MV LILA NORFOLK Hijacked in Somalia: ସୋମାଲିଆରେ ଭାରତୀୟ ଜାହାଜ ହାଇଜାକ୍‍: ନୌବାହିନୀ କାର୍ଯ୍ୟାନୁଷ୍ଠାନ ଅପେକ୍ଷା
Advertisement
Article Detail0/zeeodisha/odisha2044912

MV LILA NORFOLK Hijacked in Somalia: ସୋମାଲିଆରେ ଭାରତୀୟ ଜାହାଜ ହାଇଜାକ୍‍: ନୌବାହିନୀ କାର୍ଯ୍ୟାନୁଷ୍ଠାନ ଅପେକ୍ଷା

ଜଳ ଦସ୍ୟୁ ପାଇଁ ବିଶ୍ୱରେ ଆତଙ୍କ ଖେଳାଇଥିବା ସୋମାଲିଆ ବନ୍ଦର ନିକଟରେ ଏକ ଭାରତୀୟ କାର୍ଗୋ ଜାହାଜକୁ ଅପହରଣ କରାଯାଇଛି। ଏଥିରେ ୧୫ ଜଣ ଭାରତୀୟ ରହିଥିବା ନେଇ ସୂଚନା ରହିଛି। ସେମାନଙ୍କୁ ପଣବନ୍ଦୀ କରାଯାଇଥିବା ଜଣାପଡ଼ିଛି। ଗତକାଲି ରାତିରେ ଏହି ଖବର ପହଞ୍ଚିବା ପରେ  ଭାରତୀୟ ନୌସେନାର ଉଡ଼ାଜାହାଜ ତୁରନ୍ତ ଘଟଣା ଉ

MV LILA NORFOLK Hijacked in Somalia: ସୋମାଲିଆରେ ଭାରତୀୟ ଜାହାଜ ହାଇଜାକ୍‍: ନୌବାହିନୀ କାର୍ଯ୍ୟାନୁଷ୍ଠାନ ଅପେକ୍ଷା

MV LILA NORFOLK Hijacked ଭୁବନେଶ୍ୱର: ଜଳ ଦସ୍ୟୁ ପାଇଁ ବିଶ୍ୱରେ ଆତଙ୍କ ଖେଳାଇଥିବା ସୋମାଲିଆ ବନ୍ଦର ନିକଟରେ ଏକ ଭାରତୀୟ କାର୍ଗୋ ଜାହାଜକୁ ଅପହରଣ କରାଯାଇଛି। ଏଥିରେ ୧୫ ଜଣ ଭାରତୀୟ ରହିଥିବା ନେଇ ସୂଚନା ରହିଛି। ସେମାନଙ୍କୁ ପଣବନ୍ଦୀ କରାଯାଇଥିବା ଜଣାପଡ଼ିଛି। ଗତକାଲି ରାତିରେ ଏହି ଖବର ପହଞ୍ଚିବା ପରେ  ଭାରତୀୟ ନୌସେନାର ଉଡ଼ାଜାହାଜ ତୁରନ୍ତ ଘଟଣା ଉପରେ ନଜର ରଖିଛି। ଏହା ସହ ଭାରତୀୟ ନୌସେନାର ଜାହାଜ ‘ଆଇଏନ୍‍ଏସ୍‍ ଚେନ୍ନାଇ’ ସମ୍ପୃକ୍ତ ସ୍ଥାନକୁ ଯାତ୍ରା ଆରମ୍ଭ କରିଛି। 

ମିଳିଥିବା ସୂଚନା ଅନୁସାରେ ଭାରତୀୟ ଜାହାଜ ‘ଏମ ଭି ଲିଲା ନରଫକ୍‍’ କୁ ହାଇଜାକ୍‍ କରାଯାଇଛି। ଏହି ଖବର ପାଇବା ପରେ ନୌସେନେ ପକ୍ଷରୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା। ଯାହା ସଫଳ ହୋଇଛି। ଘଟଣା ବିଷୟରେ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି। ଶୁକ୍ରବାର ସକାଳୁ ଏହି କ୍ରିଉ ସଦସ୍ୟଙ୍କୁ ଉଦ୍ଧାର ଏବଂ ପରିସ୍ଥିତିକୁ ସମ୍ମୁଖୀନ କରିବା ଲାଗି ଭାରତୀୟ ନୌସେନାର ବିମାନ ଏବଂ ଏକ ଜାହାଜ ସମ୍ପୃକ୍ତ ସ୍ଥାନକୁ ପଠାଯାଇଛି।