Meerut: ଶୀତଳ ଭଣ୍ଡାରରେ ବିସ୍ଫୋରଣରେ ୫ ମୃତ, ଭିଡ଼ିଓ ଭାଇରାଲ
Advertisement
Article Detail0/zeeodisha/odisha1585257

Meerut: ଶୀତଳ ଭଣ୍ଡାରରେ ବିସ୍ଫୋରଣରେ ୫ ମୃତ, ଭିଡ଼ିଓ ଭାଇରାଲ

Meerut Blast News: ଶୀତଳ ଭଣ୍ଡାରରେ ହୋଇଥିବା ବିସ୍ଫୋରଣ କରାଣରୁ ଏକ ଛାତ ସମ୍ପୂର୍ଣ୍ଣ ଭୂଶୁଡ଼ି ଯାଇଥିଲା ଏହି ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୭ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। 

Meerut: ଶୀତଳ ଭଣ୍ଡାରରେ ବିସ୍ଫୋରଣରେ ୫ ମୃତ, ଭିଡ଼ିଓ ଭାଇରାଲ

Meerut Cold Storage Blast: ଉତ୍ତର ପ୍ରଦେଶ ମେରଠ ଜିଲ୍ଲାରେ ଘଟିଯାଇଛି ଏକ ବଡ଼ ଦୁର୍ଘଟଣା। ଜିଲ୍ଲାରେ ଅବସ୍ଥିତ ଏକ ଶୀତଳ ଭଣ୍ଡାରର ସଙ୍କୋଚକ ବିସ୍ଫୋରଣ ହେବା କରଣରୁ ଏଠାରେ ରହିଥିବା ଛାତର ଲେଣ୍ଟର ଖସି ପଡିଥିଲା। ଯେଉଁ କାରଣରୁ ପ୍ରାୟ ୩୦-୩୫ ଜଣ ଶ୍ରମିକ ଲେଣ୍ଟର ତଳେ ଦବି ଯାଇଥିଲେ। ଏହି ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୭ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ପୋଲିସ ଏବଂ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହା ସହିତ ଏନଡିଆରଏଫ ଦଳ ମଧ୍ୟ ଘଟଣାସ୍ଥଳରେ ଉଦ୍ଧାର ଅଭିଯାନରେ ସାମିଲ ହୋଇଛି।

ଏହି ଘଟଣା ଉତ୍ତର ପ୍ରଦେଶ (Uttar Pradesh) ମେରଠ ଜିଲ୍ଲାର (Meerut District) ଦୌରାଲା ଥାନା (Daurala Police Station) ଅଞ୍ଚଳରେ ଘଟିଯାଇଛି। ଏନେଇ ମିଳିଥିବା ଖବର ଅନୁସାରେ ଏକ ଶୀତଳ ଭଣ୍ଡାରରେ (Cold Storage) ପ୍ରାୟ ୩୦-୩୫ ଜଣ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଅଚାନକ ଘଟିଥିବା ଦୁର୍ଘଟଣା ଘଟଣାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଜୀବନକୁ ବଞ୍ଚାଇବାକୁ ଲୋକଙ୍କୁ ଡାକିବାକୁ ଚେଷ୍ଟା କରାଯାଉଛି।

ଏକ ଶୀତଳ ଭଣ୍ଡାରର ସଙ୍କୋଚକ (Cold Storage Compressor) ବିସ୍ଫୋରଣ ହେବା କାରଣରୁ ଏଠାରେ ରହିଥିବା ଛାତର ଲେଣ୍ଟର (Lanter of Roof) ଖସି ପଡିଥିଲା। ଯେଉଁ କାରଣରୁ ପ୍ରାୟ ୩୦-୩୫ ଜଣ ଶ୍ରମିକ ଲେଣ୍ଟର ତଳେ ଦବି ଯାଇଥିଲେ। ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୭ ଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଆବର୍ଜନା ତଳେ ଫସି ରହିଥିବା ଲୋକଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା କରାଯାଉଛି। ଜେସିବି ସହାୟତାରେ ଆବର୍ଜନା ହଟାଇ ଘଟଣାସ୍ଥଳରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି। ଏହି ଘଟଣାରେ ମୃତକ ଶ୍ରମିକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି। ଏହି ଶୀତଳ ଭଣ୍ଡାର ପୂର୍ବତନ ବିଏସପି ବିଧାୟକ ଚନ୍ଦ୍ରଭୀର ସିସଙ୍କ ସହ ଜଡିତ ଥିବା କୁହାଯାଉଛି। 

ଶୀତଳ ଭଣ୍ଡାର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି। ଏହି ସମୟରେ ଏହାର ବଏଲର ବିସ୍ଫୋରଣ ହୋଇଥିଲା। ଯେଉଁଥିପାଇଁ ବିଲ୍ଡିଂ ଛାତ ତଳେ ପଡ଼ିଯାଇଥିଲା ଏବଂ ପୂରା କୋଠା ଭୁଶୁଡି ଯାଇଥିଲା।