପାକିସ୍ତାନ ପେଶାୱାର ସହରରେ ଜଣେ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବ ମହଙ୍ଗା ପଡିଯାଇଛି। ଆଉ ଏହି ଅଭିଯୋଗରେ ପୋଲିସ ତାଙ୍କୁ ଉଠାଇନେଇଛି। ଏ ଘଟଣା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ହାସ୍ୟାସ୍ପଦ। ମାସ୍କ ପିନ୍ଧି ଗିରଫ ହୋଇଥିବା ବ୍ୟକ୍ତିଙ୍କ ଅଜବ ବ୍ୟବହାରକୁ ନେଇ ଲୋକେ ଭୟଭୀତ ହୋଇପଡିଥିଲେ।   

କୋରୋନା ମହାମାରୀର ମୁକାବିଲା ଲାଗି ଉଦ୍ଦିଷ୍ଟ ମାସ୍କ ବଦଳରେ ବିଲୁଆ ମୁହଁ ଥିବା ମାସ୍କ ପିନ୍ଧିଥିଲେ ସେହି ବ୍ୟକ୍ତି। ଏହାକୁ ପିନ୍ଧି ସେ ଲୋକଙ୍କୁ ନ୍ୟୁଇୟର ନାଇଟ ସମୟରେ ଡରାଉଥିଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ବିଲୁଆ ମୁହଁ ଥିବା ମାସ୍କ ପିନ୍ଧି ଲୋକଙ୍କ ସହ ଏପରି ମାସ୍କ ସେ ଛୋଟ ପିଲାଙ୍କ ସହ ମହିଳାଙ୍କୁ ଡରାଉଥିଲେ। ଏ ଘଟଣା ବାବଦରେ ଅଭିଯୋଗ ପାଇବା ପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମଜାକ କରିବା ସମୟରେ ଉଠାଇ ନେଇଥିଲା।